ଆଜିଠୁ ଭିତରକନିକାରେ ୩ ଦିନିଆ ଦେଶୀୟ ପକ୍ଷୀ ଗଣନା; ନିୟୋଜିତ ହେଲେ ୪ଟି ଟିମ୍‌

ପକ୍ଷୀ ବିଶେଷଜ୍ଞଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି। ମୁଖ୍ୟତଃ ଗେଣ୍ଡାଳିଆ, ଅଞ୍ଜନା, ଖଇରା, ରାଣିବଗ, କପାରଖାଇ ପ୍ରଭୁତି ୧୦ ପ୍ରକାର ପ୍ରଜାତିର ପକ୍ଷୀ ଗଣନା କରାଯାଏ।

ଭିତରକନିକାରେ ପକ୍ଷୀ ଗଣନା। ଆଜିଠୁ ଭିତରକନିକାରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା । ତିନିଦିନ ଧରି ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆରେ ଦେଶୀୟ ପକ୍ଷୀ ଗଣନା କରାଯିବ। ଏହି ଗଣନା କାର୍ଯ୍ୟରେ ବନବିଭାଗର ୪ ଟି ଟିମ୍‌ ନିୟୋଜିତ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୪ରୁ ୫ ଜଣ ବନ କର୍ମଚାରୀ ରହିଛନ୍ତି। ପକ୍ଷୀ ବିଶେଷଜ୍ଞଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି। ମୁଖ୍ୟତଃ ଗେଣ୍ଡାଳିଆ, ଅଞ୍ଜନା, ଖଇରା, ରାଣିବଗ, କପାରଖାଇ ପ୍ରଭୁତି ୧୦ ପ୍ରକାର ପ୍ରଜାତିର ପକ୍ଷୀ ଗଣନା କରାଯାଏ। ଗତକାଲି ଏନେଇ ବନ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା ସକାଳ ୬ଟାରୁ ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ କରାଯିବ।

Leave a Reply

Your email address will not be published. Required fields are marked *