ଥାଇରଏଡ୍ ସମସ୍ୟା ନେଇ ଚିନ୍ତିତ ଅଛନ୍ତି କି ? ତେବେ କରନ୍ତୁ ଏହି ଯୋଗାସନ

ଥାଇରଏଡ୍  ସମସ୍ୟା ଯୋଗୁଁ ଓଜନରେ ପରିବର୍ତ୍ତନ , ଥକ୍କାପଣ, ମନୋଭାବରେ ପରିବର୍ତ୍ତନ ଓ କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏଭଳି ସ୍ଥିତିରେ ଔଷଧ ଓ ଡାକ୍ତରଙ୍କ ପରାମର୍ଶ ସହ ନିୟମିତ ଯୋଗାଭ୍ୟାସ ଜୀବନଶୈଳୀର ଏକ ଅଂଶ ହୋଇପାରେ।

  ଥାଇରଏଡ୍  ସମସ୍ୟା ଯୋଗୁଁ ଓଜନରେ ପରିବର୍ତ୍ତନ , ଥକ୍କାପଣ, ମନୋଭାବରେ ପରିବର୍ତ୍ତନ ଓ କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏଭଳି ସ୍ଥିତିରେ ଔଷଧ ଓ ଡାକ୍ତରଙ୍କ ପରାମର୍ଶ ସହ ନିୟମିତ ଯୋଗାଭ୍ୟାସ ଜୀବନଶୈଳୀର ଏକ ଅଂଶ ହୋଇପାରେ। ଥାଇରଏଡ୍ ଏକ ଛୋଟ ପ୍ରଜାପତି ଆକୃତିର ଗ୍ରନ୍ଥି, ଯାହା ଶରୀରର ବିଭିନ୍ନ ହରମୋନ୍‌ର ନିୟନ୍ତ୍ରଣ ସହ ଜଡ଼ିତ। ଥାଇରଏଡ୍ ସମସ୍ୟା ଥିଲେ ନିୟମିତ ଶାରୀରିକ କ୍ରିୟାକଳାପ ଓ ସୁସ୍ଥ ଜୀବନଶୈଳୀ ଉପକାରୀ ହୋଇପାରେ । ଏହି ପରିପ୍ରେକ୍ଷୀରେ ହଳାସନ, ମତ୍ସ୍ୟାସନ ଓ ଭୁଜଙ୍ଗାସନ ଭଳି କିଛି ଯୋଗାସନ  ଶରୀରକୁ ଆରାମ ଦେବ।

ଯୋଗାସନ ଶରୀରକୁ ଆରାମ ଦେବ
୧. ହଳାସନ
ହଳାସନରେ ଶରୀରର ଆକୃତି ହଳ ଭଳି ଦେଖାଯାଏ। ଏହି ଆସନରେ ଗଳା ଅଞ୍ଚଳରେ ଷ୍ଟ୍ରେଚ୍ ହୋଇଥାଏ।
କିପରି କରିବେ:
୧. ପ୍ରଥମେ ମ୍ୟାଟ୍‌ ଉପରେ ପିଠି ମାଡ଼ି ଶୋଇପଡ଼ନ୍ତୁ।
୨. ଦୁଇ ହାତକୁ ଶରୀରର ଦୁଇ ପାର୍ଶ୍ୱରେ ରଖନ୍ତୁ।
୩. ଧୀରେ ଧୀରେ ଦୁଇ ଗୋଡ଼କୁ ଉପରକୁ ଉଠାଇ ମୁଣ୍ଡ ପଛପଟକୁ ନିଅନ୍ତୁ।
୪.ସମ୍ଭବ ହେଲେ ପାଦର ଆଙ୍ଗୁଠିକୁ ମୁଣ୍ଡ ପଛର ଭୂମିରେ ରଖନ୍ତୁ।
୫.କିଛି ସମୟ ଏହି ସ୍ଥିତିରେ ରହି ଧୀରେ ଧୀରେ ପ୍ରାରମ୍ଭିକ ସ୍ଥିତିକୁ ଫେରନ୍ତୁ।
୨. ମତ୍ସ୍ୟାସନ
ମତ୍ସ୍ୟାସନକୁ ‘ଫିସ୍ ପୋଜ୍’ ମଧ୍ୟ କୁହାଯାଏ। ଏହି ଆସନରେ ଛାତି ଓ ବେକ ଅଞ୍ଚଳରେ ଷ୍ଟ୍ରେଚ୍ ହୋଇଥାଏ।
କିପରି କରିବେ:
୧. ପିଠି ମାଡ଼ି ଶୋଇ ପଦ୍ମାସନରେ ରହିବାକୁ ଚେଷ୍ଟା କରନ୍ତୁ।
୨.ହାତକୁ ନିତମ୍ବ ପାଖରେ ରଖି କହୁଣୀକୁ ଭୂମିରେ ରଖନ୍ତୁ।
୩.ଧୀରେ ଛାତି ଓ ମୁଣ୍ଡକୁ ଉପରକୁ ଉଠାନ୍ତୁ।
୪.ପିଠିକୁ ଧନୁ ଭଳି ହାଲୁକା ବଙ୍କା କରନ୍ତୁ।
୫.କିଛି ସମୟ ଏହି ସ୍ଥିତିରେ ରହି ପୁଣି ସାଧାରଣ ସ୍ଥିତିକୁ ଫେରନ୍ତୁ।
୩. ଭୁଜଙ୍ଗାସନ
ଭୁଜଙ୍ଗାସନକୁ ‘କୋବ୍ରା ପୋଜ୍’ କୁହାଯାଏ। ଏହା ଛାତି, ପେଟ ଓ ବେକ ଅଞ୍ଚଳକୁ ଷ୍ଟ୍ରେଚ୍ କରିବାରେ ସହାୟକ ହୋଇଥାଏ।
କିପରି କରିବେ:
୧. ପେଟ ମାଡ଼ି ମ୍ୟାଟ୍‌ ଉପରେ ଶୋଇପଡ଼ନ୍ତୁ।
୨.ଦୁଇ ପାପୁଲିକୁ କାନ୍ଧ ପାଖରେ ଭୂମିରେ ରଖନ୍ତୁ।
୩.ଗଭୀର ନିଶ୍ୱାସ ନେଇ ଧୀରେ ଛାତିକୁ ଉପରକୁ ଉଠାନ୍ତୁ।
୪.ଶରୀରର କ୍ଷମତା ଅନୁଯାୟୀ ବେକକୁ ହାଲୁକା ଭାବେ ପଛକୁ ନିଅନ୍ତୁ।
୫.କିଛି ସେକେଣ୍ଡ ରହି ନିଶ୍ୱାସ ଛାଡ଼ି ପ୍ରାରମ୍ଭିକ ସ୍ଥିତିକୁ ଫେରନ୍ତୁ।
ଯୋଗାସନ ଥାଇରଏଡ୍‌ର ଔଷଧ ନୁହେଁ। ଥାଇରଏଡ୍ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ଓ ନିର୍ଦ୍ଧାରିତ ଔଷଧ ଚାଲୁ ରଖିବା ସହ ଯୋଗାଭ୍ୟାସ କରିବା ଉଚିତ। ବେକ କିମ୍ବା ମେରୁଦଣ୍ଡ ସମ୍ବନ୍ଧୀୟ ସମସ୍ୟା ଥିଲେ ବିଶେଷକରି ହାଲାସନ ଓ ମତ୍ସ୍ୟାସନ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

Leave a Reply

Your email address will not be published. Required fields are marked *