ଓଡ଼ିଶା ପ୍ରକଳ୍ପର କାର୍ୟ୍ୟପାଳକ ନିର୍ଦ୍ଦେଶକ ଶ୍ରୀ ଆଦିଶ କୁମାର ଗୁପ୍ତା ଉଦଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶା ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ଶ୍ରୁତି ମିଶ୍ର, ପାୱାରଗ୍ରିଡର ବରିଷ୍ଠ ଅଧିକାରୀମାନେ ଏବଂ ଓଡ଼ିଶା କ୍ୟାରମ୍ ସଂଘର ପଦାଧିକାରୀମାନେ ଉପସ୍ଥିତ ଥିଲେ।ଏହି ପ୍ରତିଯୋଗିତାରେ ପାୱାରଗ୍ରିଡ୍ ବିଭିନ୍ନ କ୍ଷେତ୍ରରୁ ୧୨ଟି ଦଳ ଅଂଶଗ୍ରହଣ କରୁଛି। ।
ପାୱାର ଗ୍ରିଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ,ଓଡ଼ିଶା ପ୍ରକଳ୍ପ, ୧୯ ରୁ ୨୧ ଅଗଷ୍ଟ ୨୦୨୬ ପର୍ୟ୍ୟନ୍ତ ଭୁବନେଶ୍ୱରସ୍ଥିତ ମେଫେୟାର ହୋଟେଲ୍ସ ଏଣ୍ଡ୍ ରିସର୍ଟସ୍ରେ ଅନ୍ତର- କ୍ଷେତ୍ରୀୟ କ୍ୟାରମ୍ ପ୍ରତିଯୋଗିତା-୨୦୨୬ ଆୟୋଜନ କରୁଛି। ଏହି ପ୍ରତିଯୋଗିତାକୁ ପୂର୍ବ କ୍ଷେତ୍ର (୨) ଏବଂ ଓଡ଼ିଶା ପ୍ରକଳ୍ପର କାର୍ୟ୍ୟପାଳକ ନିର୍ଦ୍ଦେଶକ ଶ୍ରୀ ଆଦିଶ କୁମାର ଗୁପ୍ତା ଉଦଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶା ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ଶ୍ରୁତି ମିଶ୍ର, ପାୱାରଗ୍ରିଡର ବରିଷ୍ଠ ଅଧିକାରୀମାନେ ଏବଂ ଓଡ଼ିଶା କ୍ୟାରମ୍ ସଂଘର ପଦାଧିକାରୀମାନେ ଉପସ୍ଥିତ ଥିଲେ।ଏହି ପ୍ରତିଯୋଗିତାରେ ପାୱାରଗ୍ରିଡ୍ ବିଭିନ୍ନ କ୍ଷେତ୍ରରୁ ୧୨ଟି ଦଳ ଅଂଶଗ୍ରହଣ କରୁଛି। । ଏହି ପ୍ରତିଯୋଗିତା କର୍ମଚାରୀମାନଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେବା ସହିତ, ଆଗାମୀ ଆନ୍ତଃ-ସିପିଏସଏୟୁ କ୍ୟାରମ୍ ପ୍ରତିଯୋଗିତା-୨୦୨୬ ପାଇଁ ପାୱାରଗ୍ରିଡ୍ ର ପ୍ରତିନିଧିତ୍ୱ କରିବାକୁ କ୍ରୀଡ଼ାଳୁ ଚୟନର ମଞ୍ଚ ଭାବେ କାର୍ୟ୍ୟ କରିବ।ଏହି ଟୁର୍ଣ୍ଣାମେଣ୍ଟ କ୍ରୀଡ଼ାସୁଲଭ ମନୋଭାବ, ଦଳଗତ କାର୍ୟ୍ୟଦକ୍ଷତା ଏବଂ କର୍ମଚାରୀମାନଙ୍କ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହନ ଦେବା ପ୍ରତି ପାୱାରଗ୍ରିଡ୍ ର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

