ରାୟଗଡ଼ା ଆବାସିକ ବିଦ୍ୟାଳୟରେ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିବା ଘଟଣାକୁ ନେଇ ତେଜିଲାଣି ବିବାଦ। କୋଲନରା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା
ରାୟଗଡ଼ା ଆବାସିକ ବିଦ୍ୟାଳୟରେ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିବା ଘଟଣାକୁ ନେଇ ତେଜିଲାଣି ବିବାଦ। କୋଲନରା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା । ମାଡ଼ ଖାଇଥିବା ପିଲାଙ୍କ ପରିବାର ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା । ପିଲାଙ୍କୁ ନିସ୍ତୁକ ପିଟିଥିବା ଦଶମ ଶ୍ରେଣୀର ସବୁପିଲାଙ୍କୁ ବହିଷ୍କାର ସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରିବାର ଲୋକ ଦାବି କରିଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପିଲାଙ୍କ ଟିସି ଦେଇଦବା ପାଇଁ ଚେତାବନୀ ଦେଇଛନ୍ତି ଅଭିଭାବକ । ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ପରିସରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିଦ୍ୟାଳୟ ପରିସରରେ DWO ଅସୀମା ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟାଖ୍ୟା ମଞ୍ଜୁଳା ମେଣିଆକା ଏବଂ ଚାନ୍ଦିଲି ଥାନା IIC ଉତ୍ତମ ସାହୁ ଉପସ୍ଥିତ ରହି ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି।

