ପରୀକ୍ଷାରେ ପେପର ଲିକ୍, ଡିଜିଟାଲ୍ ସମସ୍ୟା ଓ ଅନ୍ୟାନ୍ୟ ଅନିୟମିତତା ଉପରେ କଡ଼ା ନଜର ରଖିବା ପାଇଁ ଜେନେରାଲ୍ ମ୍ୟାନେଜର (ଭିଜିଲାନ୍ସ, ଇନଭେଷ୍ଟିଗେସନ୍ ଆଣ୍ଡ ଫରେନ୍ସିକ୍ସ) ପଦ ମଧ୍ୟ ସୃଷ୍ଟି କରାଯାଇଛି ।
ପରୀକ୍ଷା ପ୍ରଣାଳୀକୁ ଅଧିକ ସୁରକ୍ଷିତ ଓ ସ୍ୱଚ୍ଛ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ସେଣ୍ଟର (NTA) ବର୍ତ୍ତମାନ ୪ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ଯାଉଛି ।
ପ୍ରଥମ ଥର ପାଇଁ ଏନଟିଏରେ ଚିଫ୍ ଇନଫର୍ମେସନ୍ ସିକ୍ୟୁରିଟି ଅଫିସର (CISO) ନିଯୁକ୍ତ କରାଯିବ । ଏହି ଅଧିକାରୀ ଏଜେନ୍ସିର ସମସ୍ତ ସର୍ଭର, ନେଟୱର୍କ, ଆପ୍ଲିକେସନ୍ ଓ ଡାଟାର ସୁରକ୍ଷା ନିଶ୍ଚିତ କରିବେ । ସେହିପରି ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ଆକ୍ଟ, ଆଇଟି ଆକ୍ଟ ଏବଂ CERT-Inର ସମସ୍ତ ନିୟମାବଳୀର ପାଳନ, ୨୪ ଘଣ୍ଟା କାର୍ଯ୍ୟକ୍ଷମ ସିକ୍ୟୁରିଟି ଅପରେସନ୍ସ ସେଣ୍ଟର (SOC) ତାଙ୍କ ଅଧୀନରେ କାମ କରିବ । ଏହି ପଦ ପାଇଁ ସୂଚନା ସୁରକ୍ଷା କ୍ଷେତ୍ରରେ ଅତି କମ୍ରେ ୧୨ ବର୍ଷର ଅଭିଜ୍ଞତା ସହ CISSP, CISM କିମ୍ବା CISA ପରି ଆନ୍ତର୍ଜାତିକ ସାର୍ଟିଫିକେସନ୍ ବାଧ୍ୟତାମୂଳକ କରାଯାଇଛି ।
ସେହିପରି ଅନ୍ୟ ପଦବୀ ହେଉଛି, ଜେନେରାଲ ମ୍ୟାନେଜର (Assessment Research and Development & Psychometrics) । ଏହି ଅଧିକାରୀ ପ୍ରଶ୍ନପତ୍ର ପ୍ରସ୍ତୁତିର ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରକ୍ରିୟାର ତଦାରଖ କରିବେ । ପ୍ରଶ୍ନ ବ୍ୟାଙ୍କ (Item Bank) ପ୍ରସ୍ତୁତି, ନର୍ମାଲାଇଜେସନ୍ ପ୍ରକ୍ରିୟା, ବିଭିନ୍ନ ପରୀକ୍ଷାର କଠିନତା ସ୍ତରର ସମନ୍ୱୟ (Equating ଓ Calibration) ସହିତ ଭବିଷ୍ୟତରେ କମ୍ପ୍ୟୁଟର ଆଡାପ୍ଟିଭ୍ ଟେଷ୍ଟ (Computer Adaptive Test) ଏବଂ ଏଆଇ ଆଧାରିତ ମୂଲ୍ୟାଙ୍କନ ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମଧ୍ୟ ଏହି ବିଭାଗ ଉପରେ ରହିବ । ଏହି ପଦ ପାଇଁ ସାଇକୋମେଟ୍ରିକ୍ସ, ଏଡୁକେସନାଲ୍ ମେଜରମେଣ୍ଟ, ଷ୍ଟାଟିଷ୍ଟିକ୍ସ କିମ୍ବା ସମ୍ପର୍କିତ ବିଷୟରେ ପିଏଚଡି ସହ ଅତି କମ୍ରେ ୧୨ ବର୍ଷର ଅଭିଜ୍ଞତା ଆବଶ୍ୟକ । ଏହାସହ କୌଣସି ଜାତୀୟ କିମ୍ବା ଆନ୍ତର୍ଜାତିକ ପରୀକ୍ଷା ସଂସ୍ଥାରେ ୫ ବର୍ଷର ନେତୃତ୍ୱ ସ୍ତରର ଅଭିଜ୍ଞତା ରହିବା ମଧ୍ୟ ବାଧ୍ୟତାମୂଳକ ହେବ ବୋଲି ।
ପରୀକ୍ଷାରେ ପେପର ଲିକ୍, ଡିଜିଟାଲ୍ ସମସ୍ୟା ଓ ଅନ୍ୟାନ୍ୟ ଅନିୟମିତତା ଉପରେ କଡ଼ା ନଜର ରଖିବା ପାଇଁ ଜେନେରାଲ୍ ମ୍ୟାନେଜର (ଭିଜିଲାନ୍ସ, ଇନଭେଷ୍ଟିଗେସନ୍ ଆଣ୍ଡ ଫରେନ୍ସିକ୍ସ) ପଦ ମଧ୍ୟ ସୃଷ୍ଟି କରାଯାଇଛି । ଏହି ଅଧିକାରୀ ପରୀକ୍ଷାରେ ହେଉଥିବା ସମସ୍ତ ଅନିୟମିତତାର ତଦନ୍ତ କରିବା ସହ ଆବଶ୍ୟକ ପଡ଼ିଲେ ସିବିଆଇ, ଆଇବି, ଇଡି, ରାଜ୍ୟ ପୁଲିସ ଓ ସାଇବର କ୍ରାଇମ୍ ୟୁନିଟ୍ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟାନୁଷ୍ଠାନ ନେବେ । ଏହି ପଦ ପାଇଁ ଅତି କମ୍ରେ ୧୫ ବର୍ଷର ତଦନ୍ତ, ସତର୍କତା କିମ୍ବା ଆଇନ ପ୍ରବର୍ତ୍ତନ କ୍ଷେତ୍ରର ଅଭିଜ୍ଞତା ଆବଶ୍ୟକ କରାଯାଇଛି ।
ଏହାସହ ପ୍ରଥମ ଥର ପାଇଁ ୟୁପିଏସ୍ସିର ପ୍ରତିଭା ସେତୁ ପୋର୍ଟାଲ୍ ମାଧ୍ୟମରେ ୧୬ ଜଣ ଯୁବ ଫ୍ରଫେସନାଲଙ୍କୁ ନିଯୁକ୍ତ କରିବାକୁ ଏନଟିଏ ନିଷ୍ପତ୍ତି ନେଇଛି । ଏଥିରୁ ୧୨ ଜଣ ଏକାଡେମିକ୍ ରିସର୍ଚ୍ଚ, ୨ ଜଣ ଲିଗାଲ୍ ରିସର୍ଚ୍ଚ ଏବଂ ୨ ଜଣ ଫାଇନାନ୍ସ ଓ ଆକାଉଣ୍ଟ୍ସ ବିଭାଗରେ କାର୍ଯ୍ୟ କରିବେ । ପ୍ରାରମ୍ଭରେ ସେମାନଙ୍କ ନିଯୁକ୍ତି ୨୪ ମାସ ପାଇଁ ହେବ ଏବଂ କାର୍ଯ୍ୟଦକ୍ଷତା ଆଧାରରେ ଏହାକୁ ୩୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ନିଜ କାର୍ଯ୍ୟ ପାଇଁ ଏମାନଙ୍କୁ ସରକାର ପ୍ରତିମାସରେ ସମ୍ମାନୀତ କରିବେ ।

