ବାତ୍ୟା ମୁକାବିଲା: ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ୱ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି କାର୍ଯ୍ୟର ତଦାରଖ ପାଇଁ ରାଜ୍ୟର ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ୫ଟି ଜିଲ୍ଲା ପାଇଁ ୫ ଜଣ ଅଭିଜ୍ଞ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ୱ । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କୋରାପୁଟ ଜିଲ୍ଲା ଏବଂ ପ୍ରଭାତୀ ପରିଡ଼ାଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କୁ କନ୍ଧମାଳ ଜିଲ୍ଲା, ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କୁ ଗଞ୍ଜାମ ଜିଲ୍ଲା ଦାୟିତ୍ୱ ମିଳିଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ନବରଙ୍ଗପୁର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମାଲକାନଗିରି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କଳାହାଣ୍ଡି, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗଜପତି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ଏହା ପୂର୍ବରୁ ୫ଟି ଜିଲ୍ଲା ପାଇଁ ୫ ଆଇଏଏସ ଜଣ ଅଧିକାରୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା । କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ବ, ଡ. ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲା ଦାୟିତ୍ବ । ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲା ଏବଂ ଡ. ୟେଦୁଲା ବିଜୟଙ୍କୁ ମାଲକାନଗିରି ଦାୟିତ୍ବ ଦିଆଯାଇଛି । 

Leave a Reply

Your email address will not be published. Required fields are marked *