୧ ଅକ୍ଟୋବରରୁ ବଦଳିବ FD ନିୟମ, ସୁଧରେ ପଡ଼ିବ କି ପ୍ରଭାବ?

ଏହି ପରିବର୍ତ୍ତନର ପ୍ରମୁଖ ପ୍ରଭାବ ‘ବଲ୍କ ଡିପୋଜିଟ୍’ ଉପରେ ପଡ଼ିବ। ୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ରାଶିର ଫିକ୍ସଡ୍ ଡିପୋଜିଟ୍‌କୁ ବଲ୍କ ଡିପୋଜିଟ୍ ଭାବେ ଗଣାଯାଏ। RBIର ନୂଆ ବ୍ୟବସ୍ଥା ଅନୁସାରେ, ବ୍ୟାଙ୍କଗୁଡ଼ିକ ବଲ୍କ ଡିପୋଜିଟ୍ ଉପରେ ଭିନ୍ନ ସୁଧ ହାର ନିର୍ଦ୍ଧାରଣ କରିବାରେ ଅଧିକ ସ୍ୱାଧୀନତା ପାଇବେ।

ଆସନ୍ତା ଅକ୍ଟୋବର ୧ରୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଫିକ୍ସଡ୍ ଡିପୋଜିଟ୍ ବା FD ସହ ଜଡ଼ିତ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ FD ସୁଧ ହାର ଓ ବଡ଼ ରାଶିର ଜମା ଉପରେ ଅଧିକ ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ ଏହି ପରିବର୍ତ୍ତନ କରାଯାଉଛି। ନୂଆ ନିୟମ ୧ ଅକ୍ଟୋବର ୨୦୨୬ରୁ କାର୍ଯ୍ୟକାରୀ ହେବ।

ଏହି ପରିବର୍ତ୍ତନର ପ୍ରମୁଖ ପ୍ରଭାବ ‘ବଲ୍କ ଡିପୋଜିଟ୍’ ଉପରେ ପଡ଼ିବ। ୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ରାଶିର ଫିକ୍ସଡ୍ ଡିପୋଜିଟ୍‌କୁ ବଲ୍କ ଡିପୋଜିଟ୍ ଭାବେ ଗଣାଯାଏ। RBIର ନୂଆ ବ୍ୟବସ୍ଥା ଅନୁସାରେ, ବ୍ୟାଙ୍କଗୁଡ଼ିକ ବଲ୍କ ଡିପୋଜିଟ୍ ଉପରେ ଭିନ୍ନ ସୁଧ ହାର ନିର୍ଦ୍ଧାରଣ କରିବାରେ ଅଧିକ ସ୍ୱାଧୀନତା ପାଇବେ।

ନୂଆ ନିୟମର ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି ସୁଧ ହାର ସମ୍ପର୍କିତ ଦୈନିକ ଅପଡେଟ୍। ପ୍ରତ୍ୟେକ କାର୍ଯ୍ୟଦିବସରେ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ୱେବସାଇଟ୍‌ରେ ବଲ୍କ ଡିପୋଜିଟ୍ ସମେତ ଜମା ଉପରେ ଲାଗୁଥିବା ସୁଧ ହାର ପ୍ରକାଶ କରିବାକୁ ପଡ଼ିବ। ସକାଳ ୧୦ଟା ସୁଦ୍ଧା ଏହି ହାର ଅପଡେଟ୍ କରାଯିବ ଏବଂ ସର୍ବାଧିକ ୧୦ଟା ୧୦ ମିନିଟ୍ ସୁଦ୍ଧା ତାହା ପ୍ରକାଶ କରିବା ଅନିବାର୍ଯ୍ୟ ରହିବ।

ସେହିପରି, ଏକେ ତାରିଖରେ ଏକେ ପରିମାଣର FD ଗ୍ରହଣ କରାଯାଇଥିଲେ ବ୍ୟାଙ୍କର ବିଭିନ୍ନ ଶାଖାରେ ସୁଧ ହାରରେ ଭେଦଭାବ କରାଯାଇପାରିବ ନାହିଁ। ସମାନ ରାଶି ଓ ସମାନ ଦିନର ଜମା ଉପରେ ସମାନ ସୁଧ ହାର ଲାଗୁ କରିବାକୁ RBI ନିର୍ଦ୍ଦେଶ ଦେଇଛି।

ତେବେ ସାଧାରଣ ଛୋଟ FD ନିବେଶକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ସୀମିତ ରହିପାରେ, କାରଣ ନୂଆ ନିୟମର ମୁଖ୍ୟ ଫୋକସ୍ ୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଜମା ଉପରେ ରହିଛି। ତଥାପି, ଏହା ଦ୍ୱାରା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସୁଧ ହାରକୁ ନେଇ ଅଧିକ ପାରଦର୍ଶିତା ଏବଂ ଏକରୂପତା ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *