ଚୋରଙ୍କ ଅଜବ କାଣ୍ଡ : ମୂଲ୍ୟବାନ ସାମଗ୍ରୀ ନପାଇ ଖୋଲିନେଲେ ୨୫ ଟ୍ୟାପ୍

ଉତ୍ତରପ୍ରଦେଶର ବାନ୍ଦାରେ ସାମ୍ନାକୁ ଆସିଛି ଚୋରିର ଏକ ଅଜବ ଘଟଣା । ଘରେ ପଶିଥିଲେ ଚୋର, ଉଦ୍ଦେଶ୍ୟ ଥିଲା ଦାମୀ ସାମଗ୍ରୀ ଲୁଟିବା । କିନ୍ତୁ ଘରେ ବିଶେଷ କିଛି ମୂଲ୍ୟବାନ ଜିନିଷ ନମିଳିବାରୁ ଶେଷରେ ବାଥରୁମ୍‌ରୁ କିଚେନ୍‌ ଓ ୱାଶ୍‌ବେସିନ୍‌ ପର୍ଯ୍ୟନ୍ତ ଲାଗିଥିବା ଟ୍ୟାପ୍‌କୁ ଟାର୍ଗେଟ୍ କରିଥିଲେ ଚୋର ।

ଉତ୍ତରପ୍ରଦେଶର ବାନ୍ଦାରେ ସାମ୍ନାକୁ ଆସିଛି ଚୋରିର ଏକ ଅଜବ ଘଟଣା । ଘରେ ପଶିଥିଲେ ଚୋର, ଉଦ୍ଦେଶ୍ୟ ଥିଲା ଦାମୀ ସାମଗ୍ରୀ ଲୁଟିବା । କିନ୍ତୁ ଘରେ ବିଶେଷ କିଛି ମୂଲ୍ୟବାନ ଜିନିଷ ନମିଳିବାରୁ ଶେଷରେ ବାଥରୁମ୍‌ରୁ କିଚେନ୍‌ ଓ ୱାଶ୍‌ବେସିନ୍‌ ପର୍ଯ୍ୟନ୍ତ ଲାଗିଥିବା ଟ୍ୟାପ୍‌କୁ ଟାର୍ଗେଟ୍ କରିଥିଲେ ଚୋର । ପୁଲିସର ସୂଚନା ଅନୁସାରେ, ଘରୁ ମୋଟ ୨୫ଟି ଟ୍ୟାପ୍ ଖୋଲି ନେଇଯାଇଥିଲେ ଅଭିଯୁକ୍ତମାନେ । ଏହାସହ କିଛି ନଗଦ ଟଙ୍କା ମଧ୍ୟ ଚୋରି ହୋଇଥିଲା । ଚୋରି କରିଥିବା ଟ୍ୟାପ୍‌ଗୁଡ଼ିକୁ ପରେ କବାଡ଼ିଆ ଦୋକାନରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । 

ଘଟଣା ନେଇ ଘର ମାଲିକ ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ମାତ୍ର ୧୨ ଘଣ୍ଟା ମଧ୍ୟରେ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ଠାରୁ ୨୫ଟି ଟ୍ୟାପ୍‌, ୮ ହଜାର ଟଙ୍କା ନଗଦ ଏବଂ ଚୋରିରେ ବ୍ୟବହୃତ ଏକ ଇ-ରିକ୍ସା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମନୀ, ଅମୀର, ଅନସ୍‌ ଓ ଆବିଦ୍‌ । ସେମାନେ ବାନ୍ଦା କୋତୱାଲି ନଗର ଅଞ୍ଚଳର ବାସିନ୍ଦା ବୋଲି ପୁଲିସ କହିଛି । ଚାରିଜଣଙ୍କୁ ଜେଲ୍‌ ପଠାଯାଇଥିବା ବେଳେ, ସେମାନଙ୍କର ପୂର୍ବ ଅପରାଧିକ ରେକର୍ଡ ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି । ଅର୍ଥାତ୍‌, ଘରେ ଟିଭି, ଫ୍ରିଜ୍‌, ଗହଣା କିମ୍ବା ଅନ୍ୟ ଦାମୀ ସାମଗ୍ରୀ ନମିଳିବାରୁ ‘ଟୋଣ୍ଟି ଚୋରି’ କରି ଫେରିଥିଲେ ଚୋର —ଏହି ଅଜବ ଘଟଣା ଏବେ ବାନ୍ଦାରେ ଚର୍ଚ୍ଚାର ବିଷୟ ପାଲଟିଛି । 

Leave a Reply

Your email address will not be published. Required fields are marked *