ହ୍ୱାଟ୍ସଆପ୍ର ଏହି ନୂଆ ଫିଚର ଆସିଲେ ବ୍ୟବହାରକାରୀମାନେ ମୋବାଇଲ୍ ନମ୍ବର ସେୟାର୍ ନକରି କେବଳ ଏକ ୟୁଜରନେମ୍ ମାଧ୍ୟମରେ ଅନ୍ୟମାନଙ୍କ ସହ କଥା ହୋଇପାରିବେ । ଏହାକୁ ମେଟା ଗୋପନୀୟତା ବଢ଼ାଇବା ପାଇଁ ଆଣୁଥିବା ବେଳେ ସରକାରଙ୍କ ଚିନ୍ତା ହେଉଛି ଯେ ଏହାର ଅପବ୍ୟବହାର କରି ଠକମାନେ ନକଲି ପରିଚୟ ସୃଷ୍ଟି କରି ଅନଲାଇନ୍ ଠକେଇ ଏବଂ ସାଇବର ଅପରାଧ ବଢ଼ାଇ ପାରନ୍ତି ।
ହ୍ୱାଟ୍ସଆପ୍ର ଆସୁଥିବା ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ଏହି ଫିଚର ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ କେନ୍ଦ୍ର ସରକାର ମେଟାକୁ ପୂର୍ବରୁ ନୋଟିସ୍ ଜାରି କରିଥିଲେ । ବର୍ତ୍ତମାନ କମ୍ପାନିକୁ ଉତ୍ତର ଦେବା ପାଇଁ ଆଉ ୩ ଦିନର ସମୟ ଦିଆଯାଇଛି । ହ୍ୱାଟ୍ସଆପ୍ର ଏହି ନୂଆ ଫିଚର ଆସିଲେ ବ୍ୟବହାରକାରୀମାନେ ମୋବାଇଲ୍ ନମ୍ବର ସେୟାର୍ ନକରି କେବଳ ଏକ ୟୁଜରନେମ୍ ମାଧ୍ୟମରେ ଅନ୍ୟମାନଙ୍କ ସହ କଥା ହୋଇପାରିବେ । ଏହାକୁ ମେଟା ଗୋପନୀୟତା ବଢ଼ାଇବା ପାଇଁ ଆଣୁଥିବା ବେଳେ ସରକାରଙ୍କ ଚିନ୍ତା ହେଉଛି ଯେ ଏହାର ଅପବ୍ୟବହାର କରି ଠକମାନେ ନକଲି ପରିଚୟ ସୃଷ୍ଟି କରି ଅନଲାଇନ୍ ଠକେଇ ଏବଂ ସାଇବର ଅପରାଧ ବଢ଼ାଇ ପାରନ୍ତି ।
ସୂଚନା ଅନୁଯାୟୀ ମେଟା ପ୍ରତିନିଧିମାନେ ସରକାରୀ ଅଧିକାରୀଙ୍କ ସହ ଏହି ବିଷୟରେ ଆଲୋଚନା କରିଛନ୍ତି । କମ୍ପାନିକୁ ଜୁଲାଇ ୯ ପର୍ଯ୍ୟନ୍ତ ନିଜ ପକ୍ଷ ରଖିବାକୁ ସମୟ ଦିଆଯାଇଛି । ସେପର୍ଯ୍ୟନ୍ତ ଭାରତରେ ଏହି ଫିଚର ଲଞ୍ଚ କରାଯିବ ନାହିଁ ବୋଲି ମେଟା ସରକାରଙ୍କୁ ଜଣାଇଛି ।
କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ ନୂଆ ପ୍ରଯୁକ୍ତି ଆଣିବା ପୂର୍ବରୁ ଲୋକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୟୁଜରନେମ୍ ଆଧାରିତ ବ୍ୟବସ୍ଥା ଫଳରେ ଯଦି ଲୋକଙ୍କ ପରିଚୟ ଲୁଚାଇ ଅପରାଧ କରିବା ସହଜ ହୁଏ, ତେବେ ସେଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ମେଟାକୁ କୁହାଯାଇଛି । ମେଟା ପକ୍ଷରୁ କୁହାଯାଇଛି ଯେ ୟୁଜରନେମ୍ ଫିଚରରେ ସୁରକ୍ଷା ବ୍ୟବସ୍ଥା ରହିଛି ଏବଂ ସରକାରଙ୍କ ସହ ଆଲୋଚନା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଭାରତରେ ଏହାକୁ ଆରମ୍ଭ କରାଯିବ ନାହିଁ ।

