ବଢୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ, ଇରାନର ଶ୍ରେଷ୍ଠ ଆଲୋଚନାକାରୀ ଏବଂ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ୱାସିଂଟନକୁ କଡ଼ା ଜବାବ ଦେଇଛନ୍ତି, ଆମେରିକା ଦ୍ୱାରା ଦ୍ୱିପାକ୍ଷିକ ଚୁକ୍ତିର ଅନେକ ଉଲ୍ଲଂଘନ ବିଷୟରେ ବର୍ଣ୍ଣନା କରିଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ,ବରିଷ୍ଠ ଇରାନୀ ଅଧିକାରୀ ଆମେରିକା ପ୍ରଶାସନ ଦ୍ୱାରା କରାଯାଇଥିବା ଚୁକ୍ତିର ଅନେକ ବଡ଼ ଧରଣର ଉଲ୍ଲଂଘନ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ କୂଟନୈତିକସ୍ତରରେ ଖରାପ ପ୍ରଭାବ ପକାଇଛି।
ସଂସଦ ବାଚସ୍ପତିଙ୍କ ଅନୁଯାୟୀ, ଆମେରିକାର ଏହି କାର୍ଯ୍ୟଗୁଡ଼ିକ ମଧ୍ୟରେ ହର୍ମୁଜ୍ରେ ଇରାନୀ ବ୍ୟବସ୍ଥାର ଉଲ୍ଲଂଘନ, ଆକ୍ରମଣ ପାଇଁ ଲଗାତାର ଧମକ,ତେଲ କଟକଣା ପୁଣି ଲାଗୁ, ଦକ୍ଷିଣ ଇରାନ ଉପରେ ଆକ୍ରମଣ ଏବଂ ଲେବାନନରେ ଜାୟୋନିଷ୍ଟ ଆକ୍ରମଣ ଜାରି ରଖିବା ଆଦି ରହିଛି।
ୱାସିଂଟନର କଠୋର ଆଭିମୁଖ୍ୟ ବିରୋଧରେ ଏକ କଡ଼ା ଚେତାବନୀ ଦେଇ ସେ କହିଛନ୍ତି, ସାମରିକ ଏବଂ ଆର୍ଥିକ ଚାପ ଦ୍ବାରା ତେହେରାନ ପଛକୁ ହଟିବ ନାହିଁ। ଦାଦାଗିରି ଏବଂ ବଟି ଆଦାୟର ଯୁଗ ଶେଷ ହୋଇଛି। ଆମେ ଏଭଳି କାର୍ଯ୍ୟକୁ ଖାତିର କରୁ ନାହିଁ ବୋଲି ସେ କହିଛନ୍ତି।