ଦୁବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁବାଇରେ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଏବଂ ସେଠାରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀକୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ।
ଦୁବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁବାଇରେ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଏବଂ ସେଠାରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀକୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହେବ । ଏହି ଅବସରରେ ଓଡ଼ିଶାର ନିବେଶ ସୁଯୋଗ ଓ ଶିଳ୍ପ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରାଯିବ । ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ପାଇଁ ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହା ପୂବର୍ରୁ ଆବୁଧାବିରେ ଅନ୍ତର୍ଜାତୀୟ ନିବେଶକଙ୍କ ସହ ମାରାଥନ ବୈଠକ କରିଛନ୍ତି । ଇନଭେଷ୍ଟର୍ସ ମିଟ ଅଭିଯାନର ପ୍ରଥମ ଦିନରେ ଆଇଏଚସି ଗ୍ରୁପ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଇଛି। ସେହିପରି ଓଡ଼ିଶା ଭିତ୍ତିକ କମ୍ପାନିଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ରାଉଣ୍ଡଟେବଲୁ ବୈଠକ କରୁଛନ୍ତି । ଅନେକ ଅନ୍ତର୍ଜାତୀୟ କମ୍ପାନି ସହ ବୈଠକ କରି ଓଡ଼ିଶାରେ ନିବେଶ କେତେ ଲାଭବାନ ବୁଝାଉଛନ୍ତି ।

