ଆଜି ବିଶ୍ୱ ହୃତ୍‌ପିଣ୍ଡ ଦିବସ, ‘ଡୋଣ୍ଟ ମିସ୍‌ ଏ ବିଟ୍’ ଦେଉଛି ସଚେତନତା ବାର୍ତ୍ତା

ଆଜି ବିଶ୍ବ ହୃତ୍‌ପିଣ୍ଡ ଦିବସ । ଦିନକୁ ଦିନ ବିଶ୍ବରେ ବୃଦ୍ଧି ପାଉଥିବା ହାର୍ଟ ଜନିତ ସମସ୍ୟା, ହୃଦ୍‌ଘାତ ମୃତ୍ୟୁ ଆଦିକୁ ନେଇ ସଚେତନ କରାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ୱାର୍ଲ୍ଡ ହାର୍ଟ ଡେ ଭାବେ ପାଳନ କରାଯାଉଛି ।

ଆଜି ବିଶ୍ବ ହୃତ୍‌ପିଣ୍ଡ ଦିବସ । ଦିନକୁ ଦିନ ବିଶ୍ବରେ ବୃଦ୍ଧି ପାଉଥିବା ହାର୍ଟ ଜନିତ ସମସ୍ୟା, ହୃଦ୍‌ଘାତ ମୃତ୍ୟୁ ଆଦିକୁ ନେଇ ସଚେତନ କରାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ୱାର୍ଲ୍ଡ ହାର୍ଟ ଡେ ଭାବେ ପାଳନ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଶ୍ବ ହୃତ୍‌ପିଣ୍ଡ ଫେଡରେସନ୍ ପୂର୍ବତନ ସଭାପତି ଆଣ୍ଟୋନି ବାଇ ଡେ ଲୁନାଙ୍କ ମିଳିତ ପ୍ରୟାସରେ ୧୯୯୯ ମସିହାରେ ଏହି ଦିବସର ପରିକଳ୍ପନା କରାଯାଇଥିଲା । ପ୍ରଥମ ହୃତ୍‌ପିଣ୍ଡ ଦିବସ ୨୦୦୦ ମସିହା ସେପ୍ଟେମ୍ବର ୨୪ ତାରିଖରେ ପାଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୨ ମସିହାରୁ ସେପ୍ଟେମ୍ବର ୨୯ ତାରିଖକୁ ଓ୍ବାର୍ଲ୍ଡ ହାର୍ଟ ଡେ ଭାବେ ପାଳନ କରିବାକୁ ସ୍ଥିର କରାଗଲା ।

ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବରେ ପ୍ରାୟ ୩୧ ପ୍ରତିଶତ ମୃତ୍ୟୁ କେବଳ ହୃଦ୍‌ରୋଗ ଯୋଗୁଁ ହେଉଛି । ବିଶେଷ କରି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକରେ ସଚେତନତା ଅଭାବରୁ ପ୍ରାୟ ୭୫ ପ୍ରତିଶତ ମୃତ୍ୟୁ ହୃଦ୍‌ରୋଗ ଯୋଗୁଁ ହେଉଛି । ଏଥିପାଇଁ ଲୋକଙ୍କୁ ହୃଦ୍‌ରୋଗ ବିଷୟରେ ସଚେତନ କରାଇବାକୁ ଏହି ଦିବସ ପାଳନ କରାଯାଉଛି । ତେବେ ହୃତ୍‌ପୀଣ୍ଡକୁ ସୁସ୍ଥ ରଖିବାକୁ ହେଲେ କିଛି ସାଧାରଣ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ । ଶରୀର ଓଜନ ନିୟନ୍ତ୍ରଣ, ରକ୍ତଚାପ ନିୟନ୍ତ୍ରଣ, ଖାଦ୍ୟପେୟରେ ପରିବର୍ତ୍ତନ, ଧୂମପାନ ଓ ମଦ୍ୟପାନ ପରିତ୍ୟାଗ, ମାନସିକ ଚାପକୁ ଦୂର ଏବଂ ଭଲ ନିଦ ଉପରେ ଗୁରୁତ୍ବ ଦେବା ଜରୁରୀ । ଏହାସହିତ ସୁସ୍ଥ ହୃତ୍‌ପିଣ୍ଡ ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ। ଚଳିତ ବର୍ଷ ବିଶ୍ବ ହୃତ୍‌ପିଣ୍ଡ ଦିବସର ଥିମ୍ ରହିଛି – ‘ଡୋଣ୍ଟ ମିସ୍‌ ଏ ବିଟ୍’ ଅର୍ଥାତ୍ – ‘ପ୍ରତିଟି ସ୍ପନ୍ଦନ ପ୍ରତି ଧ୍ୟାନ ଦିଅନ୍ତୁ’ ।

Leave a Reply

Your email address will not be published. Required fields are marked *