SCO ସମ୍ମିଳନୀ ପାଇଁ ବିଶକେକ୍‌ରେ ମୋଦୀ! ପୁଟିନ୍‌ଙ୍କ ସହ ହେବ ସାକ୍ଷାତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ବା ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗଦେବା ପାଇଁ କିର୍ଗିଜସ୍ତାନର ବିଶକେକରେ ପହଞ୍ଚିଛନ୍ତି।  ସମ୍ମିଳନୀରେ ମୋଦୀ ଯୋଗଦେବା ସହ ଏକାଧିକ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ବା ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗଦେବା ପାଇଁ କିର୍ଗିଜସ୍ତାନର ବିଶକେକରେ ପହଞ୍ଚିଛନ୍ତି।  ସମ୍ମିଳନୀରେ ମୋଦୀ ଯୋଗଦେବା ସହ ଏକାଧିକ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କୁ କିର୍ଗିଜସ୍ତାନ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷ କାସିମାଲିଭ ଆଦିଲବେକ ଆଲେଶୋଭିଚ୍ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ  ପାରମ୍ପରିକ କିର୍ଗିଜସ୍ତାନ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ହୋଟେଲରେ ପହଞ୍ଚିବା ପରେ ମୋଦୀଙ୍କୁ ‘ବନ୍ଦେ ମାତରମ୍’ ଧ୍ୱନି ସହିତ ସ୍ୱାଗତ କରାଯାଇଥିଲା । 

ସେ ଶିବଥିମ୍ ସାଂସ୍କୃତିକ ନୃତ୍ୟ ସହିତ ମା ତୁଝେ ସଲାମର ଦେଶାତ୍ମବୋଧକ ତାଳ ସହିତ ଯୋଗ  ମଧ୍ୟ ଦେଖିଥିଲେ।  ୧୦ ସଦସ୍ୟ ଦେଶ ବିଶିଷ୍ଟ ଏସସିଓ ୨୫ ବର୍ଷ ପୂର୍ତ୍ତି ପାଳନ କରୁଛି। ସମ୍ମିଳନୀ ଅବସରରେ କିର୍ଗିଜସ୍ତାନ ରାଷ୍ଟ୍ରପତି ଝାପାରୋଭ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମୋଦୀ  ସାକ୍ଷାତ କରିବା  କାର୍ଯ୍ୟକ୍ରମ ରହିଛି।   ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ କବଳରୁ ମୁକ୍ତ  ଅଞ୍ଚଳ ଗଠନ ସହିତ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଗସ୍ତ ପୂର୍ବରୁ ମୋଦୀ ଗୁରୁତ୍ବ ଆରୋପ କରିଛନ୍ତି। ଏହା ପୂର୍ବରୁ ମୋଦୀ ଉଜବେକିସ୍ତାନ ଯାଇଥିଲେ ।

Leave a Reply

Your email address will not be published. Required fields are marked *