ରୋଜଗାର ପାଇଁ ଯାଇଥିଲେ , ସୁରତ ବନ୍ୟାରେ ନିଖୋଜ ହେଲେ ଓଡ଼ିଆ ଶ୍ରମିକ

ରୋଜଗାର ଆଶାରେ ଯାଇଥିଲେ ବନ୍ୟା ପାଣିରେ ଭାସି ଗଲେ । ଗୁଜୁରାଟର ସୁରତର ଲଗାଣ ବର୍ଷାର ଓଡ଼ିଆ ଶ୍ରମିକ ଭାସି ଯାଇଛନ୍ତି । ଗୁଜରାଟର ସୁରତ ସହରରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଜଣେ ଓଡ଼ିଆ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ।

ରୋଜଗାର ଆଶାରେ ଯାଇଥିଲେ ବନ୍ୟା ପାଣିରେ ଭାସି ଗଲେ । ଗୁଜୁରାଟର ସୁରତର ଲଗାଣ ବର୍ଷାର ଓଡ଼ିଆ ଶ୍ରମିକ ଭାସି ଯାଇଛନ୍ତି । ଗୁଜରାଟର ସୁରତ ସହରରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଜଣେ ଓଡ଼ିଆ ଯୁବକ ନିଖୋଜ ହୋଇଥିବା ଅଭିଯୋଗ । ଯୁବକ ଜଣକ ତିନି ଦିନ ହେଲା ନିଖୋଜ ଥିବା ବେଳେ ପରିବାର ଲୋକେ ତାଙ୍କ ଉଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।  ବନ୍ୟା ପାଣିରେ ହଜିଗଲେ ଦାଦନ ଶ୍ରମିକ। ପୁଆ ପାଇଁ କାନ୍ଦି କାନ୍ଦି ଲହୁଲୁହାଣ ପରିବାର । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମର ସ୍ୱରାଜ୍ୟ କୁମାର ଜେନା ପ୍ରାୟ ଦୁଇ ମାସ ତଳେ କାମ କରିବା ପାଇଁ ସୁରତ ଯାଇଥିଲେ ।

 ପରିବାରର କହିବା ଅନୁଯାୟୀ, ତିନି ଦିନ ତଳେ ସେ ଶେଷଥର ପାଇଁ ଫୋନରେ କଥା ହୋଇଥିଲେ ସ୍ୱରାଜ କିନ୍ତୁ ସେବେଠାରୁ ସ୍ୱରାଜ ଙ୍କ ଆଉ ଫୋନ ଲାଗୁନଥିବା ବେଳେ ସ୍ୱରାଜଙ୍କ ମଝିଆ ଭାଇ କହିବା ଅନୁଯାୟୀ ସ୍ୱରାଜ କାମରୁ ଫେରିବା ବେଳେ ବନ୍ୟ ପାଣିରେ ଭାସି ଯାଇଛନ୍ତି । ଏହା ଶୁଣିବା ପରେ ୮୦ବର୍ଷ ମା ପୁଅ କୁ ଝୁରି ଝୁରିକାନ୍ଧୁଥିବା ବେଳେ ସରକାରଙ୍କ ନେହୁରା ହୋଇ ନିବେଦନ କରିଛି ପୁଅ ସ୍ୱରାଜ୍ୟର ସନ୍ଧାନ ପାଇବା ପାଇଁ । ପ୍ରତ୍ୟେକ ଦିନ ପରି ସ୍ୱରାଜ ସୂତା କମ୍ପାନୀରେ କାମ ସାରି ଘରକୁ ଫେରୁଥିଲେ । କିନ୍ତୁ ୬ ତାରିଖ ଦିନ ଲଗାଣ ବର୍ଷା ଲାଗିରହିଥିବାରୁ ସ୍ୱରାଜ କାମରୁ ଫେରିବା ବେଳେ ବନ୍ୟ ପାଣି ମାଡ଼ି ଆସିଥିଲା ।

 ଫେରୁଥିବାବେଳେ ବନ୍ୟା ପାଣିରେ ଭରିଯାଇଥିବା ଏକ ଗଟରରେ ସେ ଫସିଯାଇଥିବା ସୂଚନା ମିଳିଥିଲା । ପରେ ତାଙ୍କ ମଝିଆ ଭାଇ ଓ ସହକର୍ମୀମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ୱରାଜ୍ୟଙ୍କର କୌଣସି ସନ୍ଧାନ ମିଳିନାହିଁ।ତିନି ଦିନ ଧରି ଭୋକ ଉପବାସ ରେ ସ୍ୱରାଜ୍ୟଙ୍କ ପରିବାର ରହିଥିବାବେଳେ ସ୍ୱରାଜଙ୍କୁ କିପରି ସନ୍ଧାନ ମିଳିବ କିପରି ସ୍ୱରାଜ ଘରକୁ ଫେରିବା ସେନେଇ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ପରିବାର । ଏହି ଘଟଣାକୁ ନେଇ ସୁରତର ବାମ୍ବରୋଲି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ ହୋଇଥିବା ସୂଚନା ରହିଛି । ଅନ୍ୟପଟେ, ପୁଅର ସୁରକ୍ଷିତ ଉଦ୍ଧାର ଏବଂ ଖୋଜାଖୋଜି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପରିବାର ଲୋକେ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *