ଅନୁଗୋଳ ଜିଲ୍ଲା ବନ୍ତଳାର ପନିପରିବା କେବଳ ଓଡ଼ିଶା ନୁହେଁ, ବରଂ ପଡ଼ୋଶୀ ଛତିଶଗଡ଼ର ରାୟପୁର ପର୍ଯ୍ୟନ୍ତ ଯୋଗାଣ ହୋଇଥାଏ। ବାଇଗଣ, ପୋଟଳ, ବିଲାତି, କଲରା ଏବଂ କୋବି ଚାଷ ପାଇଁ ଏହି ଅଞ୍ଚଳ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ଅନୁଗୋଳ ଜିଲ୍ଲା ବନ୍ତଳାର ପନିପରିବା କେବଳ ଓଡ଼ିଶା ନୁହେଁ, ବରଂ ପଡ଼ୋଶୀ ଛତିଶଗଡ଼ର ରାୟପୁର ପର୍ଯ୍ୟନ୍ତ ଯୋଗାଣ ହୋଇଥାଏ। ବାଇଗଣ, ପୋଟଳ, ବିଲାତି, କଲରା ଏବଂ କୋବି ଚାଷ ପାଇଁ ଏହି ଅଞ୍ଚଳ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ସମୟରେ ଅଧିକ ବାଇଗଣ ଚାଷ କରି ଭଲ ଦୁଇପଇସା ରୋଜଗାର ଆଶା ରଖିଥିଲା ଚାଷୀ । ମାତ୍ର ଦୁଃଖର ବିଷୟ, ବର୍ଦ୍ଧିତ ସାର ଓ କୀଟନାଶକର ଦର ଚାଷୀର ଅଣ୍ଟା ଭାଙ୍ଗିଯାଇଛି । ସେପଟେ ଚାଷୀଙ୍କ ଚାହିଦା ଅନୁଯାୟୀ ସାର ଓ ଔଷଧ ବଜାରରେ ମିଳୁନି। ଫଳରେ କଳାବଜାରୀ ବଢ଼ୁଛି।
ବିଗତ ବର୍ଷ ଅପେକ୍ଷା ସାର ଓ କୀଟନାଶକ ଔଷଧ ଦୁଇଗୁଣ ବଢ଼ିଛି । ଡି.ଏ.ପି. ୨୦-୨୦ ଦର ୧୩ଶହ ଟଙ୍କାରୁ ୨୨ଶହକୁ ବୃଦ୍ଧି ପାଇଛି , ୨୮-୨୮ ଗ୍ରୋମର ଦର ୧୭ଶହରୁ ୨୮ଶହ ଟଙ୍କାରେ ପହଞ୍ଚିଛି । ୟୁରିଆ ସାର ବଜାରରେ ୫୦୦ ରୁ ୬୦୦ ଟଙ୍କାରେ ବିକ୍ରି ହେଉଛି । ପଟାସ ସାରର ଦର ୧୫ଶହରୁ ୨୩୦୦ ଟଙ୍କାରେ ପହଞ୍ଚିଛି । ଫଳରେ, ଗତବର୍ଷମାନଙ୍କରେ ଏକର ପିଛା ସାର ଓ ଔଷଧ ବାବଦରେ ୬୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ତାହା ୧ ଲକ୍ଷ ଟଙ୍କାକୁ ଟପିଛି। କେବଳ ସାର ନୁହେଁ, ଉନ୍ନତମାନର ବିହନ ମିଳୁନି ସେଥିରେ ପୁଣି ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ , ବଜାରରେ ବି ପରିବା ଦର ସଠିକ ରହୁନି । ଫଳରେ ବନ୍ତଳାର ୩୦ ପଞ୍ଚାୟତର ଚାଷୀ କ୍ଷତି ସହୁଛି ।

