ଏସିଆନ ଗେମ୍ସରେ ଭାରତର ସ୍ବର୍ଣ୍ଣିମ ସଫଳତା, ବାଲୁକା କଳାରେ ଅଭିନନ୍ଦନ

ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସ୍ବର୍ଣ୍ଣ ପଦକ ବିଜୟ ସାରା ଦେଶରେ ଖୁସିର ମାହୋଲ ସୃଷ୍ଟି କରିଛି । କେବଳ ହକି ନୁହେଁ, କ୍ରିକେଟରେ ମଧ୍ୟ କମାଲ ଦେଖାଇଛି ଟିମ୍‌ ଇଣ୍ଡିଆ ।

ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସ୍ବର୍ଣ୍ଣ ପଦକ ବିଜୟ ସାରା ଦେଶରେ ଖୁସିର ମାହୋଲ ସୃଷ୍ଟି କରିଛି । କେବଳ ହକି ନୁହେଁ, କ୍ରିକେଟରେ ମଧ୍ୟ କମାଲ ଦେଖାଇଛି ଟିମ୍‌ ଇଣ୍ଡିଆ । ଭାରତୀୟ ଦଳର ଏହି ଐତିହାସିକ ସଫଳତାକୁ ନିଆରା ଢଙ୍ଗରେ ସେଲିବ୍ରେଟ୍‌ କରିଛନ୍ତି ପୁରୀର କଳାକାର ।

ପୁରୀସ୍ଥିତ ସୁଦର୍ଶନ ଆର୍ଟ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ସ୍ୟାଣ୍ଡ ଆର୍ଟ ଆନିମେସନ ଜରିଆରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଯାଇଛି । ମନୋଲିସା ମହାରଣା ଓ ସୋନାଲି ଆଲୋକ ସ୍ବତନ୍ତ୍ର ସ୍ୟାଣ୍ଡ ଆର୍ଟ ଆନିମେସନ ପ୍ରସ୍ତୁତ କରି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଆନିମେସନରେ ‘ଇତିହାସ ରଚିଥିବା ଦୁଇ ଦଳ, ଅଭିନନ୍ଦନ’ ବାର୍ତ୍ତା ଦିଆଯାଇଛି । ବଡ଼ କଥା ହେଉଛି, ଦୁଇ ଛାତ୍ରୀ ମାତ୍ର ଅଧଘଣ୍ଟା ମଧ୍ୟରେ ଏହି ସୁନ୍ଦର ସ୍ୟାଣ୍ଡ ଆର୍ଟ ଆନିମେସନ ପ୍ରସ୍ତୁତ କରିଥିଲେ । ନିଜର ସୃଜନଶୀଳତା ଓ ପ୍ରତିଭା ଜରିଆରେ ଭାରତୀୟ ଦଳର ଐତିହାସିକ ବିଜୟକୁ ସେମାନେ ଅଭିନନ୍ଦନ ଜଣାଇଛନ୍ତି ।

ସେପଟେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ଖେଳାଳିଙ୍କ ସଫଳତାକୁ ନେଇ ଏଭଳି ନିଆରା ଶୁଭେଚ୍ଛା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

Leave a Reply

Your email address will not be published. Required fields are marked *