କ୍ୟାମ୍ପସ୍‌ ହିଂସା ରୋକିବାକୁ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ; ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଉଚ୍ଚସ୍ତରୀୟ ବୈଠକ

କଲେଜ କ୍ୟାମ୍ପସ୍‌ରେ ବଢ଼ୁଥିବା ଉତ୍ତେଜନାକୁ ନେଇ ପୁଲିସ ଡିଜିଙ୍କ ବଡ଼ ବୈଠକ। ଜିଲ୍ଲା ଏସ୍‌ପି ଏବଂ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି ବିନୟତୋଷ ମିଶ୍ର ।

କଲେଜ କ୍ୟାମ୍ପସ୍‌ରେ ବଢ଼ୁଥିବା ଉତ୍ତେଜନାକୁ ନେଇ ପୁଲିସ ଡିଜିଙ୍କ ବଡ଼ ବୈଠକ। ଜିଲ୍ଲା ଏସ୍‌ପି ଏବଂ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି ବିନୟତୋଷ ମିଶ୍ର । ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

କଲେଜ ନିର୍ବାଚନ ସମୟରେ ହିଂସା ରୋକିବା, କ୍ୟାମ୍ପସ୍‌ରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି । ଏଥିସହ ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବା ପାଇଁ ମଧ୍ୟ ଆଗୁଆ ପଦକ୍ଷେପ ନେବାକୁ ପୁଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । କୌଣସି ହିଂସାତ୍ମକ ଘଟଣା ଘଟିବା ପରେ ପଦକ୍ଷେପ ନେବା ଅପେକ୍ଷା ଆଗୁଆ ସତର୍କତା ଅବଲମ୍ବନ କରି ହିଂସାକୁ ରୋକିବା ଉପରେ ପୁଲିସ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଡିଜିପି କହିଛନ୍ତି । ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖିବା ସହ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ଥିବା ସ୍ଥାନ ଓ ପରିସ୍ଥିତି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଆବଶ୍ୟକସ୍ଥଳେ ତୁରନ୍ତ ହସ୍ତକ୍ଷେପ କରି ହିଂସା ରୋକିବା ସହ ସମ୍ବେଦନଶୀଳ କଲେଜଗୁଡ଼ିକରେ ପରିସ୍ଥିତି ଅନୁଯାୟୀ ପୁଲିସ ଫୋର୍ସ ମୁତୟନ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଏବଂ ଆଇନଶୃଙ୍ଖଳା ରକ୍ଷା କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

Leave a Reply

Your email address will not be published. Required fields are marked *