ଚେସ୍‌ରେ ପ୍ରଜ୍ଞାନନ୍ଦାଙ୍କ ଦମଦାର ପ୍ରଦର୍ଶନ, ସେଣ୍ଟ୍ ଲୁଇସ୍ ରାପିଡ୍ ରେ ଟପ୍‌ରେ ଭାରତୀୟ ଗ୍ରାଣ୍ଡମାଷ୍ଟର

ଭାରତୀୟ ଚେସ୍‌ ତାରକା ଆର୍‌ ପ୍ରଜ୍ଞାନନ୍ଦା ପୁଣି ଦେଖାଇଛନ୍ତି ନିଜର ଚମତ୍କାର ଖେଳ । ଆମେରିକାରେ ଚାଲିଥିବା ସେଣ୍ଟ୍ ଲୁଇସ୍ ରାପିଡ୍ ଓ ବ୍ଲିଟ୍ଜ୍ ଟୁର୍ଣ୍ଣାମେଣ୍ଟର ରାପିଡ୍‌ ବିଭାଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ।

ଭାରତୀୟ ଚେସ୍‌ ତାରକା ଆର୍‌ ପ୍ରଜ୍ଞାନନ୍ଦା ପୁଣି ଦେଖାଇଛନ୍ତି ନିଜର ଚମତ୍କାର ଖେଳ । ଆମେରିକାରେ ଚାଲିଥିବା ସେଣ୍ଟ୍ ଲୁଇସ୍ ରାପିଡ୍ ଓ ବ୍ଲିଟ୍ଜ୍ ଟୁର୍ଣ୍ଣାମେଣ୍ଟର ରାପିଡ୍‌ ବିଭାଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର । ଏହି ସଫଳତା ସହ ସେ ଗ୍ରାଣ୍ଡ୍ ଚେସ୍ ଟୁର୍ ଫାଇନାଲ୍ସରେ ସ୍ଥାନ ପାଇବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୨୦ ବର୍ଷୀୟ ପ୍ରଜ୍ଞାନନ୍ଦା ୯ଟି ରାଉଣ୍ଡରୁ ମୋଟ ୧୨ ପଏଣ୍ଟ ହାସଲ କରିଛନ୍ତି । ରାପିଡ୍‌ ପର୍ଯ୍ୟାୟରେ ସେ ୪ଟି ବିଜୟ ଓ ୪ଟି ଡ୍ର ସହ ଶୀର୍ଷରେ ରହିଥିଲେ । ଶେଷ ରାଉଣ୍ଡରେ ନେଦରଲ୍ୟାଣ୍ଡର ଜୋର୍ଡେନ୍‌ ଭାନ୍‌ ଫୋରେଷ୍ଟଙ୍କଠାରୁ ପରାଜୟ ସତ୍ତ୍ୱେ ସେ ଏକ ପଏଣ୍ଟ ଅଗ୍ରଣୀ ବଜାୟ ରଖିଛନ୍ତି ।

ପ୍ରଜ୍ଞାନନ୍ଦାଙ୍କ ପଛରେ ଉଜବେକିସ୍ତାନର ଜାଭୋଖିର୍‌ ସିନ୍ଦାରୋଭ ୧୧ ପଏଣ୍ଟ ସହ ଦ୍ୱିତୀୟ ଓ ଆମେରିକାର ୱେସ୍‌ଲି ସୋ ୧୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି । ଏବେ ଟୁର୍ଣ୍ଣାମେଣ୍ଟର ଭାଗ୍ୟ ନିର୍ଣ୍ଣୟ କରିବ ୧୮ଟି ଗେମ୍‌ର ବ୍ଲିଟ୍ଜ୍‌ ପର୍ଯ୍ୟାୟ । ରାପିଡ୍‌ରେ ମିଳିଥିବା ଅଗ୍ରଣୀକୁ ବଜାୟ ରଖିବା ପ୍ରଜ୍ଞାନନ୍ଦାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

୨ ଲକ୍ଷ ଡଲାର ପୁରସ୍କାର ରାଶି ଥିବା ଏହି ଟୁର୍ଣ୍ଣାମେଣ୍ଟର ବିଜେତା ପାଇବେ ୫୦ ହଜାର ଡଲାର । ଶକ୍ତିଶାଳୀ ପ୍ରଦର୍ଶନ ଜାରି ରଖିଲେ ପ୍ରଜ୍ଞାନନ୍ଦାଙ୍କ ଗ୍ରାଣ୍ଡ୍ ଚେସ୍ ଟୁର୍ ଫାଇନାଲ୍ସ ଆଶା ଆହୁରି ମଜବୁତ ହେବ । 

Leave a Reply

Your email address will not be published. Required fields are marked *