କଟକ ଦୁର୍ଗାପୂଜା: ୧୮ରୁ ବାରବାଟୀ ପ୍ୟାଲେସରେ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍, ମିଳିବ ତ୍ୱରିତ NOC

କଟକ ବାରବାଟୀ ପ୍ୟାଲେସରେ କାର୍ଯ୍ୟ କରିବ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ ବା ଏକକ ବାତାୟନ ବ୍ୟବସ୍ଥା । ଆସନ୍ତା ଦୁର୍ଗାପୂଜାକୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ କାର୍ଯ୍ୟକ୍ଷମ କରାଯାଇଛି ।

ଦୁର୍ଗାପୂଜା ପାଇଁ ଆସନ୍ତା ୧୮ ତାରିଖରୁ କଟକ ବାରବାଟୀ ପ୍ୟାଲେସରେ କାର୍ଯ୍ୟ କରିବ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ ବା ଏକକ ବାତାୟନ ବ୍ୟବସ୍ଥା । ଆସନ୍ତା ଦୁର୍ଗାପୂଜାକୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ କାର୍ଯ୍ୟକ୍ଷମ କରାଯାଇଛି ।

ପ୍ରଥମ ୪ ଦିନ ଅର୍ଥାତ ୧୮, ୧୯, ୨୦ ଓ ୨୧ ତାରିଖ ସକାଳ ୧୦ରୁ ୫ଟା ମଧ୍ୟରେ ପୂଜା କମିଟି ଗୁଡିକ ଏନ୍‌ଓସି ପାଇଁ ଆବେଦନ କରିପାରିବେ । ପୂଜା କମିଟିଗୁଡ଼ିକୁ ତ୍ୱରିତ ଏନ୍‌ଓସି ଓ ଅନୁମତି ପ୍ରଦାନ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ପୂଜା ପେଣ୍ଡାଲ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ଆର ଆଣ୍ଡ ବି ବିଭାଗ ଭିତ୍ତିଭୂମି ନିରାପତ୍ତା ପ୍ରମାଣପତ୍ର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଏବଂ ଟିପିସିଓଡିଏଲ୍‌ ବିଦ୍ୟୁତ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରିବେ । କଟକ ମହାନଗର ନିଗମ ପାଇଁ ପରିମଳ ୟୁଜର ଫି, ସାଉଣ୍ଡ ବକ୍ସ ଓ ପ୍ରସେସନ ପାଇଁ ଆବଶ୍ୟକ ଫି’ ମଧ୍ୟ ଦାଖଲ କରାଯିବ । ବାରବାଟୀ ପ୍ୟାଲେସରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ପୂଜା କମିଟିଗୁଡ଼ିକର ଆବେଦନ ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *