ଭାଇରାଲ ହେଲା ହାନିଆ ଆମିରଙ୍କ ‘ଡ୍ରଙ୍କ’ ଭିଡିଓ! ଜୋରଦାର ଟ୍ରୋଲିଂ

ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । ଭିଡିଓରେ ହାନିଆ କଥା କହୁଥିବା ବେଳେ ତାଙ୍କ ଜିଭ ଅସ୍ପଷ୍ଟ ଲାଗୁଥିବା ଏବଂ ସେ ନିଶାଗ୍ରସ୍ତ ଥିବା ଭଳି ଦେଖାଯାଉଥିବା ନେଇ କିଛି ୟୁଜର ଦାବି କରିଛନ୍ତି ।

ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । ଭିଡିଓରେ ହାନିଆ କଥା କହୁଥିବା ବେଳେ ତାଙ୍କ ଜିଭ ଅସ୍ପଷ୍ଟ ଲାଗୁଥିବା ଏବଂ ସେ ନିଶାଗ୍ରସ୍ତ ଥିବା ଭଳି ଦେଖାଯାଉଥିବା ନେଇ କିଛି ୟୁଜର ଦାବି କରିଛନ୍ତି । ତେବେ ଭିଡିଓଟି ନୂଆ କି ପୁରୁଣା, ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ଭାଇରାଲ ଭିଡିଓରେ ହାନିଆ ତାଙ୍କ ହେୟାର ଷ୍ଟାଇଲ୍ ଓ ୱିଗ୍‌କୁ ନେଇ ଷ୍ଟାଇଲିଷ୍ଟଙ୍କ ସହ କଥା ହେଉଥିବା ଦେଖାଯାଉଛି । ହାଲୋୱିନ୍ ଲୁକ୍ ପାଇଁ ସେ ନିଜ କେଶକୁ ଲୁଚାଇ ଡ୍ରାମାଟିକ୍ ଲୁକ୍ ଦେବାକୁ କହୁଥିବା ଜଣାପଡ଼ିଛି । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ କିଛି ୟୁଜର ହାନିଆଙ୍କୁ ଟ୍ରୋଲ୍ କରିଛନ୍ତି ।

 କିଛି ଲୋକ ତାଙ୍କୁ ନିଶାସକ୍ତ ଥିବା ନେଇ ମନ୍ତବ୍ୟ କରିଥିବା ବେଳେ, ଅନ୍ୟପଟେ ତାଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ସମର୍ଥନରେ ମଧ୍ୟ ରହିଛନ୍ତି । ହାନିଆ ଆମିରଙ୍କ ଭାରତରେ ମଧ୍ୟ ବେଶ୍‌ ଲୋକପ୍ରିୟତା ରହିଛି। ଭାରତୀୟ ରାପର୍ ବାଦଶାହଙ୍କ ସହ ତାଙ୍କ ନାଁକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହୋଇଆସିଛି । ଉଭୟଙ୍କ ସୋସିଆଲ ମିଡିଆ ଇଣ୍ଟରାକ୍ସନ୍‌କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଅନେକ ଆଲୋଚନା ହୋଇଥିଲା । ତେବେ ଏବେ ଭାଇରାଲ ଭିଡିଓକୁ ନେଇ ହାନିଆ ଆମିରଙ୍କ ନାଁ ପୁଣିଥରେ ଚର୍ଚ୍ଚାରେ ।

Leave a Reply

Your email address will not be published. Required fields are marked *