ଜେନ୍-ଜିଙ୍କ ଭାବନାକୁ ବୁଝିବା ଆବଶ୍ୟକ, ସେମାନେ ଭୁଲ୍ ନୁହଁନ୍ତି : ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ୍ ନରବଣେ

ଯୁବପିଢ଼ି (ଜେନ୍-ଜି)ଙ୍କ ଚିନ୍ତାଧାରାକୁ ସୀଧାସଳଖ ପ୍ରତ୍ୟାଖ୍ୟାନ ନକରି ସେମାନଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ଶୁକ୍ରବାର ଦିନ ଏକ ସାକ୍ଷାତକାରରେ ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ୍ ମନୋଜ

ଯୁବପିଢ଼ି (ଜେନ୍-ଜି)ଙ୍କ ଚିନ୍ତାଧାରାକୁ ସୀଧାସଳଖ ପ୍ରତ୍ୟାଖ୍ୟାନ ନକରି ସେମାନଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ଶୁକ୍ରବାର ଦିନ ଏକ ସାକ୍ଷାତକାରରେ ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ୍ ମନୋଜ ମୁକୁନ୍ଦ ନରବଣେ ଏହି ମତପ୍ରକାଶ କରିଛନ୍ତି। ପ୍ରତ୍ୟେକ ପିଢ଼ିର ଚିନ୍ତାଧାରା ଅଲଗା ହୋଇଥାଏ ଏବଂ ଜେନ୍-ଜିଙ୍କର ଚିନ୍ତା କରିବାର ଶୈଳୀ ଭିନ୍ନ ହୋଇପାରେ, ମାତ୍ର ତାହା ସେମାନଙ୍କୁ ଭୁଲ୍ ବୋଲି ପ୍ରମାଣିତ କରେନାହିଁ ବୋଲି ସେ କହିଛନ୍ତି। ବରିଷ୍ଠ ନାଗରିକମାନେ ଯୁବପିଢ଼ିଙ୍କ ଉତ୍ସାହ ଓ ଶକ୍ତିକୁ ବୁଝି ତାହାର ସଠିକ୍ ବିନିଯୋଗ କରିବା ଉଚିତ୍।

ସେ ଆହୁରି କହିଛନ୍ତି ଯେ, ପୂର୍ବ ପିଢ଼ିରେ ଜଣେ ବ୍ୟକ୍ତି ଗୋଟିଏ ଗାଡ଼ି କିଣି ସାରା ଜୀବନ ବ୍ୟବହାର କରୁଥିଲେ, ମାତ୍ର ବର୍ତ୍ତମାନର ଯୁବକମାନେ ପ୍ରତି ୫ ବର୍ଷରେ ଗାଡ଼ି ବଦଳାଉଛନ୍ତି। ଏହାର ଅର୍ଥ ସେମାନେ ଖରାପ ନୁହଁନ୍ତି, ବରଂ ସମୟ ଅନୁସାରେ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ସେହିପରି ନୂତନ ପିଢ଼ି ଦେଶର କୌଣସି କ୍ଷତି ଚାହାଁନ୍ତି ନାହିଁ, ବରଂ ସେମାନେ ଯାହା କରୁଛନ୍ତି ତାହା ଦେଶର ଭଲ ପାଇଁ କରୁଛନ୍ତି ବୋଲି ଭାବନ୍ତି। ସେମାନଙ୍କୁ ଗାଳିଗୁଲଜ ନକରି, ଯଦି ସେମାନଙ୍କ ଚିନ୍ତାଧାରାରେ କିଛି ତ୍ରୁଟି ରହିଛି ତେବେ ବରିଷ୍ଠ ଗୁରୁଜନ ଭାବେ ତାହାକୁ ସୁଧାରିବା ଆମର ଦାୟିତ୍ୱ। 

ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୨୫ ତାରିଖରେ ଲଦାଖର କାର୍ଗିଲସ୍ଥିତ ମିନିମାର୍ଗ ଚେକ୍ପୋଷ୍ଟରେ ଜଣେ ମହିଳା ପର୍ଯ୍ୟଟକ ସେନାବାହିନୀର ଯାତାୟାତ କଟକଣାକୁ ନେଇ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିବାର ଭିଡିଓ ଭାଇରାଲ୍ ହୋଇଥିଲା। ସେଠାରେ ସେ ନିଜକୁ ”ଜେନ୍-ଜି” ବୋଲି ଦର୍ଶାଇ ସେନାର ନିୟମକୁ ବିରୋଧ କରିଥିଲେ, ଯଦ୍ୱାରା ଅନେକ ପୂର୍ବତନ ସେନାଧ୍ୟକ୍ଷ ଓ କମାଣ୍ଡର ଏହାକୁ ନିନ୍ଦା କରିଥିଲେ। ପୂର୍ବତନ ସେନାଧ୍ୟକ୍ଷ ଭି.କେ. ସିଂହ, ଲେଫ୍ଟନାଣ୍ଟ ଜେନେରାଲ୍ କେ.ଜେ.ଏସ୍. ଧିଲୋନ୍ ଏବଂ ସତୀଶ ଦୁଆ ସେନାର ତ୍ୟାଗ ଓ ସମର୍ପଣ ପ୍ରତି ଆକ୍ଷେପ ନକରିବାକୁ ଚେତାବନୀ ଦେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ମହିଳା ଜଣକ ନିଜର ଭୁଲ୍ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *