ଆଜି ପ୍ରକାଶ ପାଇବ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି! ୧୫ରେ ଭୋଟ୍

ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାରୀ ଅନୁଦାନପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୯ରେ ନୋମିନେସନ୍ ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାରୀ ଅନୁଦାନପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୯ରେ ନୋମିନେସନ୍ ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହେବ । ୧୦ତାରିଖ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର, ୩ଟାରେ ଆସିବ ଚୂଡ଼ାନ୍ତ ତାଲିକା । ୧୪ ତାରିଖରେ ଅନୁଷ୍ଠିତ ହେବ ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ । ଏହାପରେ ଅକ୍ଟୋବର ୧୫ରେ ଭୋଟଗ୍ରହଣ କରାଯିବ । ନିର୍ବାଚନରେ ବିଜୟୀ ହୋଇଥିବା ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଅକ୍ଟୋବର ୧୬ରେ ଶପଥ ଗ୍ରହଣ କରିବେ । ନିର୍ବାଚନ ତାରିଖ ଘୋଷଣା ପରେ କ୍ୟାମ୍ପସ୍‌ରେ ବହିଲାଣି ନିର୍ବାଚନୀ ହାୱା । 

ମେଳି ବାନ୍ଧିଲେଣି ଛାତ୍ରଛାତ୍ରୀ, ଗ୍ରାଉଣ୍ଡ୍ ପ୍ରସ୍ତୁତ କଲେଣି ଛାତ୍ରନେତା । ଦିନକ ପରେ ପ୍ରାର୍ଥୀପତ୍ର ଦାଖଲ କରାଯିବାକୁ ଥିବାରୁ କଲେଜ ଓ ୟୁନିଭର୍ସିଟି ଗୁଡ଼ିକରେ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ବ୍ୟସ୍ତ ବିଭିନ୍ନ ଛାତ୍ର ସଂଗଠନ । କ୍ୟାମ୍ପସରେ କେବଳ ଉତ୍ସାହ ନୁହେଁ, ଉତ୍ତେଜନା ବି ବଢ଼ିଛି । ଛାତ୍ର ସଂସଦ ନିର୍ବାଚନରେ ସମ୍ଭାବ୍ୟ ହିସାଂକୁ ନେଇ ସଜାଗ ରହିଛି ପୁଲିସ୍‌ ପ୍ରଶାସନ । କଲେଜ କି ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ସେଠାରେ ନିର୍ବାଚନ ହେବ କି ନାହିଁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନିଷ୍ପତ୍ତି ନେବେ ବୋଲି ବିଶୃଙ୍ଖଳାକାରୀଙ୍କୁ ରୋକଠୋକ୍ ଶୁଣାଇଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ । 

ଛାତ୍ର ସଂସଦ ନିର୍ବାଚନ, ଆଜି ଆସିବ ବିଜ୍ଞପ୍ତି
ଛାତ୍ର ସଂସଦ ନିର୍ବାଚନ, ଆଜିଠୁ ଆରମ୍ଭ ହେବ ବିଧିବଦ୍ଧ ପ୍ରକ୍ରିୟା
ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇବ ବିଜ୍ଞପ୍ତି
ଅକ୍ଟୋବର ୯ ତାରିଖରେ କରାଯିବ ପ୍ରାର୍ଥୀପତ୍ର ଦାଖଲ 
୧୦ତାରିଖ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର
ସେହିଦିନ ୩ଟାରେ ଆସିବ ଚୂଡ଼ାନ୍ତ ତାଲିକା
୧୪ ତାରିଖରେ ଅନୁଷ୍ଠିତ ହେବ ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ
୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ 
୧୬ରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ହେବ ଶପଥ ଗ୍ରହଣ

Leave a Reply

Your email address will not be published. Required fields are marked *