ସେପଟେ ଟିଏମସିର ୨୦ ଜଣ ସାଂସଦ ଏନଡିକୁ ସମର୍ଥନ ଦେବା ନେଇ ଲୋକସଭାର ବାଚସ୍ପତିଙ୍କୁ ଏକ ଆବେଦନ କରିଛନ୍ତି । ଏହି ଆବେଦନ କିଛି ଦିନ ଆଗରୁ ହୋଇଥିଲେ ବି ଏଥିରେ କେଉଁ କେଉଁ ସାଂସଦଙ୍କ ନାମ ଅଛି, ତାହାର ଆଜି ଖୁଲାସା ହୋଇଛି । ଏହି ତାଲିକାରେ ଯେଉଁ ସାଂସଦଙ୍କ ନାମ ଆସିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଉ ଭାବିବାକୁ ବାଧ୍ୟ ହେବେ ଯେ କ୍ଷମତା ରାଜନୀତିରେ କେହି ନିଜର ନୁହଁନ୍ତି କି କେହି ସ୍ଥିର ଆଦର୍ଶ ସହ ସ୍ଥିର ନୁହଁନ୍ତି ।
ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଦଳ ଭାଙ୍ଗିଗଲାଣି, ନେତା ବିଦ୍ରୋହ କଲେଣି । କିଛି ଦିନ ତଳେ ଦଳର ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ପାର୍ଟିରୁ ଇସ୍ତଫା ଦେଇଥିଲେ । ଏବେ ଆଉ ଜଣେ ସାଂସଦ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ମମତାଙ୍କ ଘନିଷ୍ଠ କୁହାଯାଉଥିବା ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦଳରେ ଚାଲିଥିବା ଅସନ୍ତୋଷ ମଧ୍ୟରେ ସେ ପଦ ଛାଡିଛନ୍ତି । ତାଙ୍କ ଇସ୍ତଫା ପାର୍ଟି ପାଇଁ ବଡ ରାଜନୈତିକ ଝଟକା । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଏହି ଇସ୍ତଫା ସହ ଟିଏମସିର ସଙ୍କଟ ବଢିବାରେ ଲାଗିଛି । ଫଳାଫଳର ମାସକ ମଧ୍ୟରେ ଦଳ ଭାଙ୍ଗିବା ଆରମ୍ଭ କଲାଣି । ୨୦ରୁ ଅଧିକ ସାଂସଦ ଦଳ ଛାଡିବା ପାଇଁ ବସିଛନ୍ତି । ସେମାନେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରିବାକୁ କହିସାରିଛନ୍ତି । ଏପରିକି ଟିଏମସିର ଶୀର୍ଷ ନେତୃତ୍ୱଙ୍କ ସହ ସେମାନେ କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି ।
ପଶ୍ଚିମବଙ୍ଗରେ ୧୫ ବର୍ଷର କ୍ଷମତା ହରାଇବା ପରେ, ମମତା ବାନାର୍ଜୀ ବର୍ତ୍ତମାନ ସବୁଠାରୁ କଷ୍ଟକର ପର୍ୟ୍ୟାୟର ସମ୍ମୁଖୀନ ହେଉଛନ୍ତି । ଦଳ ଏବଂ ସଂଗଠନକୁ ବଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଦଳ ଭିତରେ ବିଦ୍ରୋହ ପରେ, ଯେଉଁମାନେ ପୂର୍ବରୁ ନିକଟତମ ସହଯୋଗୀ ଥିଲେ ସେମାନେ ଏବେ ତ୍ୟାଗ କରୁଛନ୍ତି । ବିରୋଧୀ ସ୍ୱର, ମମତାଙ୍କୁ ସମ୍ପୂର୍ଣ୍ଣ ଭାବେ ଏକାକୀ କରିଦେଇଛି । ପରିସ୍ଥିତି ଦଳର ଅସ୍ତିତ୍ୱ ପାଇଁ ଏକ ସଙ୍କଟ ପାଲଟିଛି । ମମତା ବାନାର୍ଜୀଙ୍କ ଘନିଷ୍ଠ ବିଶ୍ୱାସୀ ଏବଂ ଟିଏମସିର ଜଣେ ଫାୟାରବ୍ରାଣ୍ଡ ଚେହେରା ସାୟୋନି ଘୋଷ ମଧ୍ୟ ଏବେ ବିଦ୍ରୋହୀ ଗୋଷ୍ଠୀମୁହାଁ ହୋଇଛନ୍ତି । ବିଦ୍ରୋହୀ ଗୋଷ୍ଠୀରେ ସାୟୋନି ଘୋଷ ଏବଂ ସୁଦୀପ ବନ୍ଦୋପାଧ୍ୟାୟଙ୍କ ସମେତ ୨୦ ଜଣ ଲୋକସଭା ସାଂସଦ ଅଛନ୍ତି । ସାୟୋନି ଘୋଷ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ନିର୍ବାଚନମଣ୍ଡଳୀର ଟିଏମ୍ସି ସାଂସଦ । କାକୋଲି ଘୋଷ ଦସ୍ତିଦାରଙ୍କ ସହିତ ଯୋଗାଯୋଗ କରି ବିଚ୍ଛିନ୍ନ ଟିଏମସି ଗୋଷ୍ଠୀକୁ ସମର୍ଥନ ଜଣାଇ ଜରୁରୀ କାଗଜପତ୍ରରେ ସାୟୋନି ସ୍ୱାକ୍ଷର କରିଥିବା କୁହାଯାଉଛି ।
ସେପଟେ ଟିଏମସିର ୨୦ ଜଣ ସାଂସଦ ଏନଡିକୁ ସମର୍ଥନ ଦେବା ନେଇ ଲୋକସଭାର ବାଚସ୍ପତିଙ୍କୁ ଏକ ଆବେଦନ କରିଛନ୍ତି । ଏହି ଆବେଦନ କିଛି ଦିନ ଆଗରୁ ହୋଇଥିଲେ ବି ଏଥିରେ କେଉଁ କେଉଁ ସାଂସଦଙ୍କ ନାମ ଅଛି, ତାହାର ଆଜି ଖୁଲାସା ହୋଇଛି । ଏହି ତାଲିକାରେ ଯେଉଁ ସାଂସଦଙ୍କ ନାମ ଆସିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଉ ଭାବିବାକୁ ବାଧ୍ୟ ହେବେ ଯେ କ୍ଷମତା ରାଜନୀତିରେ କେହି ନିଜର ନୁହଁନ୍ତି କି କେହି ସ୍ଥିର ଆଦର୍ଶ ସହ ସ୍ଥିର ନୁହଁନ୍ତି ।
ଟିଏମସିରେ ବିରାଟ ବିଦ୍ରୋହ । ପଶ୍ଚିମବଙ୍ଗ ନିର୍ବାଚନରେ ହାର ପରେ ଦଳ ବିଖଣ୍ଡିତ । ପ୍ରଥମେ ୬୦ରୁ ଅଧିକ ବିଧାୟକ ବିଦ୍ରୋହ କରିବା ପରେ ଏବେ ଲୋକସଭା ସାଂସଦମାନେ ମଧ୍ୟ ବିଦ୍ରୋହୀ ହୋଇଛନ୍ତି । ଏହି ସଙ୍କଟ ମଧ୍ୟରେ ୧୯ ଜଣ ସାଂସଦଙ୍କ ପୂର୍ଣ୍ଣ ତାଲିକା ସାମ୍ନାକୁ ଆସିଛି। ଏହି ତାଲିକାରେ କ୍ରିକେଟର ଯୁସୁଫ ପଠାନ, ଅଭିନେତା ଶତ୍ରୁଘ୍ନ ସିହ୍ନା ଏବଂ ବିବାଦୀୟ ‘କାବା-ମଦିନା’ ଗୀତ ପାଇଁ ପରିଚିତ ସୟାନି ଘୋଷଙ୍କ ନାମ ସାମିଲ୍ ରହିଛି । ସେମାନେ ପୂର୍ବରୁ ଦାବି କରିଥିଲେ ଯେ ୨୦ରୁ ଅଧିକ ସାଂସଦ ସେମାନଙ୍କ ସହ ଅଛନ୍ତି, କିନ୍ତୁ ପ୍ରକାଶିତ ତାଲିକାରେ ୧୯ ଜଣଙ୍କ ନାମ ରହିଛି। ୧୯ ବିଦ୍ରୋହୀ ସାଂସଦ ହେଲେ କାକୋଲି ଘୋଷ, ଜଗଦୀଶ ଚନ୍ଦ୍ର ବସୁନିଆ, ଖଲି ଉର୍ ରହମାନ, ଯୁସୁଫ ପଠାନ, ଅବୁ ତାହିର ଖାନ, ପାର୍ଥ ଭୌମିକ,
ବାପି ହଲଧର, ସୟାନି ଘୋଷ, ମାଲା ରାୟ, ମିତାଲି ବାଗ, ଦୀପକ ଅଧିକାରୀ, କାଳୀପଦ ସୋରେନ, ଜୁନ ମାଲିଆ, ଅରୂପ ଚକ୍ରବର୍ତ୍ତୀ, ଡଃ ଶର୍ମିଳା ସରକାର, ଶତ୍ରୁଘ୍ନ ସିହ୍ନା, ଅସିତ କୁମାର ମାଲ, ଶତାବ୍ଦୀ ରାୟ, ରଚନା ବାନାର୍ଜୀ, ସୟାନି ଘୋଷ ସବୁଠୁ ଆଶ୍ଚର୍ୟ୍ୟଜନକ ନାମ ଏହି ତାଲିକାରେ ରହିଛି । ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ । ରାଲିରେ ତାଙ୍କର ଭାଷଣ ଏବଂ ହୃଦୟରେ କାବା, ଆଖିରେ ମଦିନା’ ଗୀତ ତାଙ୍କୁ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପ ଭାବେ ଚର୍ଚ୍ଚାରେ ଆଣିଥିଲା । ସୟାନି ଜାଦବପୁର ଲୋକସଭା ଆସନରୁ ସାଂସଦ। ୨୦୨୧ରେ ସେ ଞଗଉରେ ଯୋଗ ଦେଇଥିଲେ। ସେହି ବର୍ଷ ବିଧାନସଭା ନିର୍ବାଚନରେ ହାରିଥିଲେ ମଧ୍ୟ ଅଭିଷେକ ବାନାର୍ଜୀ ତାଙ୍କୁ ଦଳର ଯୁବ ଶାଖାର ଜାତୀୟ ଅଧ୍ୟକ୍ଷା କରିଥିଲେ । ଯୁସୁଫ ପଠାନ ଏବଂ ଶତ୍ରୁଘ୍ନ ସିହ୍ନା ମଧ୍ୟ ବିଦ୍ରୋହ କରିଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି । ସାଂସଦମାନେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ପୃଥକ୍ ବ୍ଲକ୍ ସ୍ୱୀକୃତି ଏବଂ ଏନଡିଏ ସହ ସମର୍ଥନ ଘୋଷଣା କରିଛନ୍ତି। ଏହା ମମତା ବାନାର୍ଜୀଙ୍କ ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି।
ବିଦ୍ରୋହୀ ଗୋଷ୍ଠୀର ତାଲିକା
ମମତାଙ୍କ ବିରୋଧରେ ବିଦ୍ରୋହ କରିଥିବା ସାଂସଦ ନାଁ ଏବେ ଚର୍ଚ୍ଚାରେ
ତାଲିକାରେ କ୍ରିକେଟର ଯୁସୁଫ ପଠାନ, ଅଭିନେତା ଶତ୍ରୁଘ୍ନ ସିହ୍ନା ସୟାନି ଘୋଷ
ପୂର୍ବରୁ ଦାବି କରିଥିଲେ ଯେ ୨୦ରୁ ଅଧିକ ସାଂସଦ ସେମାନଙ୍କ ସହ ଅଛନ୍ତି
୧୯ ବିଦ୍ରୋହୀ ସାଂସଦ ହେଲେ କାକୋଲି ଘୋଷ, ଜଗଦୀଶ ଚନ୍ଦ୍ର ବସୁନିଆ
ଖଲି ଉର୍ ରହମାନ, ଯୁସୁଫ ପଠାନ, ଅବୁ ତାହିର ଖାନ, ପାର୍ଥ ଭୌମିକ
ବାପି ହଲଧର, ସୟାନି ଘୋଷ, ମାଲା ରାୟ, ମିତାଲି ବାଗ, ଦୀପକ ଅଧିକାରୀ
କାଳୀପଦ ସୋରେନ, ଜୁନ ମାଲିଆ, ଅରୂପ ଚକ୍ରବର୍ତ୍ତୀ, ଡଃ ଶର୍ମିଳା ସରକାର
ଶତ୍ରୁଘ୍ନ ସିହ୍ନା, ଅସିତ କୁମାର ମାଲ, ଶତାବ୍ଦୀ ରାୟ, ରଚନା ବାନାର୍ଜୀ
ସୟାନି ଘୋଷ ସବୁଠୁ ଆଶ୍ଚର୍ୟ୍ୟଜନକ ନାମ ଏହି ତାଲିକାରେ ରହିଛି
ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ
ତାଙ୍କୁ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପ ଭାବେ ଚର୍ଚ୍ଚାରେ ଆଣିଥିଲା
ସୟାନି ଜାଦବପୁର ଲୋକସଭା ଆସନରୁ ସାଂସଦ
୨୦୨୧ରେ ସେ ଟିଏସିରେ ଯୋଗ ଦେଇଥିଲେ
ନିର୍ବାଚନରେ ହାରିଥିଲେ ମଧ୍ୟ ଦଳର ଯୁବ ଶାଖାର ଜାତୀୟ ଅଧ୍ୟକ୍ଷା ହୋଇଥିଲେ
ଯୁସୁଫ ପଠାନ ଏବଂ ଶତ୍ରୁଘ୍ନ ସିହ୍ନା ବିଦ୍ରୋହ କରିଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି
ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଏନଡିଏକୁ ସମର୍ଥନ ଘୋଷଣା କରିଛନ୍ତି

