ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗତି ଏବଂ ସେମାନଙ୍କର ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଏକେ ରାଶିରେ ତିନିଟି ଗ୍ରହ ଏକ ସମୟରେ ଏକତ୍ରିତ ହେଲେ ତାହାକୁ ‘ତ୍ରିଗ୍ରହୀ ଯୋଗ’ କୁହାଯାଏ । ପଞ୍ଜିକା ଅନୁସାରେ, ୩ ନଭେମ୍ବର ୨୦୨୬ରେ ଚନ୍ଦ୍ର ସିଂହ ରାଶିରେ ପ୍ରବେଶ କରିଛନ୍ତି
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗତି ଏବଂ ସେମାନଙ୍କର ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଏକେ ରାଶିରେ ତିନିଟି ଗ୍ରହ ଏକ ସମୟରେ ଏକତ୍ରିତ ହେଲେ ତାହାକୁ ‘ତ୍ରିଗ୍ରହୀ ଯୋଗ’ କୁହାଯାଏ । ପଞ୍ଜିକା ଅନୁସାରେ, ୩ ନଭେମ୍ବର ୨୦୨୬ରେ ଚନ୍ଦ୍ର ସିଂହ ରାଶିରେ ପ୍ରବେଶ କରିଛନ୍ତି । ଏଠାରେ ପୂର୍ବରୁ ବୃହସ୍ପତି ଓ କେତୁ ଅବସ୍ଥିତ ଥିବାରୁ ଚନ୍ଦ୍ର, ବୃହସ୍ପତି ଏବଂ କେତୁଙ୍କ ଯୁତିରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହୋଇଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ଏହି ଯୋଗର ପ୍ରଭାବ ବିଶେଷକରି ୪ଟି ରାଶି ଉପରେ ଶୁଭ ରହିପାରେ ।
ମେଷ ରାଶି: ମେଷ ରାଶିର ଲୋକଙ୍କ ପାଇଁ ଏହି ତ୍ରିଗ୍ରହୀ ଯୋଗ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇପାରେ । ଦୀର୍ଘଦିନ ଧରି ଅଟକିଥିବା ଟଙ୍କା ଫେରି ମିଳିବାର ସମ୍ଭାବନା ରହିଛି। ପୁରୁଣା ନିବେଶରୁ ଲାଭ ମିଳିପାରେ। ସନ୍ତାନ ପକ୍ଷରୁ ମଧ୍ୟ ଖୁସିର ଖବର ମିଳିବାର ସମ୍ଭାବନା ରହିଛି । ଚାକିରି ଓ ବ୍ୟବସାୟରେ ପୂର୍ବରୁ କରିଥିବା ପରିଶ୍ରମର ଭଲ ଫଳ ମିଳିପାରେ। ପରିବାର ସହ ଭଲ ସମୟ କାଟିବା ସହ ଧାର୍ମିକ ଯାତ୍ରାର ଯୋଜନା ମଧ୍ୟ ହୋଇପାରେ ।
ସିଂହ ରାଶି: ସିଂହ ରାଶିର ଜାତକମାନଙ୍କ ଆତ୍ମବିଶ୍ୱାସ ବଢ଼ିପାରେ। ଦୀର୍ଘଦିନ ଧରି ଅଟକିଥିବା କାମ ସମ୍ପୂର୍ଣ୍ଣ ହେବାର ସୁଯୋଗ ରହିଛି। ଚାକିରି କ୍ଷେତ୍ରରେ ପରିଶ୍ରମର ପ୍ରଶଂସା ମିଳିବା ସହ ବ୍ୟବସାୟୀଙ୍କୁ ଭଲ ଲାଭ ହୋଇପାରେ। ପୈତୃକ ସମ୍ପତ୍ତି ସମ୍ବନ୍ଧିତ ମାମଲାରେ ରାହତ ମିଳିବା ସହ ଆଇନଗତ ବିବାଦରେ ସକାରାତ୍ମକ ଫଳ ମିଳିପାରେ।
ବିଛା ରାଶି: ବିଛା ରାଶିର ଲୋକଙ୍କ ପାଇଁ ଆୟ ବଢ଼ାଇବାର ନୂଆ ସୁଯୋଗ ଆସିପାରେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବାର ସମ୍ଭାବନା ରହିଛି। ପାର୍ଟନରଶିପ୍ରେ କାମ କରୁଥିବା ଲୋକ ମଧ୍ୟ ଲାଭ ପାଇପାରନ୍ତି। ପରିବାର ଭିତରେ ସମ୍ପର୍କ ଭଲ ହେବ ଏବଂ ପୁରୁଣା ସମସ୍ୟା ଧୀରେ ଧୀରେ ଦୂର ହୋଇପାରେ। ନିଷ୍ପତ୍ତି ନେବାରେ ଆତ୍ମବିଶ୍ୱାସ ବଢ଼ିପାରେ ।
ଧନୁ ରାଶି: ଧନୁ ରାଶି ପାଇଁ ଏହି ଯୋଗ ବିଶେଷ ଶୁଭ ମନାଯାଉଛି । ଭାଗ୍ୟର ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। ଆର୍ଥିକ ସମସ୍ୟା କମିପାରେ । ଚାକିରିଜୀବୀଙ୍କୁ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ନୂଆ ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ସୁଯୋଗ ମିଳିପାରେ। ବ୍ୟବସାୟରେ ମଧ୍ୟ ଲାଭ ସହ ଦୂରଯାତ୍ରାର ଯୋଗ ରହିଛି । ତେବେ ଏହା ଜ୍ୟୋତିଷୀୟ ମାନ୍ୟତା ଉପରେ ଆଧାରିତ ପୂର୍ବାନୁମାନ। ଆର୍ଥିକ, କ୍ୟାରିୟର କିମ୍ବା ଜୀବନ ସମ୍ବନ୍ଧିତ ନିଷ୍ପତ୍ତି କେବଳ ରାଶିଫଳ ଆଧାରରେ ନେବା ଉଚିତ୍ ନୁହେଁ ।

