ଶାନ୍ତି ବଣ୍ଡରେ ସ୍ୱାକ୍ଷର କରିବି ନାହିଁ: ନେହା ବୋରା

ଦିଲ୍ଲୀ ହାଇକୋର୍ଟରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ନୋଟିସ୍ ବିରୋଧରେ ଦାଖଲ ହୋଇଥିବା ଆବେଦନ ଖାରଜ ହେବା ପରେ ନେହା ବୋରା ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି, ଆମର କୌଣସି ସର୍ତ୍ତ ନାହିଁ । ଆମେ ଶାନ୍ତି ବଣ୍ଡରେ ସ୍ୱାକ୍ଷର କରିବୁ ନାହିଁ।

ଶାନ୍ତି ବଣ୍ଡକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନେହା ବୋରା । ୧୦ ହଜାର ଟଙ୍କାର ଶାନ୍ତି ବଣ୍ଡରେ ସ୍ୱାକ୍ଷର କରିବାକୁ ସେ ସିଧାସଳଖ ମନା କରିଦେଇଛନ୍ତି। ଦିଲ୍ଲୀରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଓ ଗଣତାନ୍ତ୍ରିକ ଅଧିକାର ସମ୍ପର୍କିତ ଚର୍ଚ୍ଚା ଜୋର୍ ଧରିଛି ।

ଦିଲ୍ଲୀ ହାଇକୋର୍ଟରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ନୋଟିସ୍ ବିରୋଧରେ ଦାଖଲ ହୋଇଥିବା ଆବେଦନ ଖାରଜ ହେବା ପରେ ନେହା ବୋରା ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି, ଆମର କୌଣସି ସର୍ତ୍ତ ନାହିଁ । ଆମେ ଶାନ୍ତି ବଣ୍ଡରେ ସ୍ୱାକ୍ଷର କରିବୁ ନାହିଁ। ଏହାଦ୍ୱାରା ଆମର ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନିଆଯାଉଛି ।

ନେହାଙ୍କ ମତରେ, ଏଭଳି ବଣ୍ଡରେ ସ୍ୱାକ୍ଷର କରିବା ଦ୍ୱାରା ଭବିଷ୍ୟତରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ଆନ୍ଦୋଳନକୁ ରୋକିବା ପାଇଁ ଏହାର ବ୍ୟବହାର କରାଯାଇପାରେ । ତେଣୁ ସେ ଏହି ବଣ୍ଡରେ ସ୍ୱାକ୍ଷର କରିବାକୁ ରାଜି ନୁହନ୍ତି । ଏହା ସହ ସେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ଲୋକଙ୍କ ମତଦାନ ଅଧିକାରକୁ ପ୍ରଭାବିତ କରିବା ପାଇଁ SIRର ସାହାଯ୍ୟ ନିଆଯାଉଛି ଏବଂ ୧୩ କୋଟି ଲୋକଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି । ନେହା କହିଛନ୍ତି, ଏଭଳି ପଦକ୍ଷେପ ଦ୍ୱାରା ଦେଶର ଗଣତାନ୍ତ୍ରିକ ପରମ୍ପରା ସୁରକ୍ଷିତ ରହିପାରିବ ନାହିଁ । ଗଣତନ୍ତ୍ରରେ ନିଜର ମତ ରଖିବା ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ନାଗରିକଙ୍କ ଅଧିକାର ବୋଲି ସେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *