ଅହମଦାବାଦ ସିରିଏଲ୍ ବ୍ଲାଷ୍ଟ ମାମଲା : ୩୮ ଜଣଙ୍କ ଫାଶୀ ସଜା କାଏମ ରଖିଲେ ଗୁଜରାଟ ହାଇକୋର୍ଟ

ଗୁଜରାଟ ହାଇକୋର୍ଟ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ଶୁଣାଇ ୨୦୦୮ ମସିହା ଅହମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ୩୮ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିବା ସ୍ପେଶାଲ କୋର୍ଟଙ୍କ ରାୟକୁ କାଏମ ରଖିବା ସହ ଏହି ଦଣ୍ଡାଦେଶ ବିରୋଧରେ କରାଯାଇଥିବା ସମସ୍ତ ଅପିଲ୍କୁ ଖାରଜ କରିଦେଇଛନ୍ତି।

ଜଷ୍ଟିସ ଏ ଆଇ କୋଗଜେ ଏବଂ ଜଷ୍ଟିସ ସମୀର ଦାଭେଙ୍କୁ ନେଇ ଗଠିତ ଏକ ଡିଭିଜନ ବେଞ୍ଚ ନିମ୍ନ ଅଦାଲତଙ୍କ ନିର୍ଣ୍ଣୟକୁ ସମ୍ପୂର୍ଣ୍ଣ ସଠିକ୍ ଦର୍ଶାଇବା ସହ ଆତଙ୍କବାଦୀ ସଂଗଠନ ”ଇଣ୍ଡିଆନ ମୁଜାହିଦ୍ଦିନ” (IM) ର ସଦସ୍ୟମାନଙ୍କ ସଜାକୁ ବଜାୟ ରଖିଛନ୍ତି। ବିଗତ ୨୬ ଜୁଲାଇ ୨୦୦୮ରେ ମାତ୍ର ୭୦ ମିନିଟ୍ ଭିତରେ ଅହମଦାବାଦ ସହରର ୨୧ଟି ସ୍ଥାନରେ ଏହି ସିରିଏଲ୍ ବ୍ଲାଷ୍ଟ ଘଟାଯାଇଥିଲା, ଯେଉଁଥିରେ ପ୍ରାୟ ୫୬ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ବିସ୍ଫୋରଣ ସମୟରେ ସହରର କେତେକ ହସ୍ପିଟାଲକୁ ମଧ୍ୟ ଆତଙ୍କବାଦୀମାନେ ନିଜର ଟାର୍ଗେଟ୍ ବନାଇଥିଲେ। ପରବର୍ତ୍ତୀ ସମୟରେ ୨୦୨୨ ମସିହାରେ ସ୍ପେଶାଲ କୋର୍ଟ ଏହି ମାମଲାରେ ୩୮ ଜଣ ଆଇଏମ୍ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ଯାହାକୁ ଏବେ ଗୁଜରାଟ ହାଇକୋର୍ଟ ସମ୍ପୂର୍ଣ୍ଣ ସ୍ୱୀକୃତି ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *