ମୂର୍ତ୍ତି ନୁହେଁ ଜୀବନ୍ତ ମା’… ସତେ ଯେମିତି ବସିଥିଲେ ଦେବୀ ଦୁର୍ଗା,ଭାଇରାଲ୍ ଦୁର୍ଗା ପ୍ରତିମାଙ୍କ ହେଲା ବିସର୍ଜନ

ମା’ଲୋ ଆଉ କିଛି ଦିନ ଧରାରେ ରହିଥିଲେ ହୋଇନଥା’ନ୍ତା । ଏବେ ତ ଆସିଥିଲୁ ପୁଣି ଏତେ ଶୀଘ୍ର ଚାଲିଗଲୁ । ମନଟା ଭାରି ଭାରି ଲାଗୁଛି ମା’ । ମେଲାଣି ଦେଲା ବେଳକୁ କାଇଁ ଆଖିଟା ଜକେଇ ଆସୁଛି । ମନ କହୁଛି ମୋ ମା’ ଆଉ କେତେ ଦିନ ରହିଲେ ହୁଅନ୍ତାନି । ପୁଣି ଆର ବରଷକୁ ଅପେକ୍ଷା । ସଅଳ ଯାଇ ସଅଳ ଫେରିବୁ ମା’ । ତତେ ଅପେକ୍ଷା କରି ଆମେ ତୋ ବାଟକୁ ଚାହିଁ ବସିଥିବୁ । 

ଶେଷ ହେଲା ଦୁର୍ଗା ପୂଜା । ୯ ଦିନ ଧରି ଧରାପୃଷ୍ଠକୁ ଆସି ପୁଣିଥରେ ପ୍ରତ୍ୟାବର୍ତ୍ତନ କଲେ ମା’ଜଗଦମ୍ବା । ବଙ୍ଗଳାରୁ ଆରମ୍ଭ କରି ଗୁଜୁରାଟ ପର୍ଯ୍ୟନ୍ତ ସବୁଠି ହେଲା ମା’ଙ୍କ ମେଲାଣି । ସିନ୍ଦୂର ଖେଳ ଏବଂ ‘ଆସଛେ ବୋଛୋର ଆବାର ହୋବେ’ ର ନାରା ଲଗାଇ ମା’ଙ୍କୁ ଦିଆଗଲା ଭାବପୂର୍ଣ୍ଣ ବିଦାୟ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ୟାମ ନଗରର ସେହି ଆକର୍ଷଣୀୟ ମା’ ଦୁର୍ଗାଙ୍କ ପ୍ରତିମାର ଶେଷ ଝଲକ । ଚଳିତବର୍ଷ ଛତିଶଗଡ଼ର ରାଜଧାନୀ ଶ୍ୟାମ ନଗରରେ ପୂଜା ପାଇଥିବା ମା’ ଦୁର୍ଗାଙ୍କ ଅତ୍ୟନ୍ତ ଆକର୍ଷଣୀୟ ପ୍ରତିମା ନବରାତ୍ରି ପୂଜା ଶେଷ ହେବା ପରେ ବିସର୍ଜିତ ହୋଇଯାଇଛି। ଶ୍ୟାମ ନଗରର ଏହି ଦୁର୍ଗାପୂଜା ଏବଂ ମା’ଙ୍କ ଆକର୍ଷଣୀୟ ପ୍ରତିମା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ମା’ଙ୍କ ଭବ୍ୟ ରୂପକୁ ଦେଖିବା ପାଇଁ ଏବଂ ଦର୍ଶନ କରିବା ପାଇଁ ନବମୀ ତିଥିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ସୋସିଆଲ ମିଡିଆରେ ଦେବୀଙ୍କ ଏହି ପ୍ରତିମାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ସହରର ବିଭିନ୍ନ କୋଣରୁ ଶ୍ରଦ୍ଧାଳୁମାନେ ମଣ୍ଡପରେ ପହଞ୍ଚିଥିଲେ। ଲୋକଙ୍କ ମଧ୍ୟରେ ଏହି ପୂଜାକୁ ନେଇ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ନବମୀ ଦିନ ଜନସମୁଦ୍ରର ଆଗମନ ଶ୍ୟାମ ନଗରର ଦୁର୍ଗୋତ୍ସବକୁ ରାଜଧାନୀର ଅନ୍ୟତମ ପ୍ରମୁଖ ଓ ସଫଳ ଆୟୋଜନ କରିଥିଲା । 

Leave a Reply

Your email address will not be published. Required fields are marked *