ସରିଲା ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ , ବିଦାୟୀ ସମ୍ବର୍ଦ୍ଧନାରେ ଦେଲେ ସୁଶାସନର ବାର୍ତ୍ତା

ସରିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ । ୱାଇ ବି ଖୁରାନିଆଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିଜ ବିଦାୟୀ ବକ୍ତବ୍ୟରେ ଓଡ଼ିଶାରେ ସୁଶାସନ କେମିତି କରାଯିବ ସେନେଇ ବାର୍ତ୍ତା ଦେଇଛନ୍ତି ୱାଇ ବି ଖୁରାନିଆ ।

ସରିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ । ୱାଇ ବି ଖୁରାନିଆଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିଜ ବିଦାୟୀ ବକ୍ତବ୍ୟରେ ଓଡ଼ିଶାରେ ସୁଶାସନ କେମିତି କରାଯିବ ସେନେଇ ବାର୍ତ୍ତା ଦେଇଛନ୍ତି ୱାଇ ବି ଖୁରାନିଆ । ଭୁବନେଶ୍ୱରସ୍ଥିତ ପୁଲିସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଥିଲେ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ଵାରା ଓଡ଼ିଶାକୁ ନକ୍ସଲମୁକ୍ତ ପ୍ରଦେଶ ରୂପେ ଘୋଷଣା ହେବା ଓଡ଼ିଶା ପୁଲିସର ସବୁଠାରୁ ବଡ଼ ଉପଲବ୍ଧି । ୩୧ ମାର୍ଚ୍ଚ ୨୦୨୬ରେ ଓଡ଼ିଶାକୁ ନକ୍ସଲମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା । ଗତ ଦୁଇ ବର୍ଷ ମଧ୍ୟରେ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଧିପତ୍ୟ ବିସ୍ତାର  କରିଥିବା ମାଓବାଦୀ ହିଂସା ବିରୋଧରେ ଓଡ଼ିଶା ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ମିଳିତ  ଅଭିଯାନ ଯୋଗୁଁ ଏହି ସଫଳତା ମିଳିଛି ।

ଏହା ବ୍ୟତୀତ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ମଧ୍ୟ ଓଡ଼ିଶା ପୁଲିସ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି । ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଓ ‘ଅପରେସନ୍ ପ୍ରହାର’ ମାଧ୍ୟମରେ ବେଆଇନ ନିଶାଦ୍ରବ୍ୟ ପରିବହନ ଓ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି । ଏହି ସମୟ ମଧ୍ୟରେ ପ୍ରାୟ ₹୪,୧୯୫ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ ଓ ନଷ୍ଟ କରାଯାଇଛି। ଏହି ଅଭିଯାନରେ ୪,୪୨,୫୧୩ କିଲୋଗ୍ରାମ ଗଞ୍ଜେଇ, ଯାହାର ଆନୁମାନିକ ମୂଲ୍ୟ ୨,୨୧୧ କୋଟି ଟଙ୍କା ହେବ ।  ୨୦୨୪ ତୁଳନାରେ ୨୦୨୫ରେ ରାହାଜାନି  ମାମଲା ୩୦.୨ ପ୍ରତିଶତ ଏବଂ ଦଙ୍ଗା ୨୫.୬ ପ୍ରତିଶତ ହ୍ରାସ ପାଇଛି। ଧର୍ଷଣ, ଚୋରି, ଡକାୟତି ଓ ଠକେଇ ଭଳି ଅପରାଧରେ ମଧ୍ୟ ହ୍ରାସ ଘଟିଛି । ୨୦୨୬ ଜାନୁଆରୀରୁ ଜୁନ୍ ମଧ୍ୟରେ ରାହାଜାନି ୨୨.୮%, ଡକାୟତି ୧୪.୨%, ଚୋରି ୮.୬%, ଦଙ୍ଗା ୪.୪%, ହତ୍ୟା ୨.୯% ଏବଂ ଘରେ ପଶି ଚୋରି ୦.୮% ହ୍ରାସ ପାଇଛି। ସେହିପରି  ଅପରାଧ ଓ ଅପରାଧୀଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହାରରେ ମଧ୍ୟ ସଫଳତା ମିଳିଛି । ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୫ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଦଣ୍ଡବିଧାନ ହାର ୮୭.୬ ପ୍ରତିଶତ ରହିଛି ।

Leave a Reply

Your email address will not be published. Required fields are marked *