VARକୁ ନେଇ ବଡ଼ ବିବାଦ ! ‘ଆର୍ଜେଣ୍ଟିନା ବାଦ୍ ପଡ଼ୁ ବୋଲି ଫିଫା ଚାହୁଁନଥିଲା’— ଇଜିପ୍ଟର ବଡ଼ ବୟାନ

ମ୍ୟାଚ୍‌ର ପ୍ରାରମ୍ଭିକ ପର୍ୟ୍ୟାୟରେ ଇଜିପ୍ଟ ଦମଦାର ପ୍ରଦର୍ଶନ କରିଥିଲା । ଦଳ ୨-୦ରେ ଆଗୁଆ ଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ମୋସ୍ତାଫା ଜିକୋ ଆଉ ଗୋଟେ ଗୋଲ କରିଥିଲେ । କିନ୍ତୁ ଭିଡିଓ ଆସିଷ୍ଟାଣ୍ଟ୍‌ ରେଫରି ଯାଞ୍ଚ ପରେ ରେଫରି ସେହି ଗୋଲକୁ ବାତିଲ୍ କରିଦେଇଥିଲେ । ଭିଡିଓ ଆସିଷ୍ଟାଣ୍ଟ୍‌ ରେଫରିରେ ଦେଖାଯାଇଥିଲା ଯେ, ଗୋଲ୍ ହେବା ପୂର୍ବରୁ ଇଜିପ୍ଟର ଜଣେ ଖେଳାଳି ଆର୍ଜେଣ୍ଟିନା ଡିଫେଣ୍ଡର ଲିସାଣ୍ଡ୍ରୋ ମାର୍ଟିନେଜଙ୍କୁ ଫାଉଲ୍ କରିଥିଲେ ।

ଫିଫା ବିଶ୍ୱକପ୍-୨୦୨୬ର ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଆର୍ଜେଣ୍ଟିନା ଓ ଇଜିପ୍ଟ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ ଏବେ ଫଳାଫଳଠାରୁ ଅଧିକ ଭିଡିଓ ଆସିଷ୍ଟାଣ୍ଟ୍‌ ରେଫରି (VAR)  ନିଷ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହିଛି । ଆର୍ଜେଣ୍ଟିନା ୨ ଗୋଲରେ ପଛୁଆ ଥିବା ସ୍ଥିତିରୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୩-୨ ଗୋଲରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛି ।

ମ୍ୟାଚ୍‌ର ପ୍ରାରମ୍ଭିକ ପର୍ୟ୍ୟାୟରେ ଇଜିପ୍ଟ ଦମଦାର ପ୍ରଦର୍ଶନ କରିଥିଲା । ଦଳ ୨-୦ରେ ଆଗୁଆ ଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ମୋସ୍ତାଫା ଜିକୋ ଆଉ ଗୋଟେ ଗୋଲ କରିଥିଲେ । କିନ୍ତୁ ଭିଡିଓ ଆସିଷ୍ଟାଣ୍ଟ୍‌ ରେଫରି ଯାଞ୍ଚ ପରେ ରେଫରି ସେହି ଗୋଲକୁ ବାତିଲ୍ କରିଦେଇଥିଲେ । ଭିଡିଓ ଆସିଷ୍ଟାଣ୍ଟ୍‌ ରେଫରି ରେ ଦେଖାଯାଇଥିଲା ଯେ, ଗୋଲ୍ ହେବା ପୂର୍ବରୁ ଇଜିପ୍ଟର ଜଣେ ଖେଳାଳି ଆର୍ଜେଣ୍ଟିନା ଡିଫେଣ୍ଡର ଲିସାଣ୍ଡ୍ରୋ ମାର୍ଟିନେଜଙ୍କୁ ଫାଉଲ୍ କରିଥିଲେ । ଏହି କାରଣରୁ ଗୋଲ୍‌ଟିକୁ ଫାଇଲ ଘୋଷଣା କରାଯାଇଥିଲା । ଏହି ନିଷ୍ପତ୍ତି ପରେ ମ୍ୟାଚ୍‌ର ମୋଡ଼ ବଦଳିଯାଇଥିଲା । ଆର୍ଜେଣ୍ଟିନା ଶେଷ ୧୩ ମିନିଟ୍‌ରେ ଲଗାତାର ୩ଟି ଗୋଲ କରି ବିଜୟ ହାସଲ କରିଥିଲା । ଅଧିନାୟକ ଲିଓନେଲ୍ ମେସିଙ୍କ ନେତୃତ୍ୱରେ ଦଳ ଶେଷ ପର୍ୟ୍ୟନ୍ତ ମ୍ୟାଚ୍‌କୁ ନିଜ ସପକ୍ଷରେ ନେଇଯାଇଥିଲା । 

ମ୍ୟାଚ୍‌ ପରେ ଇଜିପ୍ଟର ମୁଖ୍ୟ କୋଚ୍ ହୋସାମ୍ ହାସାନ୍ ରେଫରିଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଥିଲେ । ତାଙ୍କ ଅଭିଯୋଗ ଥିଲା ଯେ, ଭିଡିଓ ଆଶିଷଟାଣ୍ଟ ରେଫରି ଇଜିପ୍ଟର ଗୋଲ୍ ବାତିଲ୍ କରିବାରେ ହସ୍ତକ୍ଷେପ କଲା,କିନ୍ତୁ ପରେ ଆର୍ଜେଣ୍ଟିନାର ବିଜୟୀ ଗୋଲ୍ ପୂର୍ବରୁ ଇଜିପ୍ଟ ଖେଳାଳିଙ୍କ ଉପରେ ହୋଇଥିବା ଫାଉଲ୍‌କୁ ଯାଞ୍ଚ କରାଗଲା ନାହିଁ । ସେ କହିଥିଲେ ମ୍ୟାଚ୍‌ରେ ରେଫରିଙ୍କ ନିଷ୍ପତ୍ତି ଫଳାଫଳକୁ ପ୍ରଭାବିତ କରିଛି ।

ଇଜିପ୍ଟର ଖେଳାଳି ମୋସ୍ତାଫା ଜିକୋ ମଧ୍ୟ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ, ମ୍ୟାଚ୍‌ରେ ସେମାନଙ୍କ ସହ ଅନ୍ୟାୟ ହୋଇଛି । କିଛି ଇଜିପ୍ଟ ସମର୍ଥକ ଓ ସୋସିଆଲ ମିଡିଆ ୟୁଜର୍ସ ମାନେ ଏପର୍ୟ୍ୟନ୍ତ ଦାବି କରିଛନ୍ତି ଯେ, ମେସି ଓ ଆର୍ଜେଣ୍ଟିନାକୁ ଟୁର୍ଣ୍ଣାମେଣ୍ଟରେ ରଖିବା ପାଇଁ ଫିଫା ପକ୍ଷପାତ କରିଛି । ତେବେ ଏହି ଅଭିଯୋଗକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ସାମ୍ନାକୁ ଆସିନାହିଁ ଏବଂ ଫିଫା ପକ୍ଷରୁ ମଧ୍ୟ ଏନେଇ କୌଣସି ସ୍ୱୀକୃତି ଦିଆଯାଇନାହିଁ ।  ଏହି ବିବାଦ ପରେ ବିଶ୍ୱ ଫୁଟବଲରେ ପୁଣି ଥରେ ଭିଡିଓ ଆସିଷ୍ଟାଣ୍ଟ୍‌ ରେଫରିର ବ୍ୟବହାର, ରେଫରିଙ୍କ ନିଷ୍ପତ୍ତି ନେଇ ନୂଆ ପ୍ରଶ୍ନ ଉଠିଛି। ତେବେ ମିଳିଥିବା ଫଳାଫଳ ଅନୁଯାୟୀ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଏବଂ ବିଶ୍ୱକପ୍ ଟ୍ରଫି ବଜାୟ ରଖିବାର ଦୌଡ଼ରେ ଅଛି ।

Leave a Reply

Your email address will not be published. Required fields are marked *