ଯେଉଁ କମ୍ପାନିର କମାଣ ଧରିଥିଲେ, ସେଇ କମ୍ପାନିରୁ ତଡ଼ା ଖାଇଛନ୍ତି ବିଶାଲ ଗର୍ଗ । ସିଇଓ ପଦ ହରାଇଛନ୍ତି । ଖାଲି ଏତିକି ନୁହେଁ ଏବେ ତ ନିଜ ପଦ ଫେରି ପାଇବାକୁ ଆଇନର ଆଶ୍ରୟ ନେଇଛନ୍ତି ବିଶାଲ ।
ଦିନ ଥିଲା ମାତ୍ର ୪ ଘଣ୍ଟାରେ ନେଇଯାଇଥିଲେ ୯ଶହ କର୍ମଚାରୀଙ୍କ ଚାକିରି । ଆଉ ଆଜି ନିଜେ ଚାକିରିରୁ ବିଦା ହେଲେ । ଆମେ କହୁଛୁ ଭାରତୀୟ ବଂଶୋଦ୍ଭବ ବିଶାଲ ଗର୍ଗଙ୍କ କଥା । ଆମେରିକାର ଅନଲାଇନ୍ ମର୍ଗେଜ୍ କମ୍ପାନି ୱେଟର ଡଟ୍ କମ୍ର ସଂସ୍ଥାପକ ତଥା ପୂର୍ବ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବା ସିଇଓ ବିଶାଲ ଗର୍ଗ ପୁଣି ଥରେ ଚର୍ଚ୍ଚାରେ । ପାଖାପାଖି ୫ ବର୍ଷ ପରେ ନିଜ କର୍ମ ପାଇଁ ତାଙ୍କୁ ଭୋଗିବାକୁ ପଡ଼ୁଛି । ୫ ବର୍ଷ ପୂର୍ବରୁ ଏକ ଜୁମ୍ ମିଟିଙ୍ଗରେ ପାଖାପାଖି ୯୦୦ କର୍ମଚାରିଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ସେ ସମୟରେ ତାଙ୍କର ,ଭଳି ନିଷ୍ପତ୍ତି ଏତେ ସଂଖ୍ୟକ କର୍ମଚାରିଙ୍କ ଦାନା ପାଣି ମାରିଦେଇଥିଲା । ଏହାକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଏବେ ୫ ବର୍ଷ ପରେ ସ୍ଥିତି ପୂରା ଓଲଟି ଯାଇଛି । ଯେଉଁ କମ୍ପାନିର କମାଣ ଧରିଥିଲେ, ସେଇ କମ୍ପାନିରୁ ତଡ଼ା ଖାଇଛନ୍ତି ବିଶାଲ ଗର୍ଗ । ସିଇଓ ପଦ ହରାଇଛନ୍ତି । ଖାଲି ଏତିକି ନୁହେଁ ଏବେ ତ ନିଜ ପଦ ଫେରି ପାଇବାକୁ ଆଇନର ଆଶ୍ରୟ ନେଇଛନ୍ତି ବିଶାଲ ।
ସେ କଥା ଆଜି ବି ମନେପଡ଼ୁଛି, ଯେବେ ୨୦୨୧ ରେ ଗୋଟେ ଜୁମ୍ ମିଟିଙ୍ଗ ନେଇଥିଲେ ବିଶାଲ । କମ୍ପାନି ଟିକେ କ୍ଷତିରେ ଚାଲିଥିଲା। ର୍କମଚାରିଙ୍କ କାମ କରିବାର ତରିକା ଏବଂ ସାମର୍ଥ୍ୟକୁ ପରଖିଲେ ଆଉ ମାତ୍ର କେଇ ଘଣ୍ଟା ଭିତରେ ୯୦୦ କର୍ମଚାରୀଙ୍କୁ ଚାକିରରୁ କାଢ଼ଇଦେବାକୁ ଘୋଷଣା କଲେ । କର୍ମଚାରୀଙ୍କୁ ଏଭଳି ଚାକିରିରୁ କାଢ଼ିଦେବା ଭାରି କଠୋର ଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହେଲା। ଅବଶ୍ୟ ନିଜ ବ୍ୟବହାର ପାଇଁ ବିଶାଲ କ୍ଷମା ମାଗିଲେ କିନ୍ତୁ ୯୦୦ କର୍ମଚାରୀଙ୍କୁ କଷ୍ଟ ତ ଦୂରେଇ ପାରିଲେନି ।
ଏ ଘଟଣାକୁ ୫ ବର୍ଷ ବିତିଯାଇଥିଲେ ବି କର୍ମର ଠିକଣା ଫଳ ପାଛନ୍ତି ବିଶାଲ ଗର୍ଗ । ୨୦୨୬ ଅଗଷ୍ଟ ୩ ତାରିଖରେ ୱେଟର ହୋମ୍ ଆଣ୍ଡ ଫାଇନାନ୍ସର ନିର୍ଦ୍ଦେଶକ ମଣ୍ଡଲ ବିଶାଲଙ୍କୁ ସିଇଓ ପଦରୁ ବାହାର କରିଦେଇଛନ୍ତି । ତାଙ୍କ ବଦଳରେ ଡାନିଏଲ୍ ଲୁଇସଙ୍କୁ ନିଯୁକ୍ତ କରିଛନ୍ତି । ହେଲେ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଶାଲ । ଡାନିଏଲ୍ କମ୍ପାନିର ଲାଭ କରାଇବାକୁ କହି ତାଙ୍କ ବିରୋଧରେ ନିର୍ଦ୍ଦେଶକଙ୍କୁ ମତାଇଛି । ତେଣୁ ତାଙ୍କୁ ପଦରୁ କାଢ଼ିଦିଆଯାଇଛି ବୋଲି କହିଛନ୍ତି ବିଶାଲ ଗର୍ଗ । ଏବେ ନିଜ ପାଦକୁ ପାବାକୁ ଓକିଲଙ୍କ ସାହାଯ୍ୟ ନେଇଛନ୍ତି ।
ବିଶାଲ ସଫେଇ ଦେବାକୁ ଯାଇ କହିଛନ୍ତି, ସେ ୧୦ ବର୍ଷ ଧରି କ୍ମାନିର ଲାଭ ପାଁ କାମ କଲେ । କମ୍ବାନିର ଭବିଷ୍ୟ ଉପରେ ବିଶ୍ବାସ କଲେ । କିନ୍ତୁ ତାଙ୍କ ସହ ବିଶ୍ବାସଘାତ କରାଗଲା । କିନ୍ତୁ ,ଏହି ମାମଲାକୁ ଲୋକେ କମ୍ପାନିର ସଂସ୍ଥାପକ ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ହିସାବରେ ଦେଖୁନାହାନ୍ତି ବରଂ ।ଭଗବାନଙ୍କ ବିଚାର ଭାବେ ଦେଖୁଛନ୍ତି । କିଏ କୁହେ କଳିଯୁଗରେ ଖରାପ କର୍ମର ଫଳ ମିଳେନି ବୋଲି । ମିଳେ ସବୁ ଫଳର ହିସାବ କରନ୍ତି ଉପରବାଲା । ପ୍ରତିଟି ଘଟଣାର ସାକ୍ଷୀ ସେ । ଭଲ କର୍ମର ଭଲ ଫଳ, ଖରାପ କର୍ମର ଖରାପ ଫଳ ଦେବାରେ ସେ ହେଳା କରନ୍ତେଚ କାହିଁକି । ସମୟ ଲାଗିପାରେ, କିନ୍ତୁ ସେ ହିସାବ କରନ୍ତି ନିଶ୍ଚୟ । ଆଜି ବିଶାଲ ଗର୍ଗଙ୍କ ,ଭଳି ଦୟନୀୟ ଅବସ୍ଥା ଏହାର ପ୍ରମାଣ । ଲୋକଙ୍କୁ ଅସମୟରେ କଷ୍ଟ ଦେଇଥିଲେ ବୋଲି ଭଗବାନ୍ ସହିଲେନି ।ଉଚିତ୍ ହିସାବ କଲେ । ଆଜି ନିଜେ ନିଜ ପଦରୁ ବିଦା ହେଲେ … ସତରେ ଭଗବାନଙ୍କ ଦରବାରରେ ଡେରିରେ ହେଉ ପଛେ ବିଚାର ହୁଏ… ବୋଲି ୟୁଜର୍ସ କହୁଛନ୍ତି ।

