କଲେଜ ଛାତ୍ରରୁ ମରଣାନ୍ତକ ଆକ୍ରମଣ, କେନାଲରୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର

କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଚାଞ୍ଚଲ୍ୟ । ନିଖୋଜ ଥିବା ଛାତ୍ର ନର୍ଦ୍ଦମା ପାଣିରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର । ତାଳସାରୀ ସାମୁଦ୍ରିକ ଥାନାରେ ୩ ଜଣଙ୍କ ନାଁରେ ମାମଲା ।

କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଚାଞ୍ଚଲ୍ୟ । ନିଖୋଜ ଥିବା ଛାତ୍ର ନର୍ଦ୍ଦମା ପାଣିରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର । ତାଳସାରୀ ସାମୁଦ୍ରିକ ଥାନାରେ ୩ ଜଣଙ୍କ ନାଁରେ ମାମଲା । ଆକ୍ରମଣର ଶିକାର ଛାତ୍ର ହେଲେ ସାହାବାଜିପୁର ଗାଁର ପ୍ରତାପ ପଟ୍ଟାୟତ । ସେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ।

ଅଭିଯୋଗ ଅନୁସାରେ, ସୋମବାର ସେ ତାଙ୍କ ମାମୁଁ ଓ ଦୁଇ ସହପାଠୀଙ୍କ ସହ ଗଣେଶ ପୂଜା ଦେଖିବାକୁ ଯାଇଥିଲେ । ପରେ ସ୍ଥାନୀୟ ଉଦୟପୁର ସ୍କୁଲ ନିକଟରେ କିଛି ଲୋକଙ୍କ ସହ ସେମାନଙ୍କ କଥା କଟାକଟି ହୋଇ ଝଗଡ଼ା ହୋଇଥିଲା । ପରେ ତାଙ୍କୁ ସେଠାକାର କିଛି ଲୋକେ ମାଡ଼ ମାରୁଥିବା ନେଇ ଘରକୁ ଫୋନ କରି କହିଥିଲେ ପ୍ରତାପ । ଏହାପରେ ସେ ନିଖୋଜ ହୋଇଯାଇଥିଲେ । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଓ ଗାଁଲୋକ ରାତିସାରା ଖୋଜାଖୋଜି କରିଥିଲେ । ଏହାକୁ ନେଇ ସକାଳେ ଦକ୍ଷିଣ ସରିଷା ଗାଁର ଏକ ନର୍ଦ୍ଦମା ପାଣିରୁ ବସ୍ତା ଘୋଡ଼ା ହୋଇଥିବା ଅବସ୍ଥାରେ ପ୍ରତାପଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ପ୍ରତାପଙ୍କ ମାଆଙ୍କ ଅଭିଯୋଗ ଆଧାରରେ ତାଳସାରୀ ସାମୁଦ୍ରିକ ଥାନାରେ ମାମଲା ରୁଜୁ ହୋଇଛି । ଘଟଣାରେ ଅଭିଯୁକ୍ତ ୩ ଜଣଙ୍କ ବିରୋଧରେ ପୁଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *