ଖୁସି ଖବର । କମୁଛି ସୁନା ଦର ଆଉ ରୁପା ଦର , ଏବେ ଲଗାତାର ହ୍ରାସ ପାଉଛି । ଯାହା ଏବେ ସମସ୍ତଙ୍କ ପାଇଁ ଖୁସି ଆଣିଛି କାରଣ ବର୍ଧିତ ମୁଲ୍ୟ ଲଗାତାର ଗ୍ରାହକ ହେଉ କିମ୍ବା ବ୍ୟାବସାୟୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ।
ଖୁସି ଖବର । କମୁଛି ସୁନା ଦର ଆଉ ରୁପା ଦର , ଏବେ ଲଗାତାର ହ୍ରାସ ପାଉଛି । ଯାହା ଏବେ ସମସ୍ତଙ୍କ ପାଇଁ ଖୁସି ଆଣିଛି କାରଣ ବର୍ଧିତ ମୁଲ୍ୟ ଲଗାତାର ଗ୍ରାହକ ହେଉ କିମ୍ବା ବ୍ୟାବସାୟୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ବର୍ତ୍ତମାନ ସାମାନ୍ୟ ଆଶ୍ବସ୍ତ ଆଣିଛି । ଗତକିଛି ଦିନ ହେବ ଲଗାତର ଭାବେ ସୁନା ଦର ହ୍ରାସ ପାଉଛି । ବିଶ୍ୱ ବିଲିଅନ୍ ବଜାରରେ ସୁନା ନିରନ୍ତର ହ୍ରାସ ପାଇ ଚାଲିଛି ।
ତେବେ ଏହାରି ଭିତରେ ସୁନା ଓ ରୂପା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ଗତ କାରବାର ଦିନରେ ଦୁଇ ଧାତୁର ଦର ବଢ଼ିଥିଲେ ମଧ୍ୟ, ୩ ନଭେମ୍ବରରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା MCXରେ ସୁନା ଓ ରୂପା ଦରରେ ତୀବ୍ର ପତନ ଦେଖିବାକୁ ମିଳିଛି । ବଜାର ଖୋଲିବା ସହିତ ରୂପା ଦର ପ୍ରତି କିଲୋଗ୍ରାମରେ ୪,୪୨୯ ଟଙ୍କା କମିଥିବାବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧,୩୮୬ ଟଙ୍କା ହ୍ରାସ ପାଇଛି ।
ରୂପା ବଜାରକୁ ଦେଖିଲେ, ୪ ଡିସେମ୍ବର ଏକ୍ସପାୟରି ଥିବା ରୂପା ଫ୍ୟୁଚର୍ସ ଗତ କାରବାର ଦିନରେ ପ୍ରାୟ ୪,୬୦୦ ଟଙ୍କା ଉଠି ୧.୮୩ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ ଉପରେ ପହଞ୍ଚିଥିଲା । ମଙ୍ଗଳବାର ବଜାର ଖୋଲିବା ସହିତ ରୂପା ପୁଣି ୧.୮୦ ଲକ୍ଷ ଟଙ୍କା ତଳକୁ ଖସିଗଲା । ଆରମ୍ଭିକ କାରବାରରେ ରୂପା ୧,୭୯,୩୫୦ ଟଙ୍କା ପ୍ରତି କିଲୋଗ୍ରାମରେ ବ୍ୟବସାୟ କରୁଥିଲା ।
ଗତ କାରବାର ଦିନରେ ରୂପା ୧,୮୩,୭୭୯ ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଥିଲା । ତେଣୁ ମାତ୍ର ଗୋଟିଏ ସେସନର ଆରମ୍ଭରେ ଏହା ୪,୪୨୯ ଟଙ୍କା ଶସ୍ତା ହୋଇଛି। ଚଳିତ ବର୍ଷ ୨୯ ଜାନୁଆରୀରେ ରୂପା ଐତିହାସିକ ଉଚ୍ଚ ସ୍ତର ୪,୨୦,୦୪୮ ଟଙ୍କା ପ୍ରତି କିଲୋଗ୍ରାମକୁ ଛୁଇଁଥିଲା। ବର୍ତ୍ତମାନର ୧,୭୯,୩୫୦ ଟଙ୍କା ଦର ସହ ତୁଳନା କଲେ ରୂପା ତାହାର ସର୍ବୋଚ୍ଚ ସ୍ତରରୁ ୨.୪୦ ଲକ୍ଷ ଟଙ୍କାରୁ ଅଧିକ ନିମ୍ନରେ ରହିଛି।
ରୂପା ସହ ସୁନା ଦର ମଧ୍ୟ ତଳକୁ ଖସିଛି। MCXରେ ୪ ଡିସେମ୍ବର ଏକ୍ସପାୟରି ଥିବା ୨୪ କ୍ୟାରେଟ ସୁନାର ଫ୍ୟୁଚର୍ସ ଦର ୧୦ ଗ୍ରାମ ପିଛା ୧,୩୮,୮୦୦ ଟଙ୍କାକୁ ଖସିଆସିଛି। ଗତ କାରବାର ଦିନରେ ଏହା ୧,୪୦,୧୮୬ ଟଙ୍କାରେ ବନ୍ଦ ହୋଇଥିଲା। ଅର୍ଥାତ୍ ଏକ ଝଟକାରେ ୧୦ ଗ୍ରାମ ସୁନା ୧,୩୮୬ ଟଙ୍କା ଶସ୍ତା ହୋଇଛି।
ଘରୋଇ ବଜାରରେ ମଧ୍ୟ ସୁନା ଓ ରୂପାର ଦର ହ୍ରାସ ପାଇଛି। ଇଣ୍ଡିଆନ ବୁଲିଅନ ଏଣ୍ଡ ଜୁଏଲର୍ସ ଆସୋସିଏସନ୍ର ତଥ୍ୟ ଅନୁସାରେ, ୨ ନଭେମ୍ବରରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧,୩୭,୫୨୪ ଟଙ୍କାକୁ ଖସିଥିଲା । ୩୦ ଅକ୍ଟୋବରରେ ଏହି ଦର ୧,୪୦,୦୫୪ ଟଙ୍କା ଥିଲା । ଅର୍ଥାତ୍ ଏହି ସମୟରେ ସୁନା ୨,୫୩୦ ଟଙ୍କା ଶସ୍ତା ହୋଇଛି । ସେହିପରି ରୂପା ଦର ୧,୮୧,୩୪୪ ଟଙ୍କାରୁ ହ୍ରାସ ପାଇ ୧,୭୯,୯୭୨ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି । ସୁନା-ରୂପା ଦରରେ ଏଭଳି ତୀବ୍ର ଉତ୍ଥାନ-ପତନ ମଧ୍ୟରେ ନିବେଶକଙ୍କୁ ସତର୍କ ରହିବା ଆବଶ୍ୟକ। ବିଶେଷକରି ଫ୍ୟୁଚର୍ସ ଓ ETF ପରି ଉପକରଣରେ ନିବେଶ ପୂର୍ବରୁ ବଜାର ବିଶେଷଜ୍ଞଙ୍କ ମତାମତ ନେବା ଭଲ।

