ଟ୍ରୋଲ୍ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ,ଟ୍ରାନ୍ସଜେଣ୍ଡର୍ ଡାକୁଛି ସୋସିଆଲ୍ ମିଡିଆ ; ରାଜନୀତିରେ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋର୍

କିଏ ଏହି କେନ୍ଦ୍ରମନ୍ତ୍ରୀ ଯାହାଙ୍କୁ ସୋସିଆଲ୍ ମିଡିଆ ଡାକୁଛି ଟ୍ରାନ୍ସଜେଣ୍ଡର? ପୁରୁଷବନ୍ଧୁଙ୍କ ସହ ସବୁବେଳେ ଏକାଠି ଦିଶୁଛନ୍ତି ଏହି ମନ୍ତ୍ରୀ । ରାଜନୀତିରେ ଏ ସଂପର୍କକୁ ନେଇ ଚର୍ଚ୍ଚା ଜୋର୍ । ଏବେ ମୁହଁ ଖୋଲିଲେ ବରିଷ୍ଠ ନେତା । ଏମିତି କହିଲେ ଇଣ୍ଟରନେଟ୍ ହେଲା କାବା । କ’ଣ ରହିଛି ପୂରା ଘଟଣା ଆସନ୍ତୁ ଦେଖିବା ଏହି ସ୍ପେଶାଲ୍ ରିପୋର୍ଟରେ ।

ବିହାର ରାଜନୀତିରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ବିରୋଧରେ ସୋସିଆଲ ମିଡିଆରେ ଚାଲିଥିବା ଟ୍ରୋଲିଂ ଏବଂ ଚର୍ଚ୍ଚାକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ‘ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା’ର ସଂରକ୍ଷକ ଜିତନ ରାମ ମାଞ୍ଝୀ ଏକ ବଡ଼ ବୟାନ ଦେଇଛନ୍ତି। ଚିରାଗ ପାସୱାନଙ୍କୁ ‘ଟ୍ରାନ୍ସଜେଣ୍ଡର’ ବୋଲି କହି ଅଭଦ୍ର ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିହାର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଜିତନ ମାଞ୍ଝୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଟ୍ୟାଗ୍ କରିଥିଲେ। ସେ ଲେଖିଥିଲେ “କୌଣସି କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ଦେଇ ତାଙ୍କୁ ଟ୍ରାନ୍ସଜେଣ୍ଡର ଆଖ୍ୟା ଦେବା ଆଦୌ ଗ୍ରହଣୀୟ ନୁହେଁ। କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଚିରାଗ ପାସୱାନଙ୍କ ବିରୋଧରେ ଏପରି କଟୁ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ବିହାର ସରକାରଙ୍କ ନିକଟରେ ଦାବି କରୁଛି।”

Leave a Reply

Your email address will not be published. Required fields are marked *