ଦିଲ୍ଲୀ ସରକାରଙ୍କ ବିରୋଧରେ ଚାଉଳ ଦୁର୍ନୀତି ଅଭିଯୋଗ ଆଣିଲେ ସୌରଭ ଭାରଦ୍ୱାଜ

ଦିଲ୍ଲୀର ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ୩ ବର୍ଷ ମଧ୍ୟରେ ୨୨,୦୦୦ କୋଟି ଟଙ୍କାର ସବସିଡି ଚାଉଳ ଦୁର୍ନୀତି ପାଇଁ ଯୋଜନା କରିଥିବା ନେଇ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭାରଦ୍ୱାଜ ଗୁରୁତର ଅଭିଯୋଗ ଆଣିଛନ୍ତି।

ଦିଲ୍ଲୀର ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ୩ ବର୍ଷ ମଧ୍ୟରେ ୨୨,୦୦୦ କୋଟି ଟଙ୍କାର ସବସିଡି ଚାଉଳ ଦୁର୍ନୀତି ପାଇଁ ଯୋଜନା କରିଥିବା ନେଇ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭାରଦ୍ୱାଜ ଗୁରୁତର ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆ ”ଏକ୍ସ”ରେ ଏକ ପୋଷ୍ଟ ଏବଂ ଭିଡିଓ ବାର୍ତ୍ତା ଜାରି

କରି ସେ ଦାବି କରିଛନ୍ତି ଯେ, ରାଜଧାନୀର ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଆସାମର ଏକ କୋର୍ପୋରେସନ୍ ଏବଂ ଦିଲ୍ଲୀ ସରକାର ସ୍ୱତନ୍ତ୍ର ଭାବେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ନିକଟକୁ ରିହାତି ଦରରେ ଚାଉଳ ଯୋଗାଇବାକୁ ଆବେଦନ କରିଥିଲେ। ତେବେ ଏହି ସବସିଡି ଚାଉଳ ଗରିବ ଲୋକଙ୍କ ପାଖରେ ନପହଞ୍ଚି ଅଧିକ ଲାଭ ଅର୍ଜନ ପାଇଁ ହରିୟାଣାର ଏକ ଘରୋଇ କମ୍ପାନୀକୁ ବିକ୍ରି କରାଯାଉଥିଲା।

ସୌରଭ ଭାରଦ୍ୱାଜଙ୍କ କହିବା ଅନୁଯାୟୀ, ଦିଲ୍ଲୀର ଗରିବଙ୍କ ପାଇଁ ସପ୍ତାହକୁ ୩୧,୦୦୦ ମେଟ୍ରିକ ଟନର ବିପୁଳ ପରିମାଣର ରିହାତି ଚାଉଳ ଦାବି କରାଯାଇଥିଲା। ମାତ୍ର ଏହି ଚାଉଳ ଜଣେ ହେଲେ ବି ଗରିବ ଲୋକଙ୍କୁ ମିଳିନଥିଲା। ଏହି ଯୋଜନା ମାଧ୍ୟମରେ ଦିଲ୍ଲୀ ସରକାର ସପ୍ତାହକୁ ୧୪୩ କୋଟି ଟଙ୍କାର ଦୁର୍ନୀତି ଲକ୍ଷ୍ୟ ରଖିଥିଲେ, ଯାହାକି ୩ ବର୍ଷ ମଧ୍ୟରେ ମୋଟ ୨୨,୦୦୦ କୋଟି ଟଙ୍କାର ମହାଘୋଟାଲାର ରୂପ ନେଇଥାନ୍ତା। ଭାରଦ୍ୱାଜ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଭିଜିଲାନ୍ସ ବିଭାଗ ହିଁ ଏହି ପ୍ରସ୍ତାବିତ ଦୁର୍ନୀତିକୁ ଚିହ୍ନଟ କରିପାରିଛି। ଦିଲ୍ଲୀ ସରକାର ଏବଂ ଆସାମ କୋର୍ପୋରେସନ୍ ମିଶି ଦିଲ୍ଲୀବାସୀଙ୍କୁ ଯେଉଁଭାଳି ଲୁଟିବାକୁ ଯୋଜନା କରିଥିଲେ, ତାହା ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଚାଲିଥାନ୍ତା ବୋଲି ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *