FCRA ବିଲ୍‌ରେ ବଢ଼ିଲା ଟେନସନ୍, ଅମିତ ଶାହଙ୍କୁ ନିଫିଉ ରିଓଙ୍କ ଚିଠି!

ମେଘାଳୟ ଓ ମିଜୋରାମ ପରେ ଏବେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିଉ ରିଓ ମଧ୍ୟ ପ୍ରସ୍ତାବିତ ବିଲ୍‌କୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏନେଇ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ।

ବୈଦେଶିକ ଅନୁଦାନ ନିୟନ୍ତ୍ରଣ ଆଇନ ବା FCRA ସଂଶୋଧନ ବିଲ୍-୨୦୨୬କୁ ନେଇ ଉତ୍ତର-ପୂର୍ବ ଭାରତରେ ବିରୋଧ ଓ ଆଶଙ୍କା ତୀବ୍ର ହେବାରେ ଲାଗିଛି । ମେଘାଳୟ ଓ ମିଜୋରାମ ପରେ ଏବେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିଉ ରିଓ ମଧ୍ୟ ପ୍ରସ୍ତାବିତ ବିଲ୍‌କୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏନେଇ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ।

୩ ପୃଷ୍ଠାର ଏହି ଚିଠିରେ ରିଓ ବିଲ୍‌ଟିକୁ ଏକ ଯୁଗ୍ମ ସଂସଦୀୟ କମିଟି (JPC) ନିକଟକୁ ପଠାଇ ଏହା ଉପରେ ବିସ୍ତୃତ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି । ନିଫିଉ ରିଓ କହିଛନ୍ତି ଯେ, ସେ ନାଗାଲାଣ୍ଡ ବାପ୍ଟିଷ୍ଟ ଚର୍ଚ୍ଚ କାଉନ୍ସିଲ ଏବଂ କୋହିମା ବିଶପଙ୍କ ସମେତ ଖ୍ରୀଷ୍ଟିଆନ ନେତାଙ୍କ ସହ ଏନେଇ ଆଲୋଚନା କରିଛନ୍ତି ।

ରିଓଙ୍କ ଆଶଙ୍କା ହେଉଛି, ପ୍ରସ୍ତାବିତ FCRA ସଂଶୋଧନ ବର୍ତ୍ତମାନର ରୂପରେ ଲାଗୁ ହେଲେ ନାଗାଲାଣ୍ଡର ଶିକ୍ଷା, ସ୍ୱାସ୍ଥ୍ୟ, ଜନକଲ୍ୟାଣ ଓ ସାମାଜିକ ସେବା ଭଳି କ୍ଷେତ୍ର ପ୍ରଭାବିତ ହୋଇପାରେ। ବିଶେଷକରି ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ କାମ କରୁଥିବା ଛୋଟ ସଂସ୍ଥାଗୁଡ଼ିକ ଏହାଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଅନ୍ୟପକ୍ଷରେ, କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ FCRA ସଂଶୋଧନ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟକୁ ଟାର୍ଗେଟ କରୁନାହିଁ । ବିଲ୍‌ଟି ସଂସଦର ଚାଲୁ ଅଧିବେଶନରେ ଆଲୋଚନା ହେବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ତେଣୁ ବିଲ୍‌କୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *