ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ । ୧୭ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଆସିଛି ରାୟ। ଅଭିଯୁକ୍ତ ପ୍ରେମିକଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁରର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ।
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ । ୧୭ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଆସିଛି ରାୟ। ଅଭିଯୁକ୍ତ ପ୍ରେମିକଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁରର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ । ଯାଜପୁର ସଦର ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେବା ଏବଂ ପରେ ଦୁଷ୍କର୍ମ କରିବା ଅଭିଯୋଗରେ ପ୍ରକାଶ ପାଇଛି ରାୟ । ଅଭିଯୁକ୍ତ ହେଉଛି ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହିର ସେକ୍ ହଲିମ ।
ଅଭିଯୋଗ ଅନୁସାରେ, ୨୦୨୫ ମସିହାରେ ଅଭିଯୁକ୍ତ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲା । ପରେ ଅନେକଥର ଶାରୀରିକ ସମ୍ପର୍କ ରଖିବା ସତ୍ତ୍ବେ ବିବାହ କରିବାକୁ ମନା କରିଦେବାରୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୁକ୍ତକୁ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଗିରଫ କରି କୋର୍ଟଚାଲାଣ କରିଥିଲା । ୧୭ ଜଣ ସାକ୍ଷୀଙ୍କ ବୟାନ ଏବଂ ୧୩ଟି ଦସ୍ତାବିଜକୁ ଆଧାର କରି ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

