DUSU ନିର୍ବାଚନରେ ABVPର ବାଜିମାତ୍ ; ରାହୁଲଙ୍କୁ ନଡ୍ଡାଙ୍କ କଟାକ୍ଷ

ABVPର ବିଜୟକୁ ନେଇ ବିଜେପିର ଅନେକ ନେତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରଙ୍କ ଗୁଞ୍ଜ୍’ ଜନସମ୍ପର୍କ ଅଭିଯାନକୁ ନେଇ ଟିପ୍ପଣୀ କରିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ଏହି ଅଭିଯାନକୁ ନେଇ କଟାକ୍ଷ କରି କହିଛନ୍ତି, “ମୁଁ ଗୁଞ୍ଜ୍ ତ ଶୁଣିନାହିଁ, କିନ୍ତୁ ଧମାକା ନିଶ୍ଚୟ ଶୁଣିଛି ।

ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ସଂଘ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଜୟ ପରେ ରାଜନୈତିକ ପ୍ରତିକ୍ରିୟା ତୀବ୍ର ହୋଇଛି । ABVPର ବିଜୟକୁ ନେଇ ବିଜେପିର ଅନେକ ନେତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରଙ୍କ ଗୁଞ୍ଜ୍’ ଜନସମ୍ପର୍କ ଅଭିଯାନକୁ ନେଇ ଟିପ୍ପଣୀ କରିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ଏହି ଅଭିଯାନକୁ ନେଇ କଟାକ୍ଷ କରି କହିଛନ୍ତି, “ମୁଁ ଗୁଞ୍ଜ୍ ତ ଶୁଣିନାହିଁ, କିନ୍ତୁ ଧମାକା ନିଶ୍ଚୟ ଶୁଣିଛି ।” ABVPର ବିଜୟକୁ ଆଧାର କରି ବିଜେପି ନେତାମାନେ ରାହୁଲଙ୍କ ଛାତ୍ର ଅଭିଯାନ ଉପରେ ପ୍ରଶ୍ନ ଉଠାଇଛନ୍ତି। କିଛି ନେତା ଏହାକୁ ‘ମିଛର ଗୁଞ୍ଜ’ ବୋଲି ମଧ୍ୟ କହିଛନ୍ତି ।

ଅନ୍ୟପକ୍ଷରେ, ABVPର ବିଜୟକୁ ନେଇ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ଦେଇଛନ୍ତି। DUSU ନିର୍ବାଚନରେ ABVPର ବିଜୟ ପାଇଁ ସେ ପରିଷଦର କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ କହିବା ଅନୁସାରେ, ଏହି ବିଜୟ ‘ରାଷ୍ଟ୍ର ପ୍ରଥମ’ ଚିନ୍ତାଧାରା ଏବଂ ଛାତ୍ର କଲ୍ୟାଣ ପ୍ରତି ABVPର ପ୍ରତିବଦ୍ଧତା ଉପରେ ଯୁବପିଢ଼ିର ବିଶ୍ୱାସକୁ ଦର୍ଶାଉଛି। ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଅନୁସରଣ କରି ଛାତ୍ରହିତ ଓ ରାଷ୍ଟ୍ର ନିର୍ମାଣ କାର୍ଯ୍ୟକୁ ଆଗକୁ ନେବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ABVPକୁ ଅଭିନନ୍ଦନ ଜଣାଇଛନ୍ତି। DUSU ନିର୍ବାଚନରେ ଅଧ୍ୟକ୍ଷ, ସଚିବ ଓ ଯୁଗ୍ମ ସଚିବ ପଦ ହାସଲ କରିଥିବାରୁ ସେ ABVP କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଦେଇଛନ୍ତି। ଏହି ଫଳାଫଳ ଛାତ୍ରମାନଙ୍କ ସମର୍ଥନକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *