ମହିଳା କୁସ୍ତିଯୋଦ୍ଧାଙ୍କ ଅପିଲ୍‌ରେ ବ୍ରିଜଭୂଷଣଙ୍କୁ କୋର୍ଟର ଶେଷ ଚେତାବନୀ, ସପ୍ତାହକ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

ଏହି ମାମଲାରେ ଜବାବ ଦାଖଲ କରିବାକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଶେଷ ସୁଯୋଗ ଦେଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଆଉ ସମୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦, ୨୦୨୬ରେ ହେବ ।

ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନକୁ ନେଇ ବଢ଼ିଲା ବିଜେପି ନେତା ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ । ଏହି ମାମଲାରେ ଜବାବ ଦାଖଲ କରିବାକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଶେଷ ସୁଯୋଗ ଦେଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଆଉ ସମୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦, ୨୦୨୬ରେ ହେବ ।

ଚାରି ଜଣ ମହିଳା କୁସ୍ତିଯୋଦ୍ଧା ଟ୍ରାଏଲ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅପିଲ୍ ଦାଖଲ କରିଛନ୍ତି । ନିମ୍ନ ଅଦାଲତ ବ୍ରିଜଭୂଷଣ ଶରଣ ସିଂହ ଏବଂ କୁସ୍ତି ମହାସଂଘର ପୂର୍ବତନ ସହାୟକ ସଚିବ ବିନୋଦ ତୋମରଙ୍କୁ ଦୋଷମୁକ୍ତ କରିଥିଲେ । ଏହି ରାୟକୁ ମହିଳା କୁସ୍ତିଯୋଦ୍ଧାମାନେ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି ।

ସ୍ୱତନ୍ତ୍ର ବିଚାରପତି ଦିଗବିଜୟ ସିଂହଙ୍କ ଅଦାଲତ ପୂର୍ବରୁ ଅକ୍ଟୋବର ୯ ତାରିଖରେ ବ୍ରିଜଭୂଷଣଙ୍କୁ ଜବାବ ଦାଖଲ କରିବାକୁ କହିଥିଲେ । ଏଥିପାଇଁ ଅକ୍ଟୋବର ୨୮ ତାରିଖକୁ ସମୟ ଦିଆଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ଦାଖଲ ନହେବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ବ୍ରିଜଭୂଷଣ, ବିନୋଦ ତୋମର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରାଯାଇଥିଲା । ବୁଧବାର ଭିଡିଓ କଲ୍ ମାଧ୍ୟମରେ ବ୍ରିଜଭୂଷଣ କୋର୍ଟରେ ଉପସ୍ଥିତ ହୋଇଥିଲେ । ତାଙ୍କ ପକ୍ଷର ଆଇନଜୀବୀ ଜବାବ ଦାଖଲ ପାଇଁ ଆଉ ଗୋଟିଏ ସପ୍ତାହ ସମୟ ମାଗିଥିଲେ। ଏହାପରେ କୋର୍ଟ ଶେଷ ସୁଯୋଗ ଦେଇଥିଲେ ।

ସୂଚନା ଅନୁସାରେ, ପ୍ରମାଣ ଅଭାବ ଦର୍ଶାଇ ଟ୍ରାଏଲ୍ କୋର୍ଟ ଅଗଷ୍ଟ ୩, ୨୦୨୬ରେ ବ୍ରିଜଭୂଷଣ ଶରଣ ସିଂହ ଓ ବିନୋଦ ତୋମରଙ୍କୁ ଦୋଷମୁକ୍ତ କରିଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ମହିଳା କୁସ୍ତିଯୋଦ୍ଧାମାନେ ସେପ୍ଟେମ୍ବର ୨୫, ୨୦୨୬ରେ ଅପିଲ୍ ଦାଖଲ କରିଥିଲେ । ନିମ୍ନ ଅଦାଲତଙ୍କ ରାୟ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଉପରେ ଆଧାରିତ ବୋଲି ସେମାନେ ଅପିଲ୍‌ରେ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *