ମୁଖ୍ୟମନ୍ତ୍ରୀଙ୍କୁ ସିଧା ଆଇଫୋନ୍ ମାଗିଦେଲେ ଯୁବକ: ଚମକିଗଲେ ହିମନ୍ତ; କହିଲେ ଏମିତି କଥା…

ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓ ସହ ସେ ‘ପ୍ରାଥମିକତା ସମ୍ପୂର୍ଣ୍ଣ ସ୍ପଷ୍ଟ’ ବୋଲି କ୍ୟାପସନ୍ ଦେଇଛନ୍ତି। ଭିଡିଓରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ମଧ୍ୟରେ ଯାଇ ସେମାନଙ୍କ ସହ କଥା ହେଉଥିବା ଦେଖାଯାଉଛି ।

ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ସହ ଲୋକଙ୍କ ସାକ୍ଷାତ ସମୟରେ ରାସ୍ତା, ପାଣି, ବିଜୁଳି, ଚାକିରି କିମ୍ବା ଅନ୍ୟାନ୍ୟ ମୌଳିକ ସମସ୍ୟା ନେଇ ଦାବି ରଖାଯାଇଥାଏ । କିନ୍ତୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଏକ ସାକ୍ଷାତ ସମୟରେ ଜଣେ ବ୍ୟକ୍ତି ଏଭଳି ଦାବି ରଖିଥିଲେ, ଯାହା ଶୁଣି ମୁଖ୍ୟମନ୍ତ୍ରୀ ମଧ୍ୟ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବ୍ୟକ୍ତିଜଣକ ତାଙ୍କୁ ସିଧାସଳଖ ଏକ ଆଇଫୋନ୍ ମାଗିଥିଲେ। ଏହି ମଜାଦାର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ସହ ସେ ‘ପ୍ରାଥମିକତା ସମ୍ପୂର୍ଣ୍ଣ ସ୍ପଷ୍ଟ’ ବୋଲି କ୍ୟାପସନ୍ ଦେଇଛନ୍ତି। ଭିଡିଓରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ମଧ୍ୟରେ ଯାଇ ସେମାନଙ୍କ ସହ କଥା ହେଉଥିବା ଦେଖାଯାଉଛି। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି ନିଜର ଦାବି ରଖିଥିଲେ। କୌଣସି ଭୂମିକା ନରଖି ବ୍ୟକ୍ତିଜଣକ କହିଥିଲେ, ‘ସାର୍, ମୋତେ ଆଇଫୋନ୍ ଦରକାର।’ ହଠାତ୍ ଏଭଳି ଦାବି ଶୁଣି ହିମନ୍ତ ତାଙ୍କୁ ପଚାରିଥିଲେ, ତାଙ୍କୁ ପୁରୁଣା ଆଇଫୋନ୍ ଦରକାର ନା ନୂଆ ଆଇଫୋନ୍?

ଏହାପରେ ମୁଖ୍ୟମନ୍ତ୍ରୀ ମଜାଳିଆ ଅନ୍ଦାଜରେ ହାତ ଉଠାଇଥିବା ମଧ୍ୟ ଦେଖାଯାଇଥିଲା। ତେବେ ପରେ ସେ ବ୍ୟକ୍ତିଙ୍କ ଦାବି ପୂରଣ କରିବା ନେଇ କହିଥିଲେ, ‘ଠିକ୍ ଅଛି, ଆମେ ଆପଣଙ୍କୁ ଆଇଫୋନ୍ ଦେବୁ। ଆପଣଙ୍କୁ ମିଳିଯିବ।’ ଏହାପରେ ସେ ଅନ୍ୟ ଲୋକଙ୍କୁ ଭେଟିବା ପାଇଁ ଆଗକୁ ବଢ଼ିଥିଲେ।

ଭିଡିଓଟି ସେୟାର କରି ହିମନ୍ତ ଦେଇଥିବା ‘ପ୍ରାଥମିକତା ସମ୍ପୂର୍ଣ୍ଣ ସ୍ପଷ୍ଟ’ କ୍ୟାପସନ୍ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓ ଭାଇରାଲ୍ ହେବା ପରେ ୟୁଜରମାନେ ଏହି ଘଟଣାକୁ ନେଇ ବିଭିନ୍ନ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ବ୍ୟକ୍ତିଙ୍କ ସିଧାସଳଖ ଆଇଫୋନ୍ ମାଗିବା ଅନ୍ଦାଜକୁ ପସନ୍ଦ କରିଥିବା ବେଳେ ଆଉ କିଛି ଲୋକ ତାଙ୍କ ଆତ୍ମବିଶ୍ୱାସକୁ ନେଇ କମେଣ୍ଟ କରିଛନ୍ତି। ତେବେ ପ୍ରକୃତରେ ସେହି ବ୍ୟକ୍ତିଙ୍କୁ ଆଇଫୋନ୍ ମିଳିଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *