ବ୍ରିକ୍ସ ଘୋଷଣାପତ୍ରରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା; ଆତଙ୍କବାଦ ବିରୋଧରେ ଏକଜୁଟ୍ ହେଲେ ସଦସ୍ୟ ରାଷ୍ଟ୍ର

ସଦସ୍ୟ ରାଷ୍ଟ୍ରଗୁଡ଼ିକ ଆତଙ୍କବାଦ ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇବାକୁ ଆହ୍ୱାନ ଦେବା ସହ ଆତଙ୍କବାଦ ବିରୋଧୀ ପ୍ରୟାସରେ ଦ୍ୱୈତ ମାନଦଣ୍ଡକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକର ନେତାମାନେ ସେମାନଙ୍କର ପ୍ରତିବଦ୍ଧତା ପୁନଃଦୋହରାଇଛନ୍ତି ।

ବ୍ରିକ୍ସ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ‘ନୂଆଦିଲ୍ଲୀ ଘୋଷଣାପତ୍ର’ରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇଛି । ଆତଙ୍କବାଦୀଙ୍କ ସୀମାପାର ଗତିବିଧି, ଆତଙ୍କୀ ପାଣ୍ଠି ଯୋଗାଣ ଏବଂ ନିରାପଦ ଆଶ୍ରୟସ୍ଥଳ ସମେତ ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକର ନେତାମାନେ ସେମାନଙ୍କର ପ୍ରତିବଦ୍ଧତା ପୁନଃଦୋହରାଇଛନ୍ତି ।

ସଦସ୍ୟ ରାଷ୍ଟ୍ରଗୁଡ଼ିକ ଆତଙ୍କବାଦ ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇବାକୁ ଆହ୍ୱାନ ଦେବା ସହ ଆତଙ୍କବାଦ ବିରୋଧୀ ପ୍ରୟାସରେ ଦ୍ୱୈତ ମାନଦଣ୍ଡକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଓ ସଂଗଠନକୁ କଠୋର ଭାବେ ଦାୟୀ କରାଯିବା ଉଚିତ ବୋଲି ଘୋଷଣାପତ୍ରରେ ସ୍ପଷ୍ଟ କରାଯାଇଛି । ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଇରାନ ଓ ୟୁଏଇ ମଧ୍ୟରେ କେତେକ ପ୍ରସଙ୍ଗରେ ମତଭେଦ ଥିବା ସତ୍ତ୍ୱେ ଭାରତର ସଫଳ କୂଟନୈତିକ ପ୍ରଚେଷ୍ଟା ଯୋଗୁଁ ଏହି ମିଳିତ ବିବୃତି ଜାରି ହୋଇପାରିଛି ।

ଜାରି ହୋଇଥିବା ଯୁଗ୍ମ ଘୋଷଣାପତ୍ରରେ ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କାଶ୍ମୀରର ପହଲଗାମ୍‌ଠାରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି, ଯେଉଁଥିରେ ୨୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ଲଗାତାର ଦ୍ବିତୀୟ ବର୍ଷ ପାଇଁ ବ୍ରିକ୍ସ ସମ୍ମିଳନୀରେ ପହଲଗାମ୍‌ ଆକ୍ରମଣକୁ ନିନ୍ଦା କରାଯାଇଛି । ସଦସ୍ୟ ଦେଶମାନଙ୍କ ମଧ୍ୟରେ ନିରନ୍ତର ଆଲୋଚନା ଓ ସହମତି ଗଠନ ମାଧ୍ୟମରେ ମତଭେଦଗୁଡ଼ିକର ସମାଧାନ କରିବାରେ ଭାରତ ଏକ ମୁଖ୍ୟ ଓ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ।

Leave a Reply

Your email address will not be published. Required fields are marked *