’ମୋତେ ଓଦା କାଠରେ ପୋଡ଼ିବନି… ଓଦା କାଠରେ ପୋଡ଼ିଲେ ସେଥିରେ ଧୂଆଁ ବାହାରି ଲୋକଙ୍କ ଆଖିରୁ ଲୁହ ବାହାରିବ । ହେଲେ ମୋ ପାଇଁ କେହି କାନ୍ଦିବେନି । ହେଲେ ନାନା ପାଟେକର ଏଭଳି କାହିଁକି କହିଥିଲେ?
ବଲିଉଡର ମହାନ୍ ଅଭିନେତା ନାନା ପାଟେକର୍ ନିଜ ଇଚ୍ଛା ଜାହିର କରିବାକୁ ଯାଇ ଥରେ କହିଥିଲେ;
’ମୋତେ ଓଦା କାଠରେ ପୋଡ଼ିବନି… ଓଦା କାଠରେ ପୋଡ଼ିଲେ ସେଥିରେ ଧୂଆଁ ବାହାରି ଲୋକଙ୍କ ଆଖିରୁ ଲୁହ ବାହାରିବ । ହେଲେ ମୋ ପାଇଁ କେହି କାନ୍ଦିବେନି । ହେଲେ ନାନା ପାଟେକର ଏଭଳି କାହିଁକି କହିଥିଲେ?
ନାନା ବଲିଉଡର ଏଭଳି ଜଣେ ଅଭିନେତା ଥିଲେ ଯିଏ ନିଜ ଆକ୍ଟିଙ୍ଗ ବଳରେ ଲୋକଙ୍କ ହୃଦୟ ଜିତିଥିଲେ । ସେ କମ୍ କହୁଥିଲେ, କିନ୍ତୁ ତାଙ୍କ ଆକ୍ଟିଙ୍ଗ ଚିତ୍କାର କରୁଥିଲା । ତାଙ୍କୁ ବୁଲେଇବଙ୍କେଇ କଥା କହିବାକୁ ଜମା ଭଲ ଲାଗୁନଥିଲା । ଯାହା ବି କହୁଥିଲେ ପୂରା ଆତ୍ମବିଶ୍ବାସର ସହ ଦୃଢ଼ତାର ସହ କହୁଥିଲେ । ତାଙ୍କ ପ୍ରତିଟି କଥାର ଓଜନ ଥିଲା। ନାନା ପାଟେକରଙ୍କ ଶେଷ ଇଚ୍ଛା ବି ପୂରା ନିଆରା ଥିଲା ।
ସେ ଚାହୁଥିଲେ ଯେବେବି ତାଙ୍କର ମୃତ୍ୟୁ ହେବ , ତାଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ଯେପରି ଓଦା କାଠରେ କରାନଯାଏ ।
୨୦୨୩ରେ ତାଙ୍କ ଫିଲ୍ମ ’ The Vaccine War’ ର ପ୍ରମୋସନ କରିବା ସମୟରେ ନାନା ପାଟେକର ନିଜ ଅନ୍ତିମ ସଂସ୍କାରକୁ ନେଇ ଏଭଳି କଥା କହିଥିଲେ ଯାହା ସେଠାରେ ଥିବା ସମସ୍ଥଙ୍କ ଆଖି ଭିଜେଇ ଦେଇଥିଲା। ନାନା କହିଥିଲେ:
’ମୁଁ ଭାରି ସାଧାରଣ ଜୀବନ ବଞ୍ଚିଛି । ନା ମୁଁ ଭୁଲ ଧାରଣାରେ ରୁହେ ନା କାହାକୁ ଭୁଲ ଧାରଣାରେ ରଖେ । ମୃତ୍ୟୁ ଉପରେ ମୋର ପୂରା ଭରସା ଅଛି । ମୁଁ ମୋ ପାଇଁ କାଠ କାଟିକି ରଖିଛି । ସେହି ଶୁଖିଲା କାଠରେ ହିଁ ମୋତେ ଜଳେଇବ । ମୋତେ ଓଦା କାଠରେ ଜମା ଜଳେଇବନି । ଓଦା କାଠରୁ ଧୂଆଁ ବାହାରିଲେ ସେଠାରେ ଥିବା ଲୋକଙ୍କ ଆଖିରୁ ଲୁହ ବାହାରିବ । କିନ୍ତୁ ମୋ ଲାଗି କାହାରି ଆଖିରୁ ଲୁହ ନଝରୁ । ମୋ ମୃତ୍ୟୁ ପରେ ମୋ ଫଟୋରେ ମାଳା ବି ପିନ୍ଧେଇବନି। ମୃତ୍ୟୁକୁ ମୁଁ ଡରେନି । ଆଗରୁ ମୋ ବାପା, ମା’, ଭାଇ , ଭଉଣୀ ସମସ୍ତେ ଆରପାରିକୁ ଚାଲିଗଲେଣି । ମୃତ୍ୟୁ ମୋତେ ମୋ ପରିବାର ପାଖକୁ ନେଇଯିବ’ ।

