ବେତନଟୀରେ ହାତୀ ଆତଙ୍କ, ଝାଡ଼ଖଣ୍ଡରୁ ଆସିଥିବା ହାତୀପଲକୁ ନେଇ ଚିନ୍ତାରେ ଚାଷୀ

ଝାଡ଼ଖଣ୍ଡ ପଟୁ ଆସିଥିବା ୪୨ଟିକିଆ ହାତୀପଲ, ପୂର୍ବରୁ ଥିବା ୩ହାତୀଙ୍କ ସହିତ ମିଶି ମୋଟ ୪୫ ଟିକିଆ ହାତୀପଲ ସୋମବାର ରାତିରେ ହାତୀଝୁରି ନିକଟରେ ୧୮ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ହାତୀଝୁରି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି ।

୧୮ ନମ୍ବର ଜାତୀୟ ରାଜପଥର ବେତନଟୀ ରେଞ୍ଜରେ ହାତୀ ଆତଙ୍କ । ହାତୀପଲ ରାସ୍ତା ପାର ହେବା ବେଳେ ଯାତାୟାତ ଠପ୍, ଅଟକିଲା ଶହ ଶହ ଗାଡ଼ି । ଝାଡ଼ଖଣ୍ଡ ପଟୁ ଆସିଥିବା ୪୨ଟିକିଆ ହାତୀପଲ, ପୂର୍ବରୁ ଥିବା ୩ହାତୀଙ୍କ ସହିତ ମିଶି ମୋଟ ୪୫ ଟିକିଆ ହାତୀପଲ ସୋମବାର ରାତିରେ ହାତୀଝୁରି ନିକଟରେ ୧୮ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ହାତୀଝୁରି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି । ହାତୀପଲ ରାଜପଥ ପାର ହେବା ସମୟରେ କିଛି ସମୟ ପାଇଁ ଯାତାୟାତ ଠପ୍ ହୋଇଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା । 

ବନବିଭାଗର ଆକଳନ ଅନୁଯାୟୀ, ହାତୀପଲ ଆଗକୁ କ୍ଷୀରପଦା ଜଙ୍ଗଲ ଦେଇ ନୀଳଗିରି ମୁହାଁ ହୋଇପାରନ୍ତି । ତେଣୁ ହାତୀପଲର ଗତିବିଧି ଉପରେ ବନବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି।  ଏପଟେ ଲଗାଣ ବର୍ଷା ଓ ବନ୍ୟାରେ ଚାଷୀଙ୍କ ଫସଲ କ୍ଷତି ହୋଇଥିବା ବେଳେ ଧାନ ପାଚିବା ଆଗରୁ ହାତୀପଲର ପ୍ରବେଶ ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି । 

Leave a Reply

Your email address will not be published. Required fields are marked *