କବିତାଙ୍କ କହିବା ଅନୁଯାଇ , ମହେଶଙ୍କ ଦେହ ହଠାତ ଖରାପ ହେବା ପରେ ସେ ସେଠାରେ ବେହୋଷ ହୋଇଯାଇଥିଲେ ଏବଂ କବିତା ନିଜେ ବାଇକ ଚଲାଇ ତାଙ୍କୁ କିଛିବାଟ ଆଣିଥିଲେ କିନ୍ତୁ ତାଙ୍କ ଅବସ୍ଥା ଅତ୍ୟଧିକ ଖରାପ ହେବା ପରେ ତାଙ୍କୁ ସେ ରାସ୍ତା କଡରେ ସୁଆଇ ଘରଲୋକଙ୍କୁ କଲ କରିଥିଲେ । ପରିସ୍ଥିତି ପ୍ରଥମେ କିଛିମାତ୍ରାରେ ଅସାମାନ୍ୟ ଲାଗୁଥିଲା ବେଳେ ସିସିଟିଭି ଫୁଟେଜ ମିଳିବା ପରେ ଘରଲୋକଙ୍କର ସନ୍ଦେହ ବିଶ୍ୱାସରେ ପରିଣତ ହୋଇଯାଇଥିଲା ।
ଜୟପୁରରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଉପରେ ଲାଗିଲା ଷଡଯନ୍ତ୍ରର ଅଭିଯୋଗ । ପରିବାର ବର୍ଗ କହିଲେ ଅସ୍ଥି ବିସର୍ଜନ ପାଇଁ ମଧ୍ୟ ଯାଇଥିଲେ ମହିଳା, କିନ୍ତୁ ସିସିଟିଭି ଭିଡିଓ ମିଳିବା ପରେ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସିସିଟିଭିରେ ୩ ଜଣ ଯୁବକଙ୍କ ସହ ଦେଖାଯାଇଥିଲେ ମହିଳା, ଏନେଇ ପୁଲିସ କରୁଛି ତଦନ୍ତ ।
ରାଜସ୍ଥାନର ରାଜଧାନୀ ଜୟପୁରର ଏକ ଘଟଣା ସମ୍ପୂର୍ଣ୍ଣ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୁଣିଥରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଷଡଯନ୍ତ୍ର କରି ହତ୍ୟା କରିଥିବାର ଅଭିଯୋଗ ସାମନାକୁ ଆସିଛି । ୨୭ ବର୍ଷିୟ ମହେଶ ମୀଣାଙ୍କ ମୃତ୍ୟୁ ଏବେ ଏକ ହତ୍ୟା ଘଟଣାର ରୂପ ନେଇଛି । ପ୍ରଥମେ ସଂପୂର୍ଣ୍ଣ ଘଟଣାଟି ସାମାନ୍ୟ ଲାଗୁଥିଲେ ମଧ୍ୟ ସିସିଟିଭି ଫୁଟେଜ ଘଟଣାର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାରୁ ଜଣା ପଡିଛି କି ଅଗଷ୍ଟ ୫ ଦିନ ସକାଳେ ମହେଶ ନିଜ ସ୍ତ୍ରୀ କବିତାଙ୍କ ସହ ଔଷଧ ଆଣିବା ପାଇଁ ଘରୁ ବାହାରିଥିଲେ । ଦୁହେଁ ଜୟପୁରର ବୋରାଜ ଅଞ୍ଚଳ ଆଡକୁ ଔଷଧ ଆଣିବା ପାଇଁ ଯାଇଥିଲେ , କିନ୍ତୁ ସନ୍ଧ୍ୟା ଯାଏଁ ଘରକୁ ଫେରି ନଥିଲେ । ସନ୍ଧ୍ୟା ୫ ଟା ସମୟରେ ମୃତକଙ୍କ ସାନ ଭାଇ କବିତାଙ୍କ ମୋବାଇଲକୁ କଲ୍ କରି କଥାହୋଇଥିଲେ କିନ୍ତୁ ମାତ୍ର କିଛି ସମୟ ପରେ ଅଭିଯୁକ୍ତ ନିଜ ଆଡୁ କଲ କରି ମହେଶଙ୍କ ଦେହ ଅଚାନକ ଖରାପ ହୋଇଯାଇଥିବା ସୂଚନା ଦେଇଥିଲେ, ତଥା ତାଙ୍କୁ ସେଠାରୁ ସାଙ୍ଗରେ ନେବା ପାଇଁ କହିଥିଲେ । ମୃତକଙ୍କ ସାନଭାଇ ତଥା ଭଉଣୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
କବିତାଙ୍କ କହିବା ଅନୁଯାଇ , ମହେଶଙ୍କ ଦେହ ହଠାତ ଖରାପ ହେବା ପରେ ସେ ସେଠାରେ ବେହୋଷ ହୋଇଯାଇଥିଲେ ଏବଂ କବିତା ନିଜେ ବାଇକ ଚଲାଇ ତାଙ୍କୁ କିଛିବାଟ ଆଣିଥିଲେ କିନ୍ତୁ ତାଙ୍କ ଅବସ୍ଥା ଅତ୍ୟଧିକ ଖରାପ ହେବା ପରେ ତାଙ୍କୁ ସେ ରାସ୍ତା କଡରେ ସୁଆଇ ଘରଲୋକଙ୍କୁ କଲ କରିଥିଲେ । ପରିସ୍ଥିତି ପ୍ରଥମେ କିଛିମାତ୍ରାରେ ଅସାମାନ୍ୟ ଲାଗୁଥିଲା ବେଳେ ସିସିଟିଭି ଫୁଟେଜ ମିଳିବା ପରେ ଘରଲୋକଙ୍କର ସନ୍ଦେହ ବିଶ୍ୱାସରେ ପରିଣତ ହୋଇଯାଇଥିଲା ।
ସିସିଟିଭି ଫୁଟେଜରେ କବିତାଙ୍କ ସହ ଅନ୍ୟ ୩ ଜଣ ବ୍ୟକ୍ତି ମଧ୍ୟ ଦେଖାଯାଇଥିଲେ , ଯେଉଁଥିରେ କବିତା ଜଣେ ପୁରୁଷଙ୍କ ବାଇକ ପଛରେ ବସିଥିବା ବେଳେ ମହେଶ ଆଉଗୋଟିଏ ବାଇକରେ ଅନ୍ୟ ୨ ଜଣ ଯୁବକଙ୍କ ମଝିରେ ବେହୋସ ଅବସ୍ଥାରେ ବସିଥିଲେ । ଏହା ଛଡା ଅନ୍ୟ ଏକ ଫୁଟେଜରେ କବିତା ଫୋନରେ ଜଣେ ଯୁବକ ବନ୍ଧୁଙ୍କ ସହ କଥା ହେବା ବେଳେ କହିଥିଲେ କି, “ ମୁଁ ତ ଫସିଯାଇଛି , ଏବେ ଘରଲୋକ ମୋତେ ମାରି ଦେବେ । ସେ ଆଉ କେତେ ଲୁଚିବ , ଧରା ତ ସେ ବି ପଡିବ ।” ଏହି ଦୁଇଟି ଭିଡିଓ ଘରଲୋକ ପୁଲିସକୁ ଜମା ଦେଇ ଥିଲେ । ପୁଲିସ ଏହି ୨ଟି ଭିଡିଓର ସତ୍ୟତା ଯାଞ୍ଚକରିବା ସହିତ ପୋଷ୍ଟମୋର୍ଟମ ରିପୋର୍ଟ , ମୋବାଇଲର କଲ ରେକର୍ଡ ମଧ୍ୟ ଜାଞ୍ଚ କରୁଛି ।
ପୁଲିସର କହିବା ଅନୁଯାଇ ଆରମ୍ଭରୁ ମହେଶଙ୍କ ମୃତ୍ୟୁ ପ୍ରକୃତିକ ବୋଲି ଜଣା ପଡୁଥିବା ବେଳେ ବର୍ତ୍ତମାନର ପରିସ୍ଥିତି ତଥା ସିସିଟିଭି ଫୁଟେଜ ଆଧାରରେ ଏହା ଏକ ହତ୍ୟା ମାମଲା ବୋଲି ଜଣା ପଡୁଛି । ସମସ୍ତ ଅଭିଯୁକ୍ତଙ୍କୁ ପଚରା ଉଚରା କରା ଯାଇ , ତଥା ସମସ୍ତ ତଥ୍ୟକୁ ଜାଞ୍ଚ କରି ଖୁବ ଶିଘ୍ର ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରା ଯିବ ବୋଲି ପୁଲିସ ପକ୍ଷରୁ କୁହାଯାଉଛି ।

