ଆବାସ ଯୋଜନାରେ ଜାଲିଆତି ଅଭିଯୋଗ : ଏଡିଇଓ ନିଲମ୍ବିତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତର ଏଡିଇଓ ସରୋଜ କୁମାର ମହାକୁଡ଼ ଆବାସ ଯୋଜନାରେ ଜାଲିଆତି  କରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲମ୍ବିତ  ହୋଇଛନ୍ତି l ପ୍ରତ୍ୟହ କଣ୍ଟାମାଳ ତହସିଲ କାର୍ଯ୍ୟାଳୟରେ ହାଜର ହେବେ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତର ଏଡିଇଓ ସରୋଜ କୁମାର ମହାକୁଡ଼ ଆବାସ ଯୋଜନାରେ ଜାଲିଆତି  କରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲମ୍ବିତ  ହୋଇଛନ୍ତି l
ପ୍ରତ୍ୟହ କଣ୍ଟାମାଳ ତହସିଲ କାର୍ଯ୍ୟାଳୟରେ ହାଜର ହେବେ
ସୂଚନା ମୁତାବକ, ଖଟଖଟିଆ ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ସରୋଜ କୁମାର ମହାକୁଡ଼ ସରକାରୀ କାର୍ଯ୍ୟରେ ଅବହେଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ଅନିୟମିତତା ତଥା ପୁରୁଣା ଘରର ଫଟୋ ଅପଲୋଡ଼ କରି ଜନୈକା ଆବାସ ହିତାଧିକାରୀ ଯାଜ୍ଞସେନୀ ବାଙ୍କଙ୍କ ଦ୍ଵିତୀୟ କିସ୍ତି ଟଙ୍କା ଉଠାଣ ପାଇଁ ଉଦ୍ୟମ କରୁଥିବା ଆଦି ଅନିୟମିତତା ଯୋଗୁ ବୌଦ୍ଧ ଜିଲ୍ଲାପାଳ ଆଜି ନିଲମ୍ବିତ କରିଛନ୍ତି ଏବଂ ଏହି ସମୟରେ ପ୍ରତ୍ୟହ କଣ୍ଟାମାଳ ତହସିଲ କାର୍ଯ୍ଯାଳୟରେ ହାଜର ହେବେ ଓ  କଣ୍ଟାମାଳ ଛାଡି କୌଣସି ସ୍ଥାନକୁ ଯାଇ ପାରିବେ ନାହିଁ ବୋଲି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି l

Leave a Reply

Your email address will not be published. Required fields are marked *