ମୁମ୍ବାଇରେ ସିଜେପି ପ୍ରଦର୍ଶନକୁ ନେଇ ବଡ଼ ଆକ୍ସନ୍, ୫୦୦ ଜଣଙ୍କ ନାଁରେ ଏଫଆଇଆର୍

ସେବା ନ୍ୟାୟ ଉତ୍ଥାନ ଫାଉଣ୍ଡେସନର ହେଡ୍ ଅଫ୍ ଇଣ୍ଟରଭେନସନ୍ ସତୀଶ ବୈଦ ଏନେଇ ଅଭିଯୋଗ କରିଥିଲେ। ଏହା ପରେ ଏନଏଚଆରସି ମାନବାଧିକାର ସୁରକ୍ଷା ଆଇନ, ୧୯୯୩ର ଧାରା ୧୨ ଅନୁଯାୟୀ ମାମଲାରେ ପଦକ୍ଷେପ ନେଇଥିଲା।

ମୁମ୍ବାଇର ଶିବାଜୀ ପାର୍କରେ ଅକ୍ଟୋବର ୨ରେ ହୋଇଥିବା ସିଜେପିପ୍ରଦର୍ଶନକୁ ନେଇ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରଦର୍ଶନର ଆୟୋଜକଙ୍କ ସମେତ ୪୦୦ରୁ ୫୦୦ ଅଜଣା ସିଜେପି ସମର୍ଥକ ଓ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏନେଇ ଶିବାଜୀ ପାର୍କ ପୁଲିସ ଷ୍ଟେସନରେ କ୍ରାଇମ୍ ନମ୍ବର ୫୧୫/୨୬ ରେ ମାମଲା ଦାଏର ହୋଇଛି।

ମୁମ୍ବାଇ ପୁଲିସ ଅନୁସାରେ, ଭାରତୀୟ ନ୍ୟାୟ ସଂହିତାର ଧାରା ୧୮୯ ଓ ୨୨୩ ସହ ମହାରାଷ୍ଟ୍ର ପୁଲିସ ଆଇନର ଧାରା ୩୭(୧)(୩)/୧୩୫ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି। ପ୍ରଦର୍ଶନର ଆୟୋଜକ ଏବଂ ସେଠାରେ ଉପସ୍ଥିତ ଅଜଣା ସମର୍ଥକଙ୍କ ବିରୋଧରେ ପୁଲିସ ଏହି ମାମଲା କରିଛି।

ଅନ୍ୟପଟେ, ଅକ୍ଟୋବର ୨ରେ ମୁମ୍ବାଇରେ ହୋଇଥିବା ଏହି ସାର୍ବଜନୀନ ପ୍ରଦର୍ଶନରେ ନାବାଳକ ପିଲାଙ୍କ କଥିତ ଅଂଶଗ୍ରହଣକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ପ୍ରଦର୍ଶନ ସମୟର ନାବାଳକଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ସଂଜ୍ଞାନ ନେଇଥିଲା।

ସେବା ନ୍ୟାୟ ଉତ୍ଥାନ ଫାଉଣ୍ଡେସନର ହେଡ୍ ଅଫ୍ ଇଣ୍ଟରଭେନସନ୍ ସତୀଶ ବୈଦ ଏନେଇ ଅଭିଯୋଗ କରିଥିଲେ। ଏହା ପରେ ଏନଏଚଆରସିମାନବାଧିକାର ସୁରକ୍ଷା ଆଇନ, ୧୯୯୩ର ଧାରା ୧୨ ଅନୁଯାୟୀ ମାମଲାରେ ପଦକ୍ଷେପ ନେଇଥିଲା।

ଆୟୋଗ ମୁମ୍ବାଇ ପୁଲିସ କମିଶନର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଭାରତରେ X Corp.ର ଗ୍ରିଭାନ୍ସ ଅଫିସର ଏବଂ ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଧାନ ସଚିବଙ୍କୁ ନୋଟିସ୍ ଜାରି କରିଥିଲା।

NHRC ମୁମ୍ବାଇ ପୁଲିସକୁ ପ୍ରଦର୍ଶନ ସହ ଜଡିତ ଫଟୋ, ଭିଡିଓ ଓ ଅନ୍ୟ ଡିଜିଟାଲ ପ୍ରମାଣର ଯାଞ୍ଚ କରିବାକୁ କହିଥିଲା। ଏଥିରେ କୌଣସି ସଂଜ୍ଞେୟ ଅପରାଧ ମିଳିଲେ FIR ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ପିଲାମାନେ କେଉଁ ପରିସ୍ଥିତିରେ ପ୍ରଦର୍ଶନରେ ସାମିଲ ହୋଇଥିଲେ, ଆୟୋଜକ, ସଂଯୋଜକ ଓ ସେମାନଙ୍କ ସହ ଥିବା ବୟସ୍କଙ୍କ ଭୂମିକା କଣ ଥିଲା, ତାହା ମଧ୍ୟ ଯାଞ୍ଚ କରିବାକୁ କୁହାଯାଇଥିଲା।

ଏହି ସମସ୍ତ ମାମଲାରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଏକ ସପ୍ତାହ ମଧ୍ୟରେ ଆକ୍ସନ୍ ଟେକନ୍ ରିପୋର୍ଟ ଦାଖଲ କରିବାକୁ NHRC ପକ୍ଷରୁ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *