କଙ୍ଗନା ରାଣାୱତ୍ ଓ ଶବାନା ଆଜମୀଙ୍କ ମଧ୍ୟରେ ମତଭେଦ କିଛି ନୂଆ କଥା ନୁହେଁ । ଅନେକ ପ୍ରସଙ୍ଗରେ ଉଭୟେ ପରସ୍ପରର ବିପରୀତ ମତ ରଖିଛନ୍ତି । କିନ୍ତୁ ୨୦୨୪ରେ ଘଟିଥିବା ଏକ ଘଟଣା ଏହି ଦୁଇ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଏକ ଭିନ୍ନ ଚିତ୍ର ଦେଖାଇଥିଲା ।
କଙ୍ଗନା ରାଣାୱତ୍ ଓ ଶବାନା ଆଜମୀଙ୍କ ମଧ୍ୟରେ ମତଭେଦ କିଛି ନୂଆ କଥା ନୁହେଁ । ଅନେକ ପ୍ରସଙ୍ଗରେ ଉଭୟେ ପରସ୍ପରର ବିପରୀତ ମତ ରଖିଛନ୍ତି । କିନ୍ତୁ ୨୦୨୪ରେ ଘଟିଥିବା ଏକ ଘଟଣା ଏହି ଦୁଇ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ଏକ ଭିନ୍ନ ଚିତ୍ର ଦେଖାଇଥିଲା ।
୨୦୨୪ ଜୁନ୍ରେ ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନାଙ୍କୁ ଜଣେ CISF ମହିଳା କର୍ମଚାରୀ ଚାପୁଡ଼ ମାରିଥିଲେ। ସେତେବେଳେ କଙ୍ଗନା ନବନିର୍ବାଚିତ ବିଜେପିସାଂସଦ ଥିଲେ । ଏହି ଘଟଣା ପରେ ସୋସିଆଲ୍ ମିଡିଆରେ କିଛି ଲୋକ ଚାପୁଡ଼ ମାରିବା ଘଟଣାକୁ ସମର୍ଥନ ମଧ୍ୟ କରିଥିଲେ । କିନ୍ତୁ ଏଠାରେ ଶବାନା ଆଜମୀଙ୍କ ପ୍ରତିକ୍ରିୟା ଚର୍ଚ୍ଚାରେ ଆସିଥିଲା । କଙ୍ଗନାଙ୍କ ସହ ମତଭେଦ ଥିଲେ ବି ଶବାନା ଚାପୁଡ଼ ଘଟଣାକୁ ସମର୍ଥନ କରିନଥିଲେ । ସେ ସ୍ପଷ୍ଟ କରିଥିଲେ କାହାର ମତାଦର୍ଶ ସହ ମତଭେଦ ଥାଇପାରେ, କିନ୍ତୁ ଶାରୀରିକ ଆକ୍ରମଣକୁ ଉତ୍ସବ ଭଳି ପାଳନ କରିବା ଠିକ୍ ନୁହେଁ ।
ଶବାନା ସେତେବେଳେ ସୋସିଆଲ୍ ମିଡିଆରେ କହିଥିଲେ ଯେ, କଙ୍ଗନାଙ୍କ ପ୍ରତି ତାଙ୍କର କୌଣସି ବ୍ୟକ୍ତିଗତ ସ୍ନେହ ନଥିଲେ ବି ସେ ଚାପୁଡ଼ ଘଟଣାକୁ ନେଇ ଖୁସି ହେଉଥିବା ଲୋକଙ୍କ ସହ ଯୋଗ ଦେଇପାରିବେ ନାହିଁ । ଆଇନକୁ ନିଜ ହାତକୁ ନେବା ଆରମ୍ଭ ହେଲେ କେହି ସୁରକ୍ଷିତ ରହିବେ ନାହିଁ ବୋଲି ସେ ମତ ଦେଇଥିଲେ ।
ଏହି ସମୟରେ ଆଉ ଏକ ରୋଚକ ଦିଗ ଥିଲା । ଶବାନାଙ୍କ ସ୍ୱାମୀ ଜାଭେଦ୍ ଅଖତର ଓ କଙ୍ଗନାଙ୍କ ମଧ୍ୟରେ ଦୀର୍ଘ ଆଇନଗତ ବିବାଦ ଚାଲିଥିଲା। ତଥାପି ଶବାନା ନିଜ ବ୍ୟକ୍ତିଗତ ମତଭେଦକୁ ପାଖରେ ରଖି ହିଂସା ବିରୋଧରେ ଠିଆ ହୋଇଥି ଲେ । କିନ୍ତୁ ଏବେ ୨୦୨୬ରେ ପୁଣି ଥରେ ଦୁଇଜଣଙ୍କ ନାଁ ଚର୍ଚ୍ଚାରେ । ଜନ୍ତର ମନ୍ତରରେ ଯୁବ ପ୍ରତିବାଦକାରୀଙ୍କୁ ନେଇ କଙ୍ଗନାଙ୍କ ‘ଗଟର ଜେନେରେସନ’ ମନ୍ତବ୍ୟକୁ ନେଇ ବିବାଦ ଚାଲିଥିବା ବେଳେ ସେ କହିଛନ୍ତି, ପ୍ରତିବାଦରେ ଥିବା ଅନେକ ଲୋକ ‘ଶବାନା ଆଜମୀ ଟାଇପ୍’ର ।
କଙ୍ଗନାଙ୍କ ଏହି ମନ୍ତବ୍ୟ ପରେ ପୁଣି ଥରେ ୨୦୨୪ର ସେହି ଘଟଣା ମନେ ପଡ଼ିଛି ଯେତେବେଳେ ମତଭେଦ ଥିଲେ ବି ଶବାନା ଆଜମୀ କଙ୍ଗନାଙ୍କ ପକ୍ଷରେ ହିଂସା ବିରୋଧରେ ଠିଆ ହୋଇଥିଲେ ।

