CJPକୁ ଜାତିସଂଘର ଜବାବ୍ : ଗୁଜବକୁ ରିପୋର୍ଟ ଭାବରେ ଉପସ୍ଥାପନ କରାଯାଇଛି

ଗୋଟିଏ ପଟେ ତିରଙ୍ଗା ରାଲିକୁ ନେଇ ଜାତୀୟ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ସ୍ପଷ୍ଟ ଦେଖାଦେଇଥିଲା। କନଟ୍ ପ୍ଲେସର ସେଣ୍ଟ୍ରାଲ୍ ପାର୍କରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ଏକାଠି ହେବା ପାଇଁ ଡାକରା ମଧ୍ୟରେ

  ଭାରତରେ ଭୋଟର ତାଲିକା ଏବଂ ସଂଶୋଧନ ପ୍ରକ୍ରିୟାରେ ହୋଇଥିବା ଅଭିଯୋଗକୁ ନେଇ ଏବେ ସ୍ୱର ଆନ୍ତର୍ଜାତୀୟ ସ୍ତରକୁ ବ୍ୟାପିଛି। ଚର୍ଚ୍ଚିତ ୟୁଟ୍ୟୁବର୍ ଧ୍ରୁବ ରାଠୀ ଲଣ୍ଡନର ପାର୍ଲାମେଣ୍ଟ ସ୍କୋୟାରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶନିବାର ମଧ୍ୟାହ୍ନ ୧୨ଟାରେ ଏକ ବୃହତ ପ୍ରଦର୍ଶନ ଓ ବିକ୍ଷୋଭ ସଭା ପାଇଁ ଆହ୍ୱାନ ଦେଇଛନ୍ତି। ”ଭୋଟ୍ ଚୋରି” ଅଭିଯୋଗକୁ ନେଇ ବ୍ରିଟେନରେ ରହୁଥିବା ଭାରତୀୟମାନଙ୍କୁ ଏହି ପ୍ରତିବାଦରେ ସାମିଲ୍ ହେବାକୁ ସେ ଅନୁରୋଧ କରିଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ ସୋସିଆଲ୍ ମିଡିଆ ”ଏକ୍ସ” ରେ ନିଜର ବାର୍ତ୍ତା ପୋଷ୍ଟ କରି ରାଠୀ ସୂଚନା ଦେଇଛନ୍ତି ଯେ ସେ ଲଣ୍ଡନରେ ପହଞ୍ଚିସାରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ପ୍ରତିବାଦର ସ୍ବର ଉଠାଇବାର ସମୟ ଆସିଯାଇଛି, ବୋଲି ଲେଖିବା ସହ ସେ ”ଜୟ ହିନ୍ଦ୍” ସ୍ଲୋଗାନ୍ ସହ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଦିଲ୍ଲୀରେ କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଆୟୋଜିତ ବିକ୍ଷୋଭ ପୂର୍ବରୁ ଗୁରୁଗ୍ରାମସ୍ଥିତ ବାସଭବନରୁ ରାଠୀଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିଲା। ସୁରକ୍ଷା କାରଣ ଦର୍ଶାଇ ପୁଲିସ ସେହି ଆନ୍ଦୋଳନକୁ ଅନୁମତି ଦେଇନଥିଲା। ଏହି ଘଟଣା ପରେ ଦିଲ୍ଲୀରୁ ନିଜର ପ୍ରତିବାଦର କେନ୍ଦ୍ରବିନ୍ଦୁକୁ ଲଣ୍ଡନକୁ ସ୍ଥାନାନ୍ତର କରି ରାଠୀ ଏବେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *