ମା’ କିଚକେଶ୍ୱରୀ ମନ୍ଦିର ବିକାଶ ପାଇଁ ୪୪.୯୧ କୋଟି ଟଙ୍କା ମଞ୍ଜୁର । ଓଡ଼ିଶାରେ ତୀର୍ଥ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ।
ମା’ କିଚକେଶ୍ୱରୀ ମନ୍ଦିର ବିକାଶ ପାଇଁ ୪୪.୯୧ କୋଟି ଟଙ୍କା ମଞ୍ଜୁର । ଓଡ଼ିଶାରେ ତୀର୍ଥ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପ୍ରସାଦ ଯୋଜନା ଅଧୀନରେ ମୟୂରଭଞ୍ଜ ଜିଲ୍ଲା ଖିଚିଂସ୍ଥିତ ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିର ପରିସରର ବିକାଶ ପାଇଁ ୪୪.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ଏହି ପ୍ରକଳ୍ପ ମାଧ୍ୟମରେ ମନ୍ଦିର ପରିସରରେ ଆଧୁନିକ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧାର ବିକାଶ ସହ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା ସୃଷ୍ଟି ଲକ୍ଷ୍ୟ ରହିଛି । ଖିଚିଂର ମା’ କିଚକେଶ୍ୱରୀ ମନ୍ଦିରର ବିକାଶ ଦ୍ୱାରା ମୟୂରଭଞ୍ଜର ଧାର୍ମିକ ପର୍ଯ୍ୟଟନ ସହ ଅଞ୍ଚଳର ପର୍ଯ୍ୟଟନ ଓ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି ।

