ତ୍ତରପ୍ରଦେଶର ବିଶାଳ ଜନସଂଖ୍ୟା ଓ ଭୌଗୋଳିକ ଆକାରକୁ ଦୃଷ୍ଟିରେ ରଖି ଗୋଟିଏ Ranji ଟିମ୍ ଯଥେଷ୍ଟ ନୁହେଁ ବୋଲି ପ୍ରତିବାଦକାରୀମାନେ ଯୁକ୍ତି ରଖିଛନ୍ତି । ଏହି ବିକ୍ଷୋଭ ଉତ୍ତରପ୍ରଦେଶ କ୍ରିକେଟ୍ ପ୍ଲେୟର୍ସ ଆସୋସିଏସନ୍ ଏବଂ କ୍ରିକେଟ୍ ଆସୋସିଏସନ୍ ଅଫ୍ ପୂର୍ବାଞ୍ଚଳର ନେତୃତ୍ୱରେ ଆୟୋଜିତ ହୋଇଥିଲା ।
କ୍ରିକେଟ୍ ମଇଦାନରେ ସୁଯୋଗ ପାଇଁ ଏବେ ରାସ୍ତାକୁ ଓହ୍ଲାଇଛନ୍ତି Gen Z କ୍ରିକେଟର୍ । ଦାବି ଗୋଟିଏ ଉତ୍ତରପ୍ରଦେଶରେ ଗୋଟିଏ ନୁହେଁ, ହେଉ ୩ଟି Ranji Trophy ଟିମ୍ । ଲକ୍ଷ୍ନୌର ଏକାନା ଷ୍ଟାଡିୟମ୍ରେ ପ୍ରାୟ ୨୫୦ ଜଣ ଯୁବ କ୍ରିକେଟର୍ ଏବଂ ସେମାନଙ୍କ ଅଭିଭାବକ ଏକାଠି ହୋଇ ବିକ୍ଷୋଭ କରିଛନ୍ତି । ଉତ୍ତରପ୍ରଦେଶର ବିଶାଳ ଜନସଂଖ୍ୟା ଓ ଭୌଗୋଳିକ ଆକାରକୁ ଦୃଷ୍ଟିରେ ରଖି ଗୋଟିଏ Ranji ଟିମ୍ ଯଥେଷ୍ଟ ନୁହେଁ ବୋଲି ପ୍ରତିବାଦକାରୀମାନେ ଯୁକ୍ତି ରଖିଛନ୍ତି । ଏହି ବିକ୍ଷୋଭ ଉତ୍ତରପ୍ରଦେଶ କ୍ରିକେଟ୍ ପ୍ଲେୟର୍ସ ଆସୋସିଏସନ୍ ଏବଂ କ୍ରିକେଟ୍ ଆସୋସିଏସନ୍ ଅଫ୍ ପୂର୍ବାଞ୍ଚଳର ନେତୃତ୍ୱରେ ଆୟୋଜିତ ହୋଇଥିଲା ।
ତେବେ ଦାବି କ’ଣ?
ପ୍ରତିବାଦକାରୀମାନଙ୍କ ଦାବି ହେଉଛି, ଉତ୍ତରପ୍ରଦେଶରେ ୩ଟି ଅଲଗା କ୍ରିକେଟ୍ ଆସୋସିଏସନ୍ ଗଠନ କରାଯାଉ । ଏହି ୩ଟି ଆସୋସିଏସନ୍ ଅଧୀନରେ ୩ଟି Ranji Trophy ଟିମ୍ ଖେଳିବାର ସୁଯୋଗ ପାଉ । ପ୍ରତିବାଦକାରୀଙ୍କ ଯୁକ୍ତି ହେଉଛି ପ୍ରାୟ ୨୫ କୋଟି ଲୋକଙ୍କ ରାଜ୍ୟ ଉତ୍ତରପ୍ରଦେଶରେ ଅନେକ ପ୍ରତିଭାବାନ ଯୁବ କ୍ରିକେଟର୍ ଅଛନ୍ତି । କିନ୍ତୁ ଗୋଟିଏ ଟିମ୍ ଥିବାରୁ ସମସ୍ତଙ୍କୁ ଘରୋଇ କ୍ରିକେଟ୍ରେ ସୁଯୋଗ ମିଳିବା ସମ୍ଭବ ହେଉନାହିଁ । ବିଶେଷକରି ପୂର୍ବାଞ୍ଚଳ ଏବଂ କେନ୍ଦ୍ରୀୟ ଉତ୍ତରପ୍ରଦେଶର ଖେଳାଳିମାନେ ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
କେବଳ Ranji ନୁହେଁ, UP T20 Leagueକୁ ନେଇ ମଧ୍ୟ ଅଭିଯୋଗ
ପ୍ରତିବାଦକାରୀମାନେ କହିଛନ୍ତି, ପୂର୍ବାଞ୍ଚଳ ଓ କେନ୍ଦ୍ରୀୟ ଉତ୍ତରପ୍ରଦେଶର ଅନେକ କ୍ରିକେଟର୍ ଚାଲିଥିବା ଉତ୍ତରପ୍ରଦେଶ T20 ଲିଗ୍ରେ ମଧ୍ୟ ଅଣଦେଖାର ଶିକାର ହେଉଛନ୍ତି । ଉତ୍ତରପ୍ରଦେଶ କ୍ରିକେଟ୍ ପ୍ଲେୟର୍ସ ଆସୋସିଏସନ୍ର ରାଜ୍ୟ ସଭାପତି ଅରବିନ୍ଦ ସିଂହଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପୂର୍ବରୁ ଏଭଳି ବଡ଼ ରାଜ୍ୟରେ ଗୋଟିଏରୁ ଅଧିକ Ranji ଟିମ୍ ରହିବା ସପକ୍ଷରେ ମତ ରଖିଥିଲେ । ଏବେ ପୁଣି ଥରେ ଏହି ଦାବିକୁ ନେଇ ଏକାନା ଷ୍ଟାଡିୟମ୍ରେ ଆନ୍ଦୋଳନ ହୋଇଛି।
ତେବେ ପ୍ରଶ୍ନ ୩ଟି Ranji ଟିମ୍ ହେଲେ ଯୁବ କ୍ରିକେଟରଙ୍କୁ ମିଳିବ କି ଅଧିକ ସୁଯୋଗ? ଏହି ଦାବି ଏବେ କେବଳ କ୍ରିକେଟ୍ ପ୍ରଶାସନ ନୁହେଁ, ଉତ୍ତରପ୍ରଦେଶର ହଜାର ହଜାର ଯୁବ କ୍ରିକେଟରଙ୍କ ଭବିଷ୍ୟତ ସହ ଜଡ଼ିତ ଏକ ବଡ଼ ପ୍ରସଙ୍ଗ ପାଲଟିଛି ।

