JPSC ପରୀକ୍ଷା ଅନିୟମିତତା ମାମଲାରେ CIDର ବଡ଼ ଆକ୍ସନ୍ । ଝାଡ଼ଖଣ୍ଡରେ ଜେପିଏସ୍ସି ପରୀକ୍ଷାରେ କଥିତ ଅନିୟମିତତା ଓ ପେପର୍ ଲିକ୍ ମାମଲାର ତଦନ୍ତ ଏବେ ଜୋରଦାର ହୋଇଛି ।
JPSC ପରୀକ୍ଷା ଅନିୟମିତତା ମାମଲାରେ CIDର ବଡ଼ ଆକ୍ସନ୍ । ଝାଡ଼ଖଣ୍ଡରେ ଜେପିଏସ୍ସି ପରୀକ୍ଷାରେ କଥିତ ଅନିୟମିତତା ଓ ପେପର୍ ଲିକ୍ ମାମଲାର ତଦନ୍ତ ଏବେ ଜୋରଦାର ହୋଇଛି । ମାମଲାରେ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା ପାଇଁ ଝାଡ଼ଖଣ୍ଡ CID ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଏହି ମାମଲା ୧୪ତମ JPSC ସିଭିଲ୍ ସର୍ଭିସ୍ ପରୀକ୍ଷା ସହ ଜଡ଼ିତ । ନିଯୁକ୍ତି ପ୍ରକ୍ରିୟାରେ କଥିତ ଅନିୟମିତତା ନେଇ CID ଦୀର୍ଘଦିନ ଧରି ତଦନ୍ତ କରୁଛି । ଏହା ପୂର୍ବରୁ JPSC କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରି ଦସ୍ତାବିଜ, ମେରିଟ୍ ଲିଷ୍ଟ, ଡିଜିଟାଲ୍ ରେକର୍ଡ ଓ କମ୍ପ୍ୟୁଟର ହାର୍ଡଡ୍ରାଇଭ୍ ଯାଞ୍ଚ କରାଯାଇଥିଲା ।
ମାମଲାରେ ଏପର୍ଯ୍ୟନ୍ତ ଅନେକ ଗିରଫ ହୋଇସାରିଛି । ଏପରିକି JPSCର ପୂର୍ବତନ ଅଧ୍ୟକ୍ଷ ଏଲ୍. ଖିଆଙ୍ଗ୍ତେଙ୍କୁ ମଧ୍ୟ CID ଗିରଫ କରିଛି। ତଦନ୍ତରେ ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ନିଷ୍ପତ୍ତି ଓ ଆଉଟସୋର୍ସିଂ ଏଜେନ୍ସିର ଭୂମିକା ଉପରେ ମଧ୍ୟ ନଜର ରହିଛି । ସେପଟେ JPSC-JSSC ପରୀକ୍ଷାରେ କଥିତ ଅନିୟମିତତାକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ମଧ୍ୟ ତୀବ୍ର ହୋଇଛି । ଆନ୍ଦୋଳନକାରୀମାନେ ନିରପେକ୍ଷ ତଦନ୍ତ ଓ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଦାବି କରୁଛନ୍ତି ।

